Advertisment

‘୧୦ ଦିନରେ ଇସ୍ତଫା ଦିଅ, ନଚେତ...’ ଯୋଗୀଙ୍କୁ ମିଳିଲା ହତ୍ୟା ଧମକ

‘ଆସନ୍ତା ୧୦ ଦିନ ଭିତରେ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ଅବସ୍ଥା ତୁମର ବି ହେବ ।’ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ମିଳିଛି ଏପରି ହତ୍ୟା ଧମକ ।

 Yogi Adityanath

Yogi Adityanath

Advertisment

‘ଆସନ୍ତା ୧୦ ଦିନ ଭିତରେ ଇସ୍ତଫା ଦିଅ, ନଚେତ ବାବା ସିଦ୍ଦିକିଙ୍କ ପରି ଅବସ୍ଥା ତୁମର ବି ହେବ ।’ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥଙ୍କୁ ମିଳିଛି ଏପରି ହତ୍ୟା ଧମକ । ଯୋଗୀ ଆଦିତ୍ୟନାଥଙ୍କ ନାଁରେ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍‌କୁ ଆସିଛି ଏପରି ଧମକପୂର୍ଣ୍ଣ ମେସେଜ । ଏହାକୁ ନେଇ ତନାଘନା ଆରମ୍ଭ କରିଛି ପୁଲିସ୍‌।

Advertisment

ଗତକାଲି ସନ୍ଧ୍ୟାରେ ମୁମ୍ବାଇ ପୁଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଏପରି ଧମକପୂର୍ଣ୍ଣ ମେସେଜ ଆସିଛି। ଏହାପରେ ପୁଲିସ୍‌ ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସନ୍ଧାନ ଆରମ୍ଭ କରିଛି। ତେବେ ଏପରି ମେସେଜ କିଏ ଦେଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିବା ଜଣାଯାଇଛି।

କିଛି ଦିନ ପୂର୍ବେ ମହାରାଷ୍ଟ୍ର ଏନସିପିର ବରିଷ୍ଠ ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ପୁଅଙ୍କ ଅଫିସ ସମ୍ମୁଖରେ ତାଙ୍କ ଉପରକୁ ଫାୟାରିଂ କରାଯାଇଥିଲା। ତୁରନ୍ତ ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାପରଠୁ ବାବା ସିଦ୍ଦିକିଙ୍କ ପରି ଅବସ୍ଥା କରିଦେବୁ କହି ଦେଇ ବଡ଼ ବଡ଼ ନେତାଙ୍କୁ ଧମକ ଦିଅଯାଉଛି।

Advertisment

ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ବିହାରର ପୂର୍ଣ୍ଣିୟା ଆସନର ସାଂସଦ ପପୁ ଯାଦବଙ୍କୁ ବି ମିଳିଛି ହତ୍ୟା ଧମକ । ପପୁ ଯାଦବ ଏନେଇ ଥାନାରେ ମାମଲା ରୁଜୁ କରିବା ସହ ଗୃହ ମନ୍ତ୍ରାଳୟ ନିକଟରେ ବି ଅଭିଯୋଗ କରିଛନ୍ତି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ୍ କହୁଥିବା ବେଳେ ଏହାକୁ କିନ୍ତୁ ପପୁ ଯାଦବ ସ୍ୱୀକାର କରି ପାରୁ ନାହାନ୍ତି। ପୁଲିସ୍‌ କାହାକୁ ଗିରଫ କରିଛି ସେ ନେଇ ତାଙ୍କ ପାଖରେ କିଛି ଖବର ନ ଥିବା କହିଛନ୍ତି ପପୁ ଯାଦବ ।

ଏଥିସହ ନିଜ ଘର ବାହରର ସିସିଟିଭି ଫୁଟେଜ ଜାରି କରି ସେ କହିଛନ୍ତି, ଏବେ ବି ମୋ’ ଘର ଉପରେ ନଜର ରଖାଯାଇଛି, ରେକି କରାଯାଉଛି। ତେଣୁ ଏବେ ବି ମୋ’ ଜୀବନ ପ୍ରତି ବିପଦ ରହିଛି।

Yogi Aditya Nath Uttar Pradesh Threat To Kill
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe