ଏଲପିଜି ସିଲିଣ୍ଡର
୨୦୨୬-୨୦୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିଛି ସମୟ ପରେ ଉପସ୍ଥାପନ କରିବେ। ବଜେଟରୁ ଦେଶବାସୀ ଅନେକ କିଛି ଆଶା କରିଥିବା ବେଳେ ଗ୍ରାହକଙ୍କୁ ଲାଗିଛି ବଡ଼ ଝଟକା। ବଜେଟ ପୂର୍ବରୁ ବଢ଼ିଛି ଏଲପିଜି ଦର। ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର(LPG Cylinder) ୪୯ ଟଙ୍କା ମହଙ୍ଗା ହୋଇଛି। ଆଜି ମଧ୍ୟରାତ୍ରରୁ ବର୍ଦ୍ଧିତ ଦର ଲାଗୁ ହୋଇଛି।
ବର୍ଦ୍ଧିତ ଦର ପରେ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ ୧୭୪୦.୫୦ ଟଙ୍କା ହୋଇ ଯାଇଛି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ଦାମ ପୂର୍ବଭଳି ଅପରିବର୍ତ୍ତିତ ରହିଛି।
ଜାନୁଆରୀ ମାସରେ ମଧ୍ୟ ବ୍ୟବସାୟିକ ଗ୍ୟାସ ମହଙ୍ଗା ହୋଇଥିଲା। ବ୍ୟବସାୟିକ ଗ୍ୟାସର ଦାମ ବଢ଼ୁଥିବାରୁ ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟ ବ୍ୟବସାୟୀରେ ନିୟୋଜିତ ଲୋକମାନଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ସାଧାରଣ ଖାଉଟି ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେବେ।
ଗତ ମାସରେ ଅର୍ଥାତ ଜାନୁଆରୀ ୧ରେ ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡର ପିଛା ୧୧୧ ଟଙ୍କା ମହଙ୍ଗା ହୋଇଥିଲା। ଫଳରେ ଦିଲ୍ଲୀରେ ଏହାର ଦାମ ୧୬୯୧.୫୦ ଟଙ୍କାରେ ପହଞ୍ଚିଥିଲା।
ବ୍ୟବସାୟିକ ଗ୍ୟାସ ବ୍ୟତୀତ ୫ କେଜି ମୁକ୍ତ ବାଣିଜ୍ୟ ଏଲିପିଜି(ଏଫଟିଏଲ) ସିଲିଣ୍ଡରର ଦାମ ୨୭ ଟଙ୍କା ବଢ଼ିଥିଲା। କିନ୍ତୁ ଫେବୃଆରୀ ଭଳି ଜାନୁଆରୀ ମାସରେ ମଧ୍ୟ ଘରୋଇ ଗ୍ୟାସର ଦାମ ଅପରିବର୍ତ୍ତିତ ରହିଥିଲା।
ବର୍ତ୍ତମାନ ଦେଶର ୩୩ କୋଟି ଘରେ ଏଲପିଜି ସିଲିଣ୍ଡର ସଂଯୋଗ ରହିଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମୟୁୱାଇ)ରେ ୧୦.୪୧ କୋଟି ପରିବାରକୁ ଗ୍ୟାସ ସଂଯୋଗ ଦିଆଯାଇଛି। ସରକାର ଏହାକୁ ୧୦.୬୦ କୋଟିରେ ପହଞ୍ଚାଇବାକୁ ସରକାର ଯୋଜନା କରିଛନ୍ତି। ଦେଶର ପ୍ରାୟ ସମସ୍ତଙ୍କ ଘରେ ଗ୍ୟାସ ସଂଯୋଗ କରିବା ହିଁ ସରକାରଙ୍କ ଲକ୍ଷ୍ୟ ରହିଛି। ଏହି ଦିଗରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି। ଖୁବଶୀଘ୍ର ସରକାର ନିଜର ଲକ୍ଷ୍ୟ ପୂରଣ କରିବେ ବୋଲି ମଧ୍ୟ ଆଶାବାଦୀ ରହିଥିବେ ବିଭାଗ ଅଧିକାରୀମାନେ ମତ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/01/lpg-2026-02-01-10-52-18.jpg)