Advertisment

Blast In Delhi: ଇସଲାମରେ ଆତ୍ମହତ୍ୟା ପାପ: ଆତ୍ମଘାତୀ ହମଲା ପାଇଁ ମନା କରି ଦେଇଥିଲା ଦାନିଶ

ଦାନିଶକୁ ଲାଲକିଲ୍ଲାର ବିସ୍ଫୋରଣକାରୀ ଉମର ନବି ଦୀର୍ଘ ସମୟ ହେଲା ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ଚାଲିଥିଲା। ସେ ମଧ୍ୟ ଉମରକୁ ବୈଷୟିକ ସହାୟତା କରୁଥିଲା ରାଜନୀତି ବିଜ୍ଞାନର ଛାତ୍ର ଦାନିଶକୁ ଆତ୍ମଘାତୀ ହମଲା ପାଇଁ ଉମର ୨୦୨୩ରୁ ପ୍ରଭାବିତ କରି ଚାଲିଥିଲା।

author-image
Hemant Lenka
Danish

ଦାନିଶ

ଦିଲ୍ଲୀ ବିସ୍ଫୋରଣର ସହ ଷଡ଼ଯନ୍ତ୍ରକାରୀ ଯଶୀର ବିଲାଲ ୱାନି ଓରଫ ଦାନିଶ ସମ୍ପର୍କରେ ମିଳିଛି ବଡ଼ ସୂଚନା। ଦାନିଶକୁ ଏନଆଇଏ ସୋମବାର ଶ୍ରୀନଗରରୁ ଗିରଫ କରିଥିଲା। ଦାନିଶ ଥିଲା ଆତ୍ମଘାତୀ ହମଲା ପାଇଁ ପ୍ରଥମ ପସନ୍ଦ। କିନ୍ତୁ ସେ ଆତ୍ମଘାତୀ ହମଲା ପାଇଁ ନିଜର ଆତଙ୍କୀ ଆକ୍କାମାନଙ୍କୁ ମନା କରି ଦେଇଥିଲା।

Advertisment

ଅନନ୍ତନାଗର କ୍ୱାଜିଗୁଣ୍ଡର ମୂଳବାସିନ୍ଦା ଦାନିଶକୁ ଲାଲକିଲ୍ଲାର ବିସ୍ଫୋରଣକାରୀ ଉମର ନବି ଦୀର୍ଘ ସମୟ ହେଲା ମୌଳବାଦୀ ଚିନ୍ତାଧାରାରେ ପ୍ରଭାବିତ କରି ଚାଲିଥିଲା। ସେ ମଧ୍ୟ ଉମରକୁ ବୈଷୟିକ ସହାୟତା କରୁଥିଲା। ରାଜନୀତି ବିଜ୍ଞାନର ଛାତ୍ର ଦାନିଶକୁ ଆତ୍ମଘାତୀ ହମଲା ପାଇଁ ଉମର ୨୦୨୩ରୁ ପ୍ରଭାବିତ କରି ଚାଲିଥିଲା। ଉମର କଥାରେ ମଧ୍ୟ ଦାନିଶ ପ୍ରଭାବିତ ହୋଇଥିଲା।

ଆତଙ୍କୀ ନେଟୱର୍କରେ ଥିବା ହ୍ୱାଇଟ କଲାର ସଦସ୍ୟମାନେ ବଡ଼ଧରଣର ଆତ୍ମଘାତୀ ହମଲା ପାଇଁ ଦାନିଶକୁ ବାଛିଥିଲେ। କିନ୍ତୁ ଚଳିତ ବର୍ଷ ଯେତେବେଳେ ହମଲା କରିବାର ସମୟ ଆସିଲା ସେତେବେଳେ ଦାନିଶ ଆତ୍ମଘାତୀ ବିସ୍ଫୋରଣ ପାଇଁ ମନା କରି ଦେଇଥିଲା। ଇସଲାମରେ ଆତ୍ମହତ୍ୟା ପାପ ବୋଲି ସେ କହିଥିଲା।

Advertisment

ତଥାପି ଦାନିଶକୁ ବୁଝାଇଥିଲା ଉମର। ଏପରି କି ଉମର ଆତ୍ମଘାତୀ ହମଲା ସପକ୍ଷରେ ଗୋଟିଏ ଭିଡିଓ ରେକର୍ଡ କରି ଏହାକୁ ନିଜ ନେଟୱର୍କରେ ଭାଇରାଲ କରିଥିଲା। ସେ ମୌଳବାଦୀ ଚିନ୍ତାଧାରାରେ ଦାନିଶ ଓ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ଚାହିଁଥିଲା। ଏସବୁ ସତ୍ତ୍ୱେ ଦାନିଶ ଆତ୍ମଘାତୀ ହମଲାକାରୀ ହେବାକୁ ରାଜି ହୋଇ ନଥିଲା।

୨୦୨୩ ଅକ୍ଟୋବର ମାସରେ ଦାନିଶ କୁଲଗାମର ଗୋଟିଏ ମସଜିଦରେ ପ୍ରଥମେ ଟେରର ମଡ୍ୟୁଲ ସଂସ୍ପର୍ଶରେ ଆସିଥିଲା। ତା’କୁ ଏକଦା ହରିୟାଣାର ଫରିଦାବାଦରେ ଥିବା ଅଲ ଫଲାହ ବିଶ୍ୱ ବିଦ୍ୟାଳୟ ନିକଟ ଗୋଟିଏ ଭଡ଼ା ଘରକୁ ନିଆଯାଇଥିଲା। ସେଠାରେ ବିଶ୍ୱ ବିଦ୍ୟାଳୟରେ ଆସିସଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିବା ଡାକ୍ତର ଉମର ନବି ତା’ର ବ୍ରେନୱାଶ କରି ଗୋଟିଏ ଆତ୍ମଘାତୀ ହମଲା କରିବାକୁ ପ୍ରବର୍ତ୍ତାଇଥିଲା। 

ପ୍ରଥମେ ଦାନିଶ ରାଜି ହୋଇଥିଲେ ହେଁ ପରବର୍ତ୍ତୀ ସମୟରେ ସେ ହମଲା ପାଇଁ ରାଜି ହୋଇ ନଥିଲା। ଏଥିଯୋଗୁ ଫରିଦାବାଦ ଟେରର ମଡ୍ୟୁଲର ଆକ୍ରମଣ ଯୋଗୁ ୨୦୨୫ ଏପ୍ରିଲ ମାସରେ ଫେଲ ମାରିଥିଲା। ନିଜର ଦୁର୍ବଳ ଆର୍ଥିକ ସ୍ଥିତି ଓ ଇସଲାମରେ ଆତ୍ମହତ୍ୟାକୁ ବାରଣ କରାଯାଇଥିବାରୁ ଦାନିଶ ଆତ୍ମଘାତୀ ହମଲା କରିବାକୁ ମନା କରିଦେଇଥିଲା।

ନେଟୱର୍କର ଅଧିକାଂଶ ସଦସ୍ୟ ଦାନିଶ ଜଣେ ଓଭର ଗ୍ରାଉଣ୍ଡ ୱାରର୍କର ଭାବେ କାମ କରୁ ବୋଲି ଚାହୁଁଥିଲେ। କିନ୍ତୁ ଉମର ତା’କୁ ଜଣେ ଆତ୍ମଘାତୀ ହମଲାକାରୀ କରିବାକୁ ଚାହୁଁଥିଲା। ଉମର ନିଜ ଯୋଜନାରେ ଫେଲ ମାରିବାରୁ ପୂରା ନିରାଶ ହୋଇ ଯାଇଥିଲା। ଦାନିଶ ମନା କରିବାରୁ ସେ ନିଜେ ହିଁ ଆତ୍ମଘାତୀ ବୋମା ବିସ୍ଫୋରଣ କରିବ ବୋଲି ନିଷ୍ପତ୍ତି ନେଇଥିଲା। 

ଭାରତରେ ବଡ଼ ଧରଣର କାର ବୋମା ବିସ୍ଫୋରଣ ପାଇଁ ଉମର ଚାହୁଁଥିଲା। ସେ ଏଥିପାଇଁ ଯୋଜନା ପ୍ରସ୍ତୁତ ଆରମ୍ଭ କରିଥିଲା। କିନ୍ତୁ ନଭେମ୍ବର ୯ରେ ଜମ୍ମୁ-କଶ୍ମୀର ଓ ହରିୟାଣା ପୁଲିସ୍‌ ଫରିଦାବାଦରେ ରେଡ କରିବା ସହ ୨୯୦୦ କେଜିର ବିସ୍ଫୋରକ ଠାବ କରିଥିଲେ।

ବିସ୍ଫୋରକ(Blast In Delhi) ମିଳିବା ସହ ପୁଲିସ୍‌ ଉମରର କିଛି ସହଯୋଗୀଙ୍କୁ ଗିରଫ କରିଥିଲା। ଏଥିରେ ଡରି ଯାଇ ଭୟରେ ଫରିଦାବାଦ ଛାଡ଼ି ଦେଇଥିଲା ଗୋଟିଏ ଦିନ ପରେ ଅର୍ଥାତ ନଭେମ୍ବର ୧୦ରେ ସେ ଲାଲକିଲ୍ଲା ନିକଟରେ କାର୍‌ ବୋମା ବିସ୍ଫୋରଣ କରିଥିଲା। ଏଥିରେ ୧୫ ଜଶ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ। 

Delhi Blast Blast In Delhi