Advertisment

ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବସ୍‌କୁ ପିଟିଲା ଟ୍ରକ୍‌; ଆଖି ବୁଜିଲେ ୬ ଯାତ୍ରୀ

ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ଚାଲି ଯାଇଛି ୬ ଜୀବନ ।

author-image
Niharika Rout
Accident Spot

Accident Spot

ଗୁଜରାଟର ଆନନ୍ଦ ଜିଲ୍ଲାରେ ଆଜି ଭୋରରୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟାୟାର ପମ୍ପଚର ହେବାରୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ବସ୍‌କୁ ଏକ ଟ୍ରକ୍‌ ପିଟିବାରୁ ଚାଲି ଯାଇଛି ୬ ଜୀବନ । ଏହି ଦୁର୍ଘଟଣାରେ ୮ ବସ୍‌ ଯାତ୍ରୀ ଗୁରୁତର ହୋଇଛନ୍ତି।

Advertisment

ବସ୍‌ଟି ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେଳ ଯାଉଥିଲା। ଆଜି ଭୋର ପ୍ରାୟ ୪ଟା ପରେ ଚକା ପମ୍ପଚର ହେବାରୁ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। ଉକ୍ତ ସମୟରେ ବସ୍‌ ଡ୍ରାଇଭର,ହେଲପର ଓ କିଛି ଯାତ୍ରୀ ବସ୍‌ ବାହାରେ ଛିଡ଼ା ହୋଇଥିଲେ।

ଉକ୍ତ ସମୟରେ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଏକ ଟ୍ରକ୍‌ ପଛରୁ ବସ୍‌କୁ ପିଟିଥିଲା। ଫଳରେ ବସ୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

Advertisment

ତୁରନ୍ତ ଖବର ପାଇ ପୁଲିସ୍‌ ଟିମ୍‌, ଅଗ୍ନିଶମ ବାହିନୀ ଓ ହାଇୱେ ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଅନ୍ୟ ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୩ ଯାତ୍ରୀ ଆଖି ବୁଜିଥିଲେ। ଏହି ଦୁର୍ଘଟଣାରେ ୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Accident Gujarat