Advertisment

କର୍ଣ୍ଣାଟକା ହରର: ଇସ୍ରାଏଲ ପର୍ଯ୍ୟଟକ ଓ ହୋମ ଷ୍ଟେ ମାଲିକଙ୍କୁ ଗଣଦୁଷ୍କର୍ମ, ଓଡ଼ିଶା ଯୁବକଙ୍କ ମୃତଦେହ ଉଦ୍ଧାର

ଅଭିଯୁକ୍ତମାନେ ସ୍ଥାନୀୟ ହ୍ରଦକୁ ଓଡ଼ିଶାର ଜଣେ ଯୁବକଙ୍କୁ ଠେଲି ଦେଇଥିଲେ। ପୁଲିସ୍‌ ଆଜି ଓଡ଼ିଶାର ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧା କରିଛି।

Gang Rape

Gang Rape

Advertisment

ସମସ୍ତଙ୍କୁ ଦୋହଲାଇ ଦେବା ଭଳି ଭୟଙ୍କର ଘଟଣା ଘଟିଛି। ଗୁରୁବାର ରାତିରେ ୩ ଜଣ ଯୁବକ ଘଟାଇଛନ୍ତି ଜଘନ୍ୟକାଣ୍ଡ। ସେମାନେ ଜଣେ ୨୭ ବର୍ଷୀୟ ଇସ୍ରାଏଲ ପର୍ଯ୍ୟଟକ ଓ ଜଣେ ହୋମ ଷ୍ଟେ ମାଲିକଙ୍କୁ ମାଡ଼ ମାରିବା ସହ ଗଣଦୁଷ୍କର୍ମ କରିଛନ୍ତି। ସେହିପରି ଅଭିଯୁକ୍ତମାନେ ସ୍ଥାନୀୟ ହ୍ରଦକୁ ଓଡ଼ିଶାର ଜଣେ ଯୁବକଙ୍କୁ ଠେଲି ଦେଇଥିଲେ। ପୁଲିସ୍‌ ଆଜି ଓଡ଼ିଶାର ନିଖୋଜ ଯୁବକଙ୍କ ମୃତଦେହକୁ ଉଦ୍ଧା କରିଛି। ପୂରା ଘଟଣା କର୍ଣ୍ଣାଟକାର କୋପ୍ପାଲ ଠାରେ ଥିବା ଗୋଟିଏ କେନାଲ ନିକଟରେ ଘଟିଛି। ଏହି ସ୍ଥାନଟି ବେଙ୍ଗାଲୁରୁ ଠାରୁ ୩୫୦ କିମି ଦୂର। କେନାଲ କୂଳରେ ମୋଟ ୫ ଜଣ ପର୍ଯ୍ୟଟକ ବୁଲୁଥିବା ବେଳେ ଏପରି ଘଟଣା ଘଟିଛି।

Advertisment

ଅଭିଯୁକ୍ତମାନେ ୩ ଜଣଙ୍କୁ କେନାଲ ମଧ୍ୟକୁ ଠେଲିବା ପରେ ଦୁଇ ମହିଳାଙ୍କୁ ଟାର୍ଗେଟ କରିଥିଲେ। ବିରାଟ କେନାଲରେ ପଡ଼ି ଯାଇଥିବା ଆମେରିକାର ଡାନିଏଲ ଓ ମହାରାଷ୍ଟ୍ରର ପଙ୍କଜ ପହଁରା ଶିଖିଥିବାରୁ ସୁରକ୍ଷିତ ଭାବେ ପାଣିରୁ ବାହାରି ପଡ଼ିଥିଲେ। କିନ୍ତୁ ଓଡ଼ିଶାର ବିବାଶ କେନାଲରେ ନିଖୋଜ ହୋଇଯାଇଥିଲେ। ତାଙ୍କ ମୃତଦେହକୁ ପୁଲିସ୍‌ ଆଜି ପାଣିରୁ ଉଦ୍ଧାର କରିଛି।

ପୁଲିସ କହିଛି ଯେ ସାନାପୁର ଠାରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବିଦେଶୀ ନାଗରିକ। ଜଣେ ଆମେରିକୀୟ ହୋଇଥିବା ବେଳେ ଆଉ ଜଣେ ଇସ୍ରାଏଲ ପର୍ଯ୍ୟଟକ। ୫ ଜଣଙ୍କୁ ମାଡ଼ ମରାଯିବା ସହ ୨ ଜଣ ମହିଳାଙ୍କୁ ଅଭିଯୁକ୍ତମାନେ ଦୁଷ୍କର୍ମ କରିଛନ୍ତି।

Advertisment

ଗଣ ଦୁଷ୍କର୍ମର ଶିକାର ହୋଇଥିବା ୨୯ ବର୍ଷୀୟ ହୋମ ଷ୍ଟେ ମାଲିକ କହିଛନ୍ତି ଯେ ସେ ଓ ତାଙ୍କର ୪ ଜଣ ଅତିଥୀ ରାତ୍ର ଭୋଜନ ପରେ ତୁଙ୍ଗଭଦ୍ରାର ବାମ ପାଶ୍ୱ କେନାଲ ନିକଟକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ରାତି ପ୍ରାୟ ୧୦.୩୦ ହୋଇଥିଲା। ସେମାନେ ବୁଲାବୁଲି କରିବା ସହ ଗୀତ ଗାଉଥିବା ବେଳେ ୩ ଜଣ ଯୁବକ ବାଇକ ଧରି ସେଠାରେ ପହଞ୍ଚିଥିଲେ। ପ୍ରଥମେ ସେମାନେ ପେଟ୍ରୋଲ କେଉଁଠି ମିଳିବ ବୋଲି ପଚାରିଥିଲେ ଓ ଏହା ପରେ ଅତିଥିମାନଙ୍କୁ ୧୦୦ ଟଙ୍କା ମାଗିଥିଲେ।

ସେମାନେ ଟଙ୍କା ଦେବାକୁ ମନା କରିବାରୁ ୩ ଯୁବକ ମାରପିଟ ଆରମ୍ଭ କରିଥିଲେ। ପ୍ରଥମେ ସେମାନେ ୩ ଜଣ ପୁରୁଷ ଯାତ୍ରୀଙ୍କୁ ନିକଟସ୍ଥ କେନାଲକୁ ଠେଲି ଦେଇଥିଲେ। ଏହାପରେ ଇସ୍ରାଏଲ ପର୍ଯ୍ୟଟକଙ୍କ ସହ ହୋମ ଷ୍ଟେ ମାଲିକଙ୍କୁ ମାଡ଼ ମାରି ଦୁଷ୍କର୍ମ କରିଥିଲେ। ଏହାପରେ ବାଇକ ଧରି ସେଠାରୁ ଚମ୍ପଟ ମାରିଥିଲେ।

ଖବର ପାଇ ପୁଲିସ୍, ସନ୍ଧାନୀ କୁକୁର ଓ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ପାଣିରେ ପଡ଼ି ନିଖୋଜ ହୋଇଥିବା ଓଡ଼ିଶାର ବିବଶଙ୍କୁ ସେମାନେ ଖୋଜିଥିଲେ ମଧ୍ୟ ରାତିରେ କୌଣସି ପତ୍ତା ମିଳି ନଥିଲା। ଆଜି ସକାଳୁ ବିବଶଙ୍କ ମୃତଦେହ କେନାଲ କୂଳରୁ ମିଳିଛି।

ଦୁଷ୍କର୍ମର ଶିକାର ହୋଇଥିବା ୨ ମହିଳାଙ୍କ ଚିକିତ୍ସା ସରକାରୀ ହସ୍ପିଟାଲରେ ଚାଲିଛି। ଯଦି ଦରକାର ପଡ଼ିବ, ସେମାନଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ ଓ ଡକାୟତି ଦଫାରେ ମାମଲା ରୁଜୁ କରାଯାଇଥିବା ପୁଲିସ୍‌ କହିଛି।

ଘଟଣାର ତଦନ୍ତଚ କରୁଥିବା ପୁଲିସ୍‌ କହିଛି ଯେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇ ସାରିଛି। ଦୁଇଟି ସ୍ୱତନ୍ତ୍ର ଟିମ ସେମାନଙ୍କୁ ଧରିବା ପାଇଁ ନିୟୋଜିତ ହୋଇଛନ୍ତି।

Karnataka Stop Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe