Advertisment

ଅସହ୍ୟ ହେଲା ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିର୍ଯାତନା, ଜୀବନ ହାରିଦେଲେ ଛାତ୍ରୀ

ଛାତ୍ରୀ ଜଣଙ୍କ ହେଲେ ଗୁରୁଗ୍ରାମର ଜ୍ୟୋତି ଶର୍ମା। ସେ ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବ୍ୟାଚଲର ଅଫ ଡେଣ୍ଟାଲ ସର୍ଜରୀ(ବିଡିଏସ୍‌)ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Jyoti

Jyoti

Advertisment

ପୁଣି କ୍ୟାମ୍ପସରେ ଛାତ୍ରୀଙ୍କୁ ନିର୍ଯାତନା। ବାଲେଶ୍ୱର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ପୂରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ପୁଣି ଗୋଟିଏ ସାଂଘାତିକ ମାମଲା ସାମ୍ନାକୁ ଆସିଛି। ଗ୍ରେଟର ନୋଏଡାରେ ଥିବା ଘରୋଇ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ବିଭାଗୀୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିର୍ଯାତନା ସହି ନ ପାରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

Advertisment

ଛାତ୍ରୀ ଜଣଙ୍କ ହେଲେ ଗୁରୁଗ୍ରାମର ଜ୍ୟୋତି ଶର୍ମା। ସେ ନୋଏଡାରେ ଥିବା ଶାରଦା ବିଶ୍ୱବିଦ୍ୟାଳୟର ବ୍ୟାଚଲର ଅଫ ଡେଣ୍ଟାଲ ସର୍ଜରୀ(ବିଡିଏସ୍‌)ର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ସେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଥିବା ବାଳିକା ହଷ୍ଟେଲରେ ଆତ୍ମହତ୍ୟା କରିଛନ୍ତି। ଆଜି ସକାଳୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ହଷ୍ଟେଲ ରୁମରୁ ମିଳିଛି। ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ପୁଲିସ୍‌ର କହିବା କଥା ଯେ ଛାତ୍ରୀଙ୍କ ହଷ୍ଟେଲ ରୁମରୁ ଗୋଟିଏ ସୁଇସାଇଡ ନୋଟ ମିଳିଛି। ଏଥିରେ ସେ ଆତ୍ମହତ୍ୟା ପାଇଁ ବିଶ୍ୱବିଦ୍ୟାଳୟର ଡେଣ୍ଟାଲ ବିଭାଗର ଜଣେ ଅଧ୍ୟାପକ ଓ ଅଧ୍ୟାପିକାକୁ ଦାୟୀ କରିଛନ୍ତି। ଉଭୟ ଛାତ୍ରୀଙ୍କୁ ବାରମ୍ବାର ହଇରାଣ କରିବା ସହ ନିର୍ଯାତନା ଦେଉଥିବା ସେ ସୁଇସାଇଡ ନୋଟରେ ଅଭିଯୋଗ କରିଛନ୍ତି।

Advertisment

ଛାତ୍ରୀ ଜଣଙ୍କ ବେଶ କିଛି ଦିନ ହେବ ମାନସିକ ଅବସାଦରେ ରହୁଥିଲେ। କିନ୍ତୁ ନିର୍ଯାତନା ସମ୍ପର୍କରେ କୌଣସି ସ୍ଥାନରେ ଅଭିଯୋଗ କରି ନଥିଲେ। ଆତ୍ମହତ୍ୟା ଖବର ପରେ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ହଷ୍ଟେଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ନାରାବାଜି କରିବା ସହ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।

ଗ୍ରେଟର ନୋଏଡା ଏଡିସିପି ସୁଧୀର କୁମାର କହିଛନ୍ତି, “ଖବର ପାଇ ଆମେ ଫରେନ୍ସିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚିଥିଲୁ। ଛାତ୍ର ଜଣଙ୍କ ନିଜ ରୁମର ଫ୍ୟାନରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଆମେ ଗୋଟିଏ ସୁଇସାଇଟ ନୋଟ ପାଇଛୁ। ଏଥିରେ ସେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ତାଙ୍କୁ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଛନ୍ତି। ସୁଇସାଇଡ ନୋଟରେ ଆଧାରରେ ମାମଲା ରୁଜୁ କରିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି।”

ସୁଇସାଇଡ ନୋଟରେ ଜ୍ୟୋତି ଶର୍ମା ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପିସିପି ଓ ଡେଣ୍ଟାଲ ମ୍ୟାଟ୍ରିଆଲର ଶିକ୍ଷକ/ଶିକ୍ଷୟିତ୍ରୀ ନିର୍ଯାତନା ଦେଉଥିଲେ। ସେ ଦୁଇ ଜଣଙ୍କ ନାଁ ସୁଇସାଇଟ ନୋଟରେ ଉଲ୍ଲେଖ କରିଛନ୍ତି ଓ ନିଜର ମୃତ୍ୟୁ ପାଇଁ ଉଭୟଙ୍କୁ ଦାୟୀ କରିଛନ୍ତି।

ସେ କହିଛନ୍ତି, “ମୁଁ ଦୁଇ ଜଣଙ୍କୁ ଜେଲରେ ଦେଖିବାକୁ ଚାହେଁ। ସେମାନେ ମୋତେ ମାନସିକ ନିର୍ଯାତନା ଦେଉଥିଲେ। ସେମାନେ ମୋତେ ଅପମାନିତ କରୁଥିଲେ। ସେମାନଙ୍କ ପାଇଁ ମୁଁ ଦୀର୍ଘ ସମୟ ଧରି ମାନସିକ ଅବସାଦରେ ରହୁଛି। ମୁଁ ମଧ୍ୟ ସେମାନଙ୍କ ସହ ଏମିତି ହେଉ ବୋଲି ଚାହୁଁଛି। ମୁଁ ଏମିତି ଆଉ ବଞ୍ଚି ପାରିବି ନାହିଁ। ମୋ ପକ୍ଷରେ ଆଉ କିଛି ବି ସମ୍ଭବ ନୁହେଁ।” 

ଜ୍ୟୋତି ଶର୍ମାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ବିଶ୍ୱବିଦ୍ୟାଳୟର ୨ ଜଣ କର୍ତ୍ତୃପକ୍ଷଙ୍କୁ ଗିରଫ କରିଛି। ସେହିପରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଯାଏ ବିଶ୍ୱବିଦ୍ୟାଳୟ ପକ୍ଷରୁ ଘଟଣା ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇ ନାହିଁ। 

Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe