Advertisment

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ୨ ଜଣଙ୍କ ନାଁ ସୁପାରିସ କଲେ କଲେଜିୟମ

ଯଦି କଲେଜିୟମର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିନେବେ, ତା’ହେଲେ ବିଶ୍ୱନାଥନ ଜଷ୍ଟିସ ଜେବି ପାରଡିୱାଲାଙ୍କ ଅବସର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।

author-image
Hemant Lenka
undefined

Supreme Court

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ସର୍ବୋଚ୍ଚ ଅଦାଲତର ବିଚାରପତି ଭାବେ ପଦୋନ୍ନତି ଦେବାକୁ ୨ ଜଣଙ୍କ ନାଁ ସୁପାରିସ କରିଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ବରିଷ୍ଠ ଆଇନଜୀବୀ।

Advertisment

ବର୍ତ୍ତମାନ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଥିବା ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ କେଭି ବିଶ୍ୱନାଥନଙ୍କୁ ପଦୋନ୍ନତି ଦେବାକୁ ସୁପାରିସ କରାଯାଇଛି।

ଯଦି କଲେଜିୟମର ସୁପାରିସକୁ କେନ୍ଦ୍ର ସରକାର ଗ୍ରହଣ କରିନେବେ, ତା’ହେଲେ ବିଶ୍ୱନାଥନ ଜଷ୍ଟିସ ଜେବି ପାରଡିୱାଲାଙ୍କ ଅବସର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ପାରଡିୱାଲା ୨୦୩୦ ଅଗଷ୍ଟ ୧୧ରେ ଅବସର ନେବେ। ସେତେବେଳକୁ ବରିଷ୍ଠତା ଦୃଷ୍ଟିରୁ ବିଶ୍ୱନାଥନ ହିଁ ସିଜେଆଇ ହେବେ। ସେ ଏହି ପଦରେ ୨୦୩୧ ମସିହା ମେ’ ୨୫ ଯାଏ କାର୍ଯ୍ୟ କରିପାରିବେ।

Advertisment

ସେହିପରି ଯଦି ସୁପାରିସକୁ ଅନୁମୋଦନ ମିଳେ, ତା’ହେଲେ ବିଶ୍ୱନାଥନ ୧୦ମ ବ୍ୟକ୍ତି ଭାବେ ଓକିଲରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ହେବେ।

୫ ଜଣ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ କହିଛନ୍ତି, ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୪। କିନ୍ତୁ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ୩୨ ଜଣ ବିଚାରପତି ରହିଛନ୍ତି। ୨ ଦିନ ଭିତରେ ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏମଆର ଶାହ ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି।

ସିଜେଆଇଙ୍କ ବ୍ୟତୀତ କଲେଜିୟମରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ କେଏମ ଯୋଶେଫ, ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି।

Supreme Court