Advertisment

ଘରୋଇ ପରେ କମର୍ସିଆଲ ସିଲିଣ୍ଡର ଦାମ୍‌ ବି ତଳମୁହାଁ; କମିଲା ୧୫୮ ଟଙ୍କା

ନୂଆ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜିଆ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୨୨.୫୦ଟଙ୍କାରେ ପହଞ୍ଚିଛି।

author-image
Niharika Rout
Gas Cylinder

Gas Cylinder

ଗତ ଦୁଇ ଦିନ ପୂର୍ବେ ଘରୋଇ ଏଲପିଜି ସିଲିଣ୍ଡର ଦାମ ଖସିବା ପରେ ଏବେ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବି ତଳମୁହାଁ ହୋଇଛି। ୧୯କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୮ ଟଙ୍କା ହ୍ରାସ ପାଇଛି । ଆଜିଠୁ ନୂଆ ଦର ଲାଗୁ ହେବ ।

Advertisment

ନୂଆ ଦର ଲାଗୁ ହେବା ପରେ ନୂଆଦିଲ୍ଲୀରେ ୧୯ କେଜିଆ  କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୧୫୨୨.୫୦ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ୧୬୮୦ ଟଙ୍କା ଥିଲ। ସେହିପରି କୋଲକତାରେ ନୂଆ ଦର ଲାଗୁ ହେବା ପରେ  କମର୍ସିଆଲ ଗ୍ୟାସ ସିଲିଣ୍ଡର ଦାମ ୧୮୦୨.୫୦ ଟଙ୍କାରୁ କମି ୧୬୩୬ ଟଙ୍କାରେ ପହଞ୍ଚିଛି। ମୁମ୍ବାଇରେ ଏହି ଦର ପୂର୍ବରୁ ୧୬୪୦.୫୦ ଟଙ୍କା ଥିବା ବେଳେ ଏବେ ତାହା ୧୪୮୨ ଟଙ୍କାରେ ପହଞ୍ଚିଛି।

ଗତ ମାସରେ କମର୍ସିଆଲ ଗ୍ୟାସ ଦାମ ଶହେ ଟଙ୍କା କମିଥିଲା। ଏବେ ପୁଣି ଥରେ ଏହି ସିଲିଣ୍ଡର ଦାମ କମିଥିବାରୁ ମୁଖ୍ୟତଃ ଜଳଖିଆ ଦୋକାନୀ ଓ ହୋଟେଲ ମାଲିକ ଆଶ୍ୱସ୍ତ ହୋଇଛନ୍ତି।

Advertisment

ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ଗ୍ୟାସ ସିଲିଣ୍ଡର ଦର ଦୁଇଶହ ଟଙ୍କା ହ୍ରାସ କରାଯାଇଥିଲା । ଫଳରେ ପୂର୍ବରୁ ୨୦୦ ଟଙ୍କାର ସବସିଡି ପାଉଥିବା ଉଜ୍ଜ୍ୱଳା ହିତାଧିକାରୀ ଏଣିକି ୪୦୦ ଟଙ୍କାର ସବସିଡି ପାଇବେ । ଏହି ଅବସରରେ ଉଜ୍ଜ୍ୱଳା ଯୋଜନାରେ ଆଉ ୭୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଘୋଷଣା କରାଯାଇଛି । ସେମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ମିଳିବ। ବର୍ତ୍ତମାନ ୯.୬ କୋଟି ମହିଳା ଉଜ୍ଜ୍ୱଳା ଯୋଜନାରେ ରହିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୂଚନା ଦେଇଛନ୍ତି।

ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାର ଥିବା ବେଳେ ଏହା ଆଗରୁ କେନ୍ଦ୍ର ସରକାର ଉଭୟ ଘରୋଇ ଓ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ କରି ସାଧାରଣ ଜନତାଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି।

Gas Price