Advertisment

ଆସନ୍ତା ୨୯ରେ ମହାରାଷ୍ଟ୍ରକୁ ଏଣ୍ଟ୍ରି କରିବ ଶୀତ

ଫଳରେ ଜାନୁଆରୀ ୩୦ରୁ ତାପମାତ୍ରା ଦ୍ରୁତଗତିରେ ଖସିବ।

undefined

mumbai

Advertisment

ଜାନୁଆରୀ ମାସ ସରିବାକୁ ବସିଲାଣି। କିନ୍ତୁ ଏଯାଏଁ ମହାରାଷ୍ଟ୍ରକୁ ଶୀତ ଛୁଇଁନି। ଭୀଷଣ ‌ଥଣ୍ଡାରୁ ମୁକ୍ତି ପାଇଥିବା ମହାରାଷ୍ଟ୍ର କିନ୍ତୁ ଆଗକୁ ଆଉ ବର୍ତ୍ତି ପାରିବନି। ଆସନ୍ତା ଜାନୁଆରୀ ୨୯ରେ ମହାରାଷ୍ଟ୍ରକୁ ଏଣ୍ଟ୍ରି କରିବ ଶୀତ। ଏହି ଥଣ୍ଡା ଆସନ୍ତା ଫେବୃଆରୀ ୨ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଇଏମଡି ପୁନେର ମୁଖ୍ୟ ଡ. ଅନୁପମ କାଶ୍ୟପି ଏହା କହିଛନ୍ତି। ଫଳରେ ଜାନୁଆରୀ ୩୦ରୁ ତାପମାତ୍ରା ଦ୍ରୁତଗତିରେ ଖସିବ। ପାଣିପପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସମୟ ମଧ୍ୟରେ କୋଲଡ୍‌ ୱେଭ ଜାରି ରହିବ। ଫଳରେ ତାପମାତ୍ରା ୧୦ଡିଗ୍ରୀକୁ ଖସି ଆସିବ।

Advertisment

ବିଶେଷ କରି ପୁଣେ, କେନ୍ଦ୍ରୀୟ ମହାରାଷ୍ଟ୍ରରେ ଅଧିକ ଥଣ୍ଡା ଅନୁଭୂତ ହେବ। ତେବେ ମୁମ୍ବାଇରେ ସର୍ବନିମ୍ନ ତାପମାତ୍ରାଠାରୁ ଅଧିକ ହ୍ରାସ ହୋଇପାରେ। ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ଅଞ୍ଚଳରୁ ପଶ୍ଚିମା ଝଡ଼ ସୃଷ୍ଟି ହୋଇ ପୂର୍ବ ଆଡ଼କୁ ପ୍ରବାହିତ ହେବ। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ଦେଇ ସାଇକ୍ଲୋନିକ ସର୍କୁଲେସନ୍‌ ଦକ୍ଷିଣ-ପଶ୍ଚିମ ତଥା ରାଜସ୍ଥାନ ଆଡ଼କୁ ମୁହାଁଇବ। ସେହିପରି ଜାନୁଆରୀ ୨୭ରେ ଆଉ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ପରିବେଶ ମେଘୁଆ ପାଗ ରହିପାରେ। ତେଣୁ ପାଣିପାଗରେ ପରିବର୍ତ୍ତନ ଦେଖାଯିବା ସହ ତାପମାତ୍ରା ଖସିପାରେ।

Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe