Advertisment

'ମୁଁ ଆଉ ପଢ଼ି ପାରିବିନି' ଲେଖି ନିଖୋଜ ହେଲେ ଛାତ୍ର

ରାଜସ୍ଥାନର କୋଟାରେ ରହି ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା NEET UG ପାଇଁ କୋଚିଂ ନେଉଥିଲେ ନିଖୋଜ ଛାତ୍ର।

ଅଦ୍ୟତନ ହୋଇଛି
Student Missing

Student Missing

Advertisment

ରାଜସ୍ଥାନର କୋଟାରେ ଦିନକୁ ଦିନ ବଢ଼ି ଚାଲିଛି ଛାତ୍ର ମୃତ୍ୟୁ ଓ ନିଖୋଜ ଘଟଣା। ଏଠାରେ କେତେବେଳେ କିଏ ଆତ୍ମହତ୍ୟା କରିଦେଉଛି ତ ଆଉ କିଏ ଚିଠି ଲେଖି ନିଖୋଜ ହୋଇଯାଉଛନ୍ତି। ଏଭଳି ଏକ ସମାନ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଏଠାରେ NEET UG ପାଇଁ କୋଚିଂ ନେଉଥିବା ଜଣେ ଛାତ୍ର ନିଖୋଜ ଅଛନ୍ତି।

Advertisment

ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷା NEET UG ପାଇଁ କୋଚିଂ ନେବା ଲାଗି ଗାଙ୍ଗପୁର ଜିଲ୍ଲାର ବାମନବାସରୁ କୋଟା ଆସିଥିଲେ ୧୯ ବର୍ଷୀୟ ଛାତ୍ର ରାଜେନ୍ଦ୍ର ମୀନା। ତେବେ ସେ ଗତ ସୋମବାର ଦିନ ଠାରୁ ନିଜ ହଷ୍ଟେଲରୁ କେଉଁ ଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି।

ବିଜ୍ଞାନ ନଗର ଥାନା ସିଇଓ ସତୀଶ ଚନ୍ଦ୍ରଙ୍କ କହିବା ମୁତାବକ, ରାଜେନ୍ଦ୍ର ମିନାଙ୍କ ବାପା ଜଗଦୀଶ ମୀନା ପୁଲିସରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଛନ୍ତି। ତାଙ୍କ ମୋବାଇଲରେ ଛାତ୍ରଙ୍କ ମେସେଜ ମିଳିବା ପରେ ପରିବାର ଲୋକ ତାଙ୍କ ନିଖୋଜ ହେବା ବିଷୟରେ ଜାଣିବାକୁ ପାଇଥିଲେ।

Advertisment

ରାଜେନ୍ଦ୍ର ଘର ଲୋକଙ୍କୁ ପଠାଇଥିବା ମେସେଜରେ ଲେଖିଛନ୍ତି ଯେ, 'ମୁଁ ଘର ଛାଡି ଯାଉଛି। ଆଗକୁ ମୁଁ ଆଉ ଅଧିକ ପଢ଼ି ପାରିବି ନାହିଁ। ଆସନ୍ତା ୫ ବର୍ଷ ପାଇଁ ମୁଁ ଘର ଛାଡି ଯାଉଛି। ଚିନ୍ତା କରନି ମା' ମୁଁ କୌଣସି ଭୁଲ୍‌ ନିଷ୍ପତ୍ତି କିମ୍ବା ପଦକ୍ଷେପ ନେବି ନାହିଁ। ମୁଁ ସିମ୍ ଭାଙ୍ଗି, ମୋବାଇଲ୍ ବିକ୍ରି କରିଦେଇଛି। ମୋ ପାଖରେ ସମସ୍ତଙ୍କ ନମ୍ବର ଅଛି। ବର୍ଷକୁ ଥରେ ନିଶ୍ଚିତ ରୂପେ ସମସ୍ତଙ୍କୁ କଲ୍‌ କରିବି।'

ରାଜେନ୍ଦ୍ରଙ୍କ ବାପା ଜଗଦୀଶଙ୍କ କହିବା ମୁତାବକ, ମେ' ୬ ତାରିଖରୁ ତାଙ୍କ ପୁଅ ନିଖୋଜ ଅଛନ୍ତି। ପିଜିରୁ ସେ ମଧ୍ୟାହ୍ନ ୨ଟାରେ ବାହାରିଥିଲେ। ପାଖରେ ନଗଦ ୮ ହଜାର ଟଙ୍କା ଅଛି। ତା'ର ମେସେଜ ମିଳିବା ପରେ ଘର ଲୋକେ ମଧ୍ୟ ତାଙ୍କୁ ଖୋଜାଖୋଜି ଜାରି ରଖିଥିବା ସେ କହିଛନ୍ତି। ସେପଟେ ପୁଲିସ ମଧ୍ୟ ନିଖୋଜ ଛାତ୍ରଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜାରି ରଖିଛି।

Rajasthan Kota Student Missing NEET UG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe