Advertisment

ବସ୍‌ ଭିତରେ ପଶିଗଲା କାର୍‌, ୪ ମୃତ

ଗୁଜରାଟରୁ ମୁମ୍ବାଇ ଆସୁଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ଲଗ୍‌ଜୁରୀ ବସ୍‌କୁ ଧକ୍କା ଦେଇଥିଲା।

ଅଦ୍ୟତନ ହୋଇଛି
Car Accident

Car Accident

Advertisment

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବସ୍‌କୁ ଧକ୍କା ଦେଇଛି କାର୍‌। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ମଧ୍ୟ ହୋଇଛନ୍ତି।

Advertisment

ସୂଚନା ମୁତାବକ, ଆଜି ଭୋରୁ ମୁମ୍ବାଇ-ଅହମ୍ମଦାବାଦ ଜାତୀୟ ରାଜପଥର ମହାଲକ୍ଷ୍ମୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି। ଗୁଜରାଟରୁ ମୁମ୍ବାଇ ଆସୁଥିବା ଏକ କାର୍‌ ନିୟନ୍ତ୍ରଣ ହରାଇ ଲଗ୍‌ଜୁରୀ ବସ୍‌କୁ ଧକ୍କା ଦେଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ କାର୍‌ଟି ବସ୍‌ ଭିତରେ ପଶି ମଧ୍ୟ ଯାଇଥିଲା।

Advertisment

ଏହି ଘଟଣାରେ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଡ୍ରାଇଭର ଓ ତିନି ଅନ୍ୟ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଥିବା ଜଣାପଡିଛି।

ଖବର ମିଳିବା ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାର୍‌ଟିକୁ ବସ୍‌ ଭିତରୁ କ୍ରେନ୍‌ ସାହାଯ୍ୟରେ ବାହାର କରିଛନ୍ତି। ଏଥିସହ କାର୍‌ରେ ଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି।

Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe