Advertisment

ଘାଇଲା କରୁଛି ମହଙ୍ଗା ମାଡ଼, ପୁଣି ବଢ଼ିଲା ଗ୍ୟାସ୍‌ ଦର

ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରଖାଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ଆଜି ସକାଳୁ ବଢ଼ିଛି ଗ୍ୟାସ୍ ସିଲିଣ୍ଡର ଦାମ ।

author-image
Niharika Rout
ଅଦ୍ୟତନ ହୋଇଛି
gas

gas

ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ବଢ଼ିଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ । ଆଜି ସକାଳୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୭ ଟଙ୍କା ବଢ଼ିଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

Advertisment

ନୂଆ ରେଟ୍‌ ଲାଗୁ ହେବା ପରଠୁ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ଏହାବାଦ ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।

ଶେଷ ଥର ମାର୍ଚ୍ଚ ମାସରେ କମର୍ସିଆଲ ଗ୍ୟାସ୍‌ ଦାମ ଲମ୍ବା ଡିଆଁ ମାରିଥିଲା । ସେତେବେଳେ ଏହି ଗ୍ୟାସ୍‌ ଦାମ ୩୫୦.୫୦ ଟଙ୍କା ବଢ଼ିଥିଲା। ଏହାପରେ ଗତ ୨ ମାସ ହେଲା ତେଲ କମ୍ପାନୀମାନଙ୍କ ପକ୍ଷରୁ କମର୍ସିଆଲ ଗ୍ୟାସ୍‌ ଦର କମ୍‌ ହେଉଥିବା ବେଳେ ଆଜି ତାହା ବଢ଼ିଛି। ଗତ ଜୁନ୍‌ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ୍‌ ୮୩.୫ ଟଙ୍କା ଶସ୍ତା କରାଯାଇଥିଲା। ଏହା ପୂର୍ବରୁ ମେ’ ପହିଲାରେ ଏହି ଗ୍ୟାସ୍‌ ଦାମ ୧୭୨ ଟଙ୍କା କମ୍‌ ହୋଇଥିଲା।

Advertisment

କିନ୍ତୁ ଘରୋଇ ୧୪ କେଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଜଣାଯାଇଛି। ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ଶେଷ ଥର ମାର୍ଚ୍ଚ ପହିଲାରେ ୫୦ ଟଙ୍କା ବଢ଼ିଥିଲା।

ସୂଚନାଯୋଗ୍ୟ, ସବୁବେଳେ ମାସ ଆରମ୍ଭରେ ଏଲପିଜି ଦର ପରିବର୍ତ୍ତନ ହୋଇଥାଏ। ମାତ୍ର ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ୪ ତାରିଖରେ ଗ୍ୟାସ୍‌ର ଦାମ୍‌ ବଢ଼ିବା ଘଟଣାକୁ ସାଧାରଣ ଲୋକେ ଗ୍ରହଣ କରି ପାରୁ ନାହାନ୍ତି।

Delhi Gas Price