Advertisment

ହିନ୍ଦୁ-ମୁସଲିମ ହ୍ୱାଟସ୍‌ଆପ୍‌ ଗ୍ରୁପ: ଦୁଇ IAS ଅଧିକାରୀ ନିଲମ୍ବିତ

ମୁଖ୍ୟ ଶାସନ ସଚିବ ଶାରଦା ମୁରଲିଧରନଙ୍କ ରିପୋର୍ଟକୁ ଆଧାର କରି ସୋମବାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି।

IAS Officer Suspended

IAS Officer Suspended

Advertisment

କେରଳର ଜଣେ ଆଇଏଏସ୍ ଅଧିକାରୀଙ୍କ ମୋବାଇଲ୍ ନମ୍ବର ବ୍ୟବହାର କରି ଏକ ସମ୍ପ୍ରଦାୟର ଅଧିକାରୀଙ୍କ ପାଇଁ ସୃଷ୍ଟି ହୋଇଥିବା ହ୍ୱାଟସ୍ ଆପ୍ ଗ୍ରୁପ୍‌କୁ ନେଇ ବିବାଦ ଏ ଯାଏ ଥମି ନାହିଁ। ବର୍ତ୍ତମାନ ଏହାକୁ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏହି ମାମଲାରେ ଦୁଇଜଣ ଆଇଏଏସ୍ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ପ୍ରକୃତରେ, କେରଳ ଇଣ୍ଡଷ୍ଟ୍ରିଜ୍ ଏବଂ ବାଣିଜ୍ୟ ନିର୍ଦ୍ଦେଶକ କେ ଗୋପାଳକୃଷ୍ଣନ୍ ତାଙ୍କ ମୋବାଇଲ୍ ହ୍ୟାକ୍ ହୋଇଥିବା ଏବଂ ଏହା ପରେ ତାଙ୍କ ନମ୍ବରକୁ ବ୍ୟବହାର କରି 'ମଲ୍ଲୁ ହିନ୍ଦୁ ଅଧିକାରୀ' ନାମକ ଏକ ହ୍ୱାଟସ୍ ଆପ୍ ଗ୍ରୁପ୍‌ ଗଠନ କରାଯାଇଥିବା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ତେବେ ତଦନ୍ତ ପରେ ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କରିଛନ୍ତି। ଏଥି ସହିତ ଗତ ତିନି ଦିନ ମଧ୍ୟରେ ସୋଶାଲ ମିଡିଆରେ ଅନ୍ୟ ଜଣେ ଆଇଏଏସ୍ ଅଧିକାରୀ, ଅତିରିକ୍ତ ମୁଖ୍ୟ ସଚିବ ଏ ଜୟତିଲକଙ୍କ ବିରୋଧରେ ଅନେକ ପୋଷ୍ଟ କରି ଉତ୍ତେଜନା ସୃଷ୍ଟି କରିଥିବାରୁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏନ ପ୍ରଶାନ୍ତଙ୍କୁ ନିଲମ୍ବିତ କରାଯାଇଛି।

ମୁଖ୍ୟ ଶାସନ ସଚିବ ଶାରଦା ମୁରଲିଧରନଙ୍କ ରିପୋର୍ଟକୁ ଆଧାର କରି ସୋମବାର ଏହି ଦୁଇ ଅଧିକାରୀଙ୍କୁ ନିଲମ୍ବନ କରିବାକୁ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିର୍ଦ୍ଦେଶ ଦେଇଛନ୍ତି। ଏହାପୂର୍ବରୁ ରାଜସ୍ୱ ମନ୍ତ୍ରୀ କେ ରାଜନ କହିଥିଲେ ଯେ ସରକାର ଅଧିକାରୀମାନଙ୍କୁ ସେମାନଙ୍କ ଇଚ୍ଛା ଅନୁଯାୟୀ କାମ କରିବାକୁ ଦେବେ ନାହିଁ। ଅଧିକାରୀମାନଙ୍କୁ ଆଦର୍ଶ ଏବଂ ପଦ୍ଧତି ଅନୁଯାୟୀ କାର୍ଯ୍ୟ କରିବାକୁ ପଡିବ।

Advertisment

ସୂଚନା ମୁତାବକ, ଗୋପାଳକୃଷ୍ଣନ୍‌ ହିଁ 'ମଲ୍ଲୁ ହିନ୍ଦୁ ଅଧିକାରୀ' ନାମକ ହ୍ୱାଟସ୍‌ ଆପ୍‌ ଗ୍ରୁପ୍‌ ତିଆରି କରିଥିଲେ। ଏହା ବ୍ୟତୀତ ସେ ପୁଲିସକୁ କହିଥିଲେ ଯେ ତାଙ୍କ ଫୋନ୍ ହ୍ୟାକ୍ ହୋଇଛି। ସେ ଏହି ଗ୍ରୁପ ତିଆରି କରିନାହାଁନ୍ତି। ଏଥି ସହିତ ଏନ ପ୍ରଶାନ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏ ଜୟତିଲକଙ୍କୁ ସୋଶାଲ ମିଡିଆରେ ଟାର୍ଗେଟ କରିବା ସହ ବହୁ ଅଧିକାରୀଙ୍କୁ ସେମାନଙ୍କ କ୍ୟାରିୟର ନଷ୍ଟ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ମୁଖ୍ୟ ଶାସନ ସଚିବ ଏନେଇ ତାଙ୍କ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।

ଅଭିଯୋଗ ହୋଇଛି ଯେ ଗୋପାଳକୃଷ୍ଣ ମଲ୍ଲୁ ହିନ୍ଦୁ ଅଧିକାରୀ ଏବଂ ମଲ୍ଲୁ ମୁସଲିମ ଅଫିସର ନାମକ ହ୍ୱାଟସ୍‌ଆପ୍‌ ଗ୍ରୁପ୍‌ ତିଆରି କରିଥିଲେ। ତେବେ ପୁଲିସ ଆଗରେ ଏହାକୁ ଖଣ୍ଡନ କରିଥିଲେ ଗୋପାଳକୃଷ୍ଣ। ଗୋପାଳ କୃଷ୍ଣ ମିଥ୍ୟା ଅଭିଯୋଗ ଦାଖଲ କରିବା ସହ ପ୍ରମାଣ ସହ ନଷ୍ଟ କରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି।

ଗୋପାଳକୃଷ୍ଣନ ତାଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି ବୋଲି ଅଭିଯୋଗ କରିଥିଲେ। ତେବେ ଶନିବାର ଦିନ କେରଳ ପୁଲିସ ଦାବି କରିଛି ଯେ ଏକ ଧାର୍ମିକ ଗୋଷ୍ଠୀ ଗଠନ ପାଇଁ ବ୍ୟବହୃତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ଫୋନ୍ ଦ୍ୱାରା ସୃଷ୍ଟି ହୋଇଥିବା ହ୍ୱାଟସ୍‌ ଆପ୍ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ରୂପେ ରିସେଟ୍ କରାଯାଇଛି। ଏଥିଯୋଗୁ ଫୋନ୍‌ ହ୍ୟାକ୍‌ ହୋଇଛି ନା ନାହିଁ ତାହା ଫରେନସିକ୍ ଯାଞ୍ଚରେ ଚିହ୍ନଟ ହୋଇପାରି ନାହିଁ।

Religion Based WhatsApp Group IAS Officers Suspended Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe