Advertisment

କମିଲା କମର୍ସିଆଲ ଗ୍ୟାସ ଦର

୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି।

LPG

LPG

Advertisment

୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ହ୍ରାସ ପାଇଛି। ଏହାର ଦରରେ ୧୭୧ ଟଙ୍କା ୫୦ ପଇସା କମିଛି। ଆଜିଠାରୁ ନୂଆ ଦରକୁ ଲାଗୁ କରାଯାଇଛି। ଫଳରେ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ୧୮୫୬ ଟଙ୍କା ୫୦ ପଇସାରେ ଉପଲବ୍ଧ ହେବ।

Advertisment

ମୁମ୍ବାଇରେ ଏହାର ଦର ୧୮୦୮ ଟଙ୍କା ୫୦ ପଇସାକୁ ଖସିଥିବା ବେଳେ କୋଲକାତାରେ ୧୯୬୦ ଟଙ୍କା ୫୦ ପଇସା ରହିଛି। ଚେନ୍ନାଇରେ ଆଜିଠାରୁ ଏହାର ଦର ୨୦୨୧ ଟଙ୍କା ୫୦ ପଇସା ରହିଛି।

ଏହା ପୂର୍ବରୁ ୧୯ କେଜି ବିଶିଷ୍ଟ କମର୍ସିଆଲ ଏଲ୍‌ପିଜି ସିଲିଣ୍ଡରର ଦର ଦିଲ୍ଲୀରେ ୨୦୨୮ ଟଙ୍କା ଥିବା ବେଳେ କୋଲକାତାରେ ୨୧୩୨, ମୁମ୍ବାଇରେ ୧୯୮୦ ଓ ଚେନ୍ନାଇରେ ୨୧୯୨ ଟଙ୍କା ୫୦ ପଇସା ଥିଲା। ଇଣ୍ଡିଆନ ଓଏଲ କର୍ପୋରେସନ (IOC) ପକ୍ଷରୁ ଏହି ତଥ୍ୟ ଦିଆଯାଇଛି।

Advertisment

ଗତ ଏପ୍ରିଲ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୯୨ ଟଙ୍କା ହ୍ରାସ ପାଇଥିଲା। ତେବେ ଗତ ମାର୍ଚ୍ଚ ମାସରେ କମର୍ସିଆଲ ଏଲପିଜି ସିଲିଣ୍ଡରର ଦର ୩୫୦ ଟଙ୍କା ବୃଦ୍ଧି ପାଇଥିଲା।

ଆଜିଠାରୁ କମର୍ସିଆଲ ରନ୍ଧନ ଗ୍ୟାସ ଦରରେ ହ୍ରାସ କରାଯାଇଥିବା ବେଳେ ଘରୋଇ ରନ୍ଧନ ଗ୍ୟାସର ଦର ଅପରିବର୍ତ୍ତିତ ରହିଛି।

Lpg Gas Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe