Advertisment

ଲଡ଼ୁ ବିବାଦ: ଢ଼ାବା, ରେଷ୍ଟୁରାଣ୍ଟ ଓ ଖାଦ୍ୟକୁ ନେଇ କଡ଼ା ନିର୍ଦ୍ଦେଶ ଦେଲେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ

ଏଣିକି ସମସ୍ତ ହୋଟେଲ, ଢ଼ାବା ଓ ରେଷ୍ଟୁରାଣ୍ଟରେ ଅପରେଟର, ମାଲିକ, ପରିଚାଳକଙ୍କ ନାମ ଏବଂ ଠିକଣା ଡିସ୍‌ପ୍ଲେ କରିବା ବାଧ୍ୟତାମୂଳକ ହେବ। ରୋଷେୟା କିମ୍ବା ହୁଅନ୍ତୁ ୱେଟର, ସମସ୍ତଙ୍କୁ ମାସ୍କ ଏବଂ ଗ୍ଲୋବସ୍ ପିନ୍ଧିବାକୁ ପଡିବ।

author-image
Madhupriya Mistry
ଅଦ୍ୟତନ ହୋଇଛି
Food

Food

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡ଼ୁରେ ଅପମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ଆଲର୍ଟ ମୁଡ୍‌କୁ ଆସିଛନ୍ତି ଉତ୍ତରପ୍ରଦେଶ ସରକାର। ଢ଼ାବା, ରେଷ୍ଟୁରାଣ୍ଟ ଓ ଖାଦ୍ୟ ସାମଗ୍ରୀକୁ ନେଇ ସେ ଜାରି କରିଛନ୍ତି ନୂଆ ଫରମାନ।

Advertisment

ରେଷ୍ଟୁରାଣ୍ଟ, ଢ଼ାବା ଓ ଖାଦ୍ୟପେୟରେ ଅପମିଶ୍ରିତ ରୋକିବା ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ଯୋଗୀ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଜୁସ୍‌, ଡାଲି ଏବଂ ରୁଟି ଭଳି ଖାଦ୍ୟ ପଦାର୍ଥରେ ମାନବ ବର୍ଜ୍ୟବସ୍ତୁ ମିଶ୍ରଣ କରିବା ସବୁଠାରୁ ଘୃଣ୍ୟ। ଏସବୁ ଗ୍ରହଣୀୟ ନୁହେଁ। ଢ଼ାବା/ ରେଷ୍ଟୁରାଣ୍ଟ ଇତ୍ୟାଦି ଖାଇବା ପ୍ରତିଷ୍ଠାନଗୁଡ଼ିକର ଭେରିଫିକେସନ ହେବ। ପ୍ରତ୍ୟେକ କର୍ମଚାରୀଙ୍କ ପୁଲିସ ଯାଞ୍ଚ ହେବ। ଖାଦ୍ୟ ସାମଗ୍ରୀର ଶୁଦ୍ଧତା ଏବଂ ପବିତ୍ରତା ନିଶ୍ଚିତ କରିବାକୁ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମରେ ଆବଶ୍ୟକୀୟ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯୋଗୀ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ, ଏଣିକି ସମସ୍ତ ହୋଟେଲ, ଢ଼ାବା ଓ ରେଷ୍ଟୁରାଣ୍ଟରେ ଅପରେଟର, ମାଲିକ, ପରିଚାଳକଙ୍କ ନାମ ଏବଂ ଠିକଣା ଡିସ୍‌ପ୍ଲେ କରିବା ବାଧ୍ୟତାମୂଳକ ହେବ। ରୋଷେୟା କିମ୍ବା ହୁଅନ୍ତୁ ୱେଟର, ସମସ୍ତଙ୍କୁ ମାସ୍କ ଏବଂ ଗ୍ଲୋବସ୍ ପିନ୍ଧିବାକୁ ପଡିବ। ଏଥିରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ।

Advertisment

ହୋଟେଲ/ରେଷ୍ଟୁରାଣ୍ଟରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। ଯଦି କେହି ଖାଦ୍ୟପଦାର୍ଥ ବର୍ଜ୍ୟବସ୍ତୁ କିମ୍ବା ଅନ୍ୟାନ୍ୟ ମଇଳା ଜିନିଷ ମିଶାଇବାକୁ ଚେଷ୍ଟା କରନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କ ସମେତ ଅପରେଟର/ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଖାଦ୍ୟପେୟ କେନ୍ଦ୍ର ତଥା ରେଷ୍ଟୁରାଣ୍ଡ ଓ ଢ଼ାବାଗୁଡ଼ିକରେ ସଫାସୁତୁରା ରହିବା ଉଚିତ୍ ବୋଲି ଯୋଗୀ ସରକାର ନିର୍ଦ୍ଦେଶ ଦେଇଛନ୍ତି।

CM Yogi Adityanath Tirupati Laddu Row