Advertisment

ରାଜଧାନୀରୁ ଧରା ହେଲା ୯୦୦ କୋଟି ଟଙ୍କାର କୋକେନ୍‌

ଦିଲ୍ଲୀରୁ କୋକେନ ଜବତ ହେବାର କିଛି ଘଣ୍ଟା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା।

author-image
Hemant Lenka
Cocaine

Cocaine

ଦେଶର ରାଜଧାନୀ ଦିଲ୍ଲୀରୁ ଧରା ହୋଇଛି ୮୦ କେଜିରୁ ଅଧିକ ଓଜନର କୋକେନ। ଏହାର ବଜାର ମୂଲ୍ୟ ପ୍ରାୟ ୯୦୦ କୋଟି ଟଙ୍କା ହେବ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁର(ଏନସିବି) ଆଜି ଏତେ ପରିମାଣର କୋକେନକୁ ଜବତ କରିଛି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ପ୍ରଶଂସା କରିବା ସହ ଡ୍ରଗ ମୁକ୍ତ ଭାରତ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ଆଗକୁ ମଧ୍ୟ ନିଶା କାରବାର ରାକେଟ ବିରୋଧରେ ଅଭିଯାନ ଜାରି ରହିବ ବୋଲି କହିଛନ୍ତି।

ଦିଲ୍ଲୀରୁ କୋକେନ ଜବତ ହେବାର କିଛି ଘଣ୍ଟା ପୂର୍ବରୁ ଏନସିବି ଓ ଭାରତୀୟ ନୌସେନାର ଗୁଜରାଟ ଏଟିଏସ ଗୁଜରାଟ ଉପକୂଳରୁ ୭୦୦ କେଜିର ନିଶାଦ୍ରବ୍ୟ ଜବତ କରିଥିଲା। ଏହି ଘଟଣାରେ ୮ ଜଣ ଇରାନ ନାଗରିକ ଗିରଫ ହୋଇଛନ୍ତି। ଗୋଟିଏ ଦିନରେ ଦୁଇଟି ବଡ଼ବଡ଼ ନିଶା କାରବାର ରାକେଟର ଫର୍ଦ୍ଦାଫାସ କରିଥିବା ଏନସିବିକୁ ଅମିତ ଶାହ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି।

Advertisment

ଏନସିବି ପଶ୍ଚିମ ଦିଲ୍ଲୀର ନାଙ୍ଗଲୋ ଓ ଜନକପୁରୀ ଅଞ୍ଚଳରୁ ୮୨ କେଜି ଓଜନର କୋକେନ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି। ଏହି ନିଶାଦ୍ରବ୍ୟକୁ ଗୋଟିଏ କୋରିୟର ଅଫିସରୁ ଜବତ କରାଯାଇଛି।

ଏସବୁ ଅଷ୍ଟ୍ରେଲିଆ ପଠାଯିବାର ଥିଲା। ଅନ୍ତର୍ଜାତୀୟ ମାର୍କେଟରେ ଜବତ କୋକେନାର ମୂଲ୍ୟ ୯୦୦ କୋଟି ଟଙ୍କା ହେବ ବୋଲି ଏନସିବି କହିଛି। ଏହି ଡଗ୍ର ରାକେଟର ଲିଙ୍କ ବିଦେଶରେ ରହିଛି। ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀର ଓ ଆଉ ଜଣଙ୍କ ଘର ସୋନିପତରେ।

ପ୍ରଥମଥର ପାଇଁ ଦିଲ୍ଲୀରୁ ଏତେ ପରିମାଣର କୋକେନ ଜବତ ହୋଇନାହିଁ। ଏହାପୂର୍ବରୁ ଅକ୍ଟୋବର ୨ରେ ପୁଲିସ୍‌ ୫୬୦ କେଜି କୋକେନ ଓ ୪୦ କେଜି ଗଞ୍ଜେଇ ଜବତ କରିଥିଲା। ଦିଲ୍ଲୀର ମହିପାଲପୁରର ଗୋଟିଏ ଗୋଦାମରୁ ଜବତ ହୋଇଥିବା ଏହି ନିଶାଦ୍ରବ୍ୟର ମୂଲ୍ୟ ପ୍ରାୟ ୫୬୨୦ କୋଟି ହେବ।

Delhi Cocaine