Advertisment

ଅପରେସନ ସିନ୍ଦୂରରେ ସାମିଲ ଥିବା କହିଲେ ପତ୍ନୀଙ୍କ ହତ୍ୟା ଅଭିଯୁକ୍ତ କମାଣ୍ଡୋ, ଏମିତି ଜବାବ ଦେଲେ ସୁପ୍ରିମକୋର୍ଟ

ପହଲଗାମ ହମଲାର ବଦଲା ନେବାକୁ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଅପରେସନ ସିନ୍ଦୂର ଦ୍ୱାରା ଟାର୍ଗେଟ କରିଥିଲା।

Operation Sindoor

Operation Sindoor

Advertisment

ପତ୍ନୀଙ୍କୁ ହତ୍ୟା କରିବା ଅଭିଯୋଗରେ ଫସିଥିବା ଭାରତୀୟ ସେନାର ଜଣେ ବ୍ଲାକ କ୍ୟାଟ କମାଣ୍ଡୋଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ଦେଇ ନାହାନ୍ତି ସୁପ୍ରିମକୋର୍ଟ। ଆଇନ ଜାଲରୁ ବର୍ତ୍ତିବା ପାଇଁ କମାଣ୍ଡୋ ଜଣଙ୍କ କହିଥିଲେ ଯେ ସେ ଭାରତୀୟ ସେନାର ଅପରେସନ ସିନ୍ଦୂରରେ ସାମିଲ ଥିଲେ। ପହଲଗାମ ହମଲାର ବଦଲା ନେବାକୁ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ଆତଙ୍କବାଦୀ ଆଡ୍ଡାକୁ ଅପରେସନ ସିନ୍ଦୂର ଦ୍ୱାରା ଟାର୍ଗେଟ କରିଥିଲା।

Advertisment

ଏହି ଅପରେସନରେ କମାଣ୍ଡୋ ଜଣଙ୍କ ସାମିଲ ଥିବା କହି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ପାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଶୁଣି ବେଶ କଡ଼ା ଭାଷାରେ କହିଛନ୍ତି ଯେ “ଏହା ଆପଣଙ୍କୁ କୌଣସି ପ୍ରକାରର ଦୋଷମୁକ୍ତ କରୁନାହିଁ।”

ପତ୍ନୀ ହତ୍ୟା ଘଟଣାର ଅଭିଯୁକ୍ତ କମାଣ୍ଡୋ ଜଣଙ୍କ ପୁଲିସ୍‌ ନିକଟରେ ଆତ୍ମସମର୍ପଣରୁ ବର୍ତ୍ତିବା ପାଇଁ ଗୋଟିଏ ସ୍ୱତନ୍ତ୍ର ଲିଭ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ “ମୁଁ ଅପରେସନ ସିନ୍ଦୂରର ଜଣେ ଅଂଶୀଦାର। ମୁଁ ଜଣେ ବ୍ଲାକ କ୍ୟାଟ କମାଣ୍ଡୋ।” ଜାତୀୟ ସୁରକ୍ଷା ଗାର୍ଡ ବା ଭାରତର ଆତଙ୍କବାଦୀ ନିରୋଧ ଫୋର୍ସର ସଦସ୍ୟଙ୍କୁ ବ୍ଲାକ କ୍ୟାଟ କମାଣ୍ଡୋ କୁହାଯାଏ।

Advertisment

କମାଣ୍ଡୋଙ୍କ ଲିଭ ପିଟିସନ ଓ ଯୁକ୍ତିର ଜବାବରେ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ କହିଛନ୍ତି, “ଏହା ଆପଣଙ୍କୁ କୌଣସି ପ୍ରକାରର ଦୋଷମୁକ୍ତ କରୁ ନାହିଁ। ଆପଣ ଯେଉଁ ଭଳି ଶାରିରୀକ ଭାବେ ଫିଟ ଅଛନ୍ତି, ଆପଣ ଏକାକୀ ନିଜର ପତ୍ନୀଙ୍କୁ ତଣ୍ଟି ଚିପି ମାରିବାକୁ ସକ୍ଷମ।”

କମାଣ୍ଡୋ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଅଣନିଃଶ୍ୱାସ କରି ହତ୍ୟା କରିଥିବା ଅଭିଯୋଗ ହୋଇଥିବାରୁ ଏହାକୁ ଜଷ୍ଟିସ ଭୂୟାଁ ଅତ୍ୟନ୍ତ ନିର୍ମମ ବୋଲି କହିଛନ୍ତି ଓ ଏହା ଆଶ୍ୱସ୍ତି ପ୍ରଦାନ କରିବା ଭଳି ମାମଲା ନୁହେଁ ବୋଲି ମତ ରଖିଛନ୍ତି। ହାଇକୋର୍ଟ ଏହାପୂର୍ବରୁ କମାଣ୍ଡୋଙ୍କୁ ଜାମିନ ଦେବାକୁ ମନା କରିଥିବା କଥାକୁ ଖଣ୍ଡପୀଠରେ ଥିବା ଜଷ୍ଟିସ ବିନୋଦ ଚନ୍ଦ୍ରନ ମଧ୍ୟ ଶୁଣାଣି ବେଳେ କହିଥିଲେ।

କମାଣ୍ଡୋ ଜଣଙ୍କ ଯୌତୁକ ପାଇଁ ତାଙ୍କ ପତ୍ନୀଙ୍କୁ ମାରିଥିବା ଅଭିଯୋଗ ହୋଇଛି। ଶୁଣାଣି ବେଳେ କମାଣ୍ଡୋଙ୍କ ଓକିଲ କହିଥିଲେ ଯେ ତାଙ୍କ କ୍ଲାଏଣ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଯୌତୁକରେ ଗୋଟିଏ ବାଇକ ମାଗିଥିଲେ ଓ ଏପରି ଅଭିଯୋଗ ତାଙ୍କ ମୃତ ପତ୍ନୀଙ୍କ ଦୁଇ ଜଣ ଘନିଷ୍ଠ ସମ୍ପର୍କୀୟ ଆଣିଛନ୍ତି। ଦୁଇ ସାକ୍ଷୀ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ମଧ୍ୟ କମାଣ୍ଡୋଙ୍କ ଓକିଲ କହିଥିଲେ।

ଏକଥା ଶୁଣି ମଧ୍ୟ କୋର୍ଟ କମାଣ୍ଡୋଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ପ୍ରଦାନ କରି ନାହାନ୍ତି। କମାଣ୍ଡୋଙ୍କ ସ୍ପେଶାଲ ଲିଭ ପିଟିସନ ଉପରେ ଜବାବ ରଖିବାକୁ କୋର୍ଟ ସରକାରୀ ଓକିଲଙ୍କୁ ନୋଟିସ କରିଛନ୍ତି।

କୋର୍ଟ କହିଛନ୍ତି, “ଆମେ ଆତ୍ମସମର୍ପଣରୁ ସୁରକ୍ଷା ପାଇଁ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରୁଛୁ। ଆସନ୍ତା ୬ ସପ୍ତାହ ମଧ୍ୟରେ ସରକାରୀ ଓକିଲ ଏସଏଲପି ଉପରେ ଜବା ରଖିବେ।” କମାଣ୍ଡୋଙ୍କ ଓକିଲ ଆତ୍ମସମର୍ପଣ ପାଇଁ କିଛି ସମୟ ମାଗିଥିଲେ। କିନ୍ତୁ କୋର୍ଟ ଏଥିପାଇଁ କେବଳ ୨ ସପ୍ତାହର ସମୟ ଦେଇଛନ୍ତି।

Supreme Court Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe