Advertisment

ବାର୍ଥଡେ ପାର୍ଟିରୁ ଫେରିବା ବେଳେ ପିଟିଦେଲା ଟ୍ରକ୍‌, ଚାଲିଗଲା ପରିବାରର ୪ଜୀବନ

ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଧକ୍କା ଦେବାରୁ ଏକ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି।

Accident

Accident

Advertisment

ବାର୍ଥଡେ ପାର୍ଟିରେ ସାମିଲ ହୋଇ ଘରକୁ ଫେରୁଥିବା ବେଳେ ଘଟିଲା ଅଘଟଣ। ବାଟରେ ଜଗି ରହିଥିଲା ଯମ । ରାସ୍ତାରେ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଧକ୍କା ଦେବାରୁ ଏକ କାର୍‌ରେ ଥିବା ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକମାନେ ଗୋଟିଏ ପରିବାରର ବୋଲି ଜଣାଯାଇଛି। ଏପରି ଏକ ଭୟଙ୍କର ଦୁର୍ଘଟଣା ଆଜି ଭୋରରୁ ଗୁଜରାଟର ସାବରକାଣ୍ଠା ଅଞ୍ଚଳରେ ଘଟଇଛି।

Advertisment

ଏକ କାର୍‌ରେ ଏକ ପରିବାରର ୬ ଜଣ ଏକ ବାର୍ଥଡେ ପାର୍ଟିରେ ସାମିଲ ହେବାକୁ ଗତ ରାତିରେ ହିମ୍ମତନଗର ଯାଇଥିଲେ। ଆଜି ଭୋରରୁ ସେମାନେ ନିଜ ଘରକୁ ଫେରୁଥିଲେ। ମାତ୍ର ସାବରକାଣ୍ଠା ନିକଟରେ ଜାତୀୟ ରାଜପଥରେ ଯାଉଥିବା ବେଳେ ହଠାତ୍‌ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରକ୍‌ ଗାଡ଼ିଟିକୁ ପିଟିଥିଲା।

ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି କାର୍‌ରୁ ସମସ୍ତଙ୍କୁ ବାହାର କରିଥିଲେ। ଏହାପରେ ପୁଲିସ୍‌ ପହଞ୍ଚି ସମସ୍ତଙ୍କୁ ନିକଟସ୍ଥ ମେଡିକାଲ ପଠାଇଥିଲା। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ମଧ୍ୟରେ ଏକ ୭ ମାସର ଛୁଆ ଥିବା ଜଣାଯାଇଛି। ଆଉ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

Advertisment

ପୁଲିସ୍‌ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Accident Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe