Advertisment

କୋଲକାତା ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରି ଛାତ୍ରୀ ଗିରଫ

ଅଗଷ୍ଟ ୯ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ମହିଳା ଡାକ୍ତରଙ୍କ ଫଟୋ ନିଜ ଇଷ୍ଟାଗ୍ରାମ ଆଇଡିରେ ଶେୟାର କରିଥିଲେ ଗିରଫ ହୋଇଥିବା ଛାତ୍ରୀ।

author-image
Hemant Lenka
Kolkata

Kolkata

ଦେଶକୁ ଦୋହଲାଇ ଦେଇଥିବା କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଆକ୍ସନ ମୋଡରେ ପୁଲିସ୍‌। ପୀଡ଼ିତାଙ୍କ ପରିଚୟ ସାର୍ବଜନୀନ କରିବା ଅଭିଯୋଗରେ ପୁଲିସ୍‌ ଜଣେ ୨୩ ବର୍ଷୀୟ ଛାତ୍ରୀଙ୍କୁ ଗିରଫ କରିଛି।

Advertisment

ଅଗଷ୍ଟ ୯ରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ମହିଳା ଡାକ୍ତରଙ୍କ ଫଟୋ ନିଜ ଇଷ୍ଟାଗ୍ରାମ ଆଇଡିରେ ଶେୟାର କରିଥିଲେ ଗିରଫ ହୋଇଥିବା ଛାତ୍ରୀ। ଏଥିସହ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ମଧ୍ୟ ସେ ଆପତ୍ତିଜନକ ବୟାନ ଦେଇଥିଲେ। ତେଣୁ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଗିରଫ ଛାତ୍ରୀ ଜଣଙ୍କ ହେଲେ କୀର୍ତ୍ତି ଶର୍ମା। ସେ ବିକମ ଦ୍ୱିତୀୟ ବର୍ଷର ଛାତ୍ରୀ। ପୁଲିସ୍‌ ତାଙ୍କୁ ଲେକ ଟାଉନ ସ୍ଥିତ ଘରକୁ ଗିରଫ କରିଛି। ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯିବା ଘଟଣାରେ କୀର୍ତ୍ତି ୩ଟି ଇନଷ୍ଟାଗ୍ରାମ ଷ୍ଟୋରୀ ପୋଷ୍ଟ କରିଥିଲେ।

Advertisment

ଗୋଟିଏ ଷ୍ଟୋରୀରେ ସେ ପୀଡ଼ିତାଙ୍କ ଫଟୋ ଓ ପରିଚୟ ସାର୍ବଜନୀନ କରିଥିଲେ। ଏହା ଅପରାଧିକ କାର୍ଯ୍ୟକଳାପ ମଧ୍ୟରେ ଆସୁଛି। ଆଉ ଦୁଇଟି ପୋଷ୍ଟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମ୍ପର୍କରେ ଅତ୍ୟନ୍ତ ଆପତ୍ତିଜନକ ଓ ଧମକପୂର୍ଣ୍ଣ କଥା ଉଲ୍ଲେଖ କରିଥିଲେ।

ପୁଲିସ୍‌ କହିଛି ଯେ ଅଭିଯୁକ୍ତଙ୍କ ସମ୍ପର୍କରେ ଗୋଟିଏ ଅଭିଯୋଗ ଆସିଥିଲା। ଏହାର ଯାଞ୍ଚ ପରେ କୀର୍ତ୍ତି ସୋଶାଲ ଆକାଉଣ୍ଟ ଚଳାଉଥିବା ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। 

ଗିରଫ ପରେ ପୁଲିସ ତାଙ୍କୁ ସେସନ୍ସ କୋର୍ଟରେ ହାଜର କରିବ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ଛାତ୍ରୀଙ୍କ ଓକିଲ ଏପରି ତରବରିଆ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, “ଅଗଷ୍ଟ ୧୭ରେ ଏଫଆଇଆର ହୋଇଥିଲା ଓ ଅଗଷ୍ଟ ୧୮ରେ ଗିରଫଦାରୀ ହୋଇଛି। ବିନା ତଦନ୍ତ ଓ ବିନା ନୋଟିସରେ ଏପରି ଗିରଫଦାରୀ ହୋଇଛି।”

Kolkata Kolkata Police Kolkata Doctor Rape And Murder Case