Police
ତାମିଲନାଡ଼ୁର କୋଏମ୍ବଟୁରରେ ଗତକାଲି ଏକ ବଡ଼ ଅଘଟଣ ଘଟିଛି। ଏକ ଘରୋଇ କଲେଜର ନିର୍ମାଣ କାମ ଚାଲିଥିବା ବେଳେ କାନ୍ଥ ଗଳି ପଡ଼ିବାରୁ ଘଟଣାସ୍ଥଳରେ ୪ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ମୃତକ ୪ ଜଣଙ୍କ ମଧ୍ୟରୁ ୩ ଜଣ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଜଣେ ପଶ୍ଚିମବଙ୍ଗର ବୋଲି ଜଣାଯାଇଛି।
Advertisment
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ କାନ୍ଥ ତଳେ ଚାପି ହୋଇଥିବା ୫ ଶ୍ରମିକଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲ ପଠାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅବସ୍ଥାରେ ଜଣଙ୍କ ଚିକିତ୍ସା ଚାଲିଛି।
କଲେଜର ନିର୍ମାଣ କାମ ଚାଲିଥିବା ବେଳେ ଦୁର୍ବଳ ହୋଇ ପଡ଼ିଥିବା ପୁରୁଣା କାନ୍ଥ ଗଳି ପଡ଼ି ଏହି ଅଘଟଣ ଘଟିଥିବା ପୁଲିସ୍ର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏ ନେଇ କଲେଜ ପକ୍ଷରୁ କିଛି ସୂଚନା ଦିଆଯାଇନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
