Advertisment

୫୦ ଲକ୍ଷର ମିନି କୁପର କିଣି ଫସିଗଲେ ଟ୍ରେଡ ୟୁନିୟନ ଲିଡର

କେରଳ ପେଟ୍ରୋଲିୟମ ଓ ଗ୍ୟାସ୍‌ କର୍ମଚାରୀ ସଂଘର ରାଜ୍ୟ ସେକ୍ରେଟାରୀ ପିକେ ଅନିଲ କୁମାର କିଛି ଦିନ ପୂର୍ବେ ଏକ ହଳଦି ରଙ୍ଗର ମିନି କୁପର ସହ ନିଜର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ।

author-image
Niharika Rout
Car

Car

୫୦ ଲକ୍ଷ ଟଙ୍କା ମୂଲ୍ୟର ମିନି କୁପର କିଣି ବିବାଦରେ ଫସିଗଲେ କମ୍ୟୁନିଷ୍ଟ ଟ୍ରେଡ ୟୁନିୟନ ଲିଡର। ଜଣେ ଟ୍ରେଡ ଲିଡର ଏତେ ମୂଲ୍ୟର କାର୍‌ କିଣିବା ଘଟଣାକୁ କେହି ହଜମ କରି ପାରୁ ନାହାନ୍ତି।  ଫଳରେ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ବୟାନବାଜି। ଏପରି ଏକ ଘଟଣା କେରଳରେ ଘଟିଛି।

Advertisment

କେରଳ ପେଟ୍ରୋଲିୟମ ଓ ଗ୍ୟାସ୍‌ କର୍ମଚାରୀ ସଂଘର ରାଜ୍ୟ ସେକ୍ରେଟାରୀ ପିକେ ଅନିଲ କୁମାର କିଛି ଦିନ ପୂର୍ବେ ଏକ ହଳଦି ରଙ୍ଗର ମିନି କୁପର ସହ ନିଜର ଏକ ଫଟୋ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଏହା ଖୁବ୍‌ ଶୀଘ୍ର ଭାଇରାଲ ହୋଇ ଯାଇଥିବା ବେଳେ ଏହା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ। ଜଣେ ଟ୍ରେଡ ୟୁନିୟନ ଲିଡର କିପରି ଏତେ ମହଙ୍ଗା ଗାଡ଼ି କିଣିବାକୁ ସକ୍ଷମ ହେଲେ ତାହା  ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମୋ’ ପତ୍ନୀ ଇଣ୍ଡିଆନ ଅଏଲର କର୍ମଚାରୀ ହୋଇଥିବା ବେଳେ ସେ ହିଁ ଏହି କାର୍‌ର ମାଲିକ ବୋଲି ବ୍ୟକ୍ତିଜଣକ ସଫେଇ ଦେବା ସତ୍ତ୍ୱେ ଏହା କାହାର ହଜମ ହେଉନି।

Advertisment

ଧନୀ ଲୋକେ କିପରି ଅୟସ ଜୀବନ ବିତାନ୍ତି ଅନିଲ କୁମାର ତାହାର ଅଭ୍ୟାସ କରୁଥିବା ଜଣେ ସିନିୟର ସାମ୍ବାଦିକ କହିଛନ୍ତି। ଏଥିସହ ଜଣେ ସିପିଆଇଏମ୍‌ ନେତାଙ୍କ ଉଦାହରଣ ଦେଇ ୨୦୧୭ ମସିହାରେ ନିର୍ବାଚନୀ ପ୍ରଚାରରେ ଏକ ନାଲି ମିନି କୁପର ଗାଡ଼ି ବ୍ୟବହାର କରି ଲାଇମ୍‌ଲାଇଟ୍‌କୁ ଆସିଥିଲେ। ପରେ ତାହା ସୁନା ଚୋରା ଚାଲାଣ କରୁଥିବା ଜଣେ ଅଭିଯୁକ୍ତଙ୍କର ବୋଲି ଜଣାପଡ଼ିଥିଲା ବୋଲି ସେ ଉଲ୍ଲେଖ କରିଛନ୍ତି। 

ଏଥିସହ ସବୁ କମ୍ୟୁନିଷ୍ଟ ଲିଡର ମିନି କୁପର ପ୍ରେମରେ କାହିଁକି ପାଗଳ ହେଉଛନ୍ତି ବୋଲି ଜଣେ ପ୍ରଶ୍ନ କରିଛନ୍ତି। ବିବାଦ ଅମିତ କୁମାରଙ୍କ ପାଇଁ ନୂଆ ହୋଇ ନ ଥିବା ବେଳେ ଏହା ପୂର୍ବରୁ ଜଣେ ମହିଳାଙ୍କୁ ଆକ୍ଷେପ କରି ଜାତିଆଣ ମନ୍ତବ୍ୟ ଦେଇ ସେ ଫସି ଯାଇଥିଲେ।

ଏନେଇ ସେମାନଙ୍କ ନିକଟକୁ ଲିଖିତ ଭାବେ କିଛି ଆସି ନ ଥିବା ବେଳେ ଘଟଣା ଉପରେ ପୂରା ନଜର ରହିଥିବା ଟ୍ରେଡ ୟୁନିୟନ ପକ୍ଷରୁ କୁହାଯାଇଛି।

Social Media Kerala