Advertisment

୨ ହଜାର ଟଙ୍କିଆ ନୋଟ ନେଲେନି ପେଟ୍ରୋଲ ପମ୍ପ ଏଜେଣ୍ଟ, ପୁଲିସ୍‌ରେ ଅଭିଯୋଗ

ବ୍ୟାଙ୍କ ବଦଳରେ ଲୋକମାନେ ପେଟ୍ରୋଲ ପମ୍ପ ଓ ବଡ଼ବଡ଼ ଦୋକାନରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବାକୁ ଚାହୁଁଛନ୍ତି। ଫଳରେ କିଛି ପେଟ୍ରୋଲ ପମ୍ପ ଆଉ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ମନା କରି ଦେଉଛନ୍ତି।

author-image
Hemant Lenka
Petrol Pump

Petrol Pump

ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତ୍ୟାହାର ହେବାକୁ ଥିବା ୨ ହଜାର ଟଙ୍କିଆ ନୋଟକୁ ନେଇ ଲୋକମାନେ ହଇରାଣ ପଡ଼ିବା ଆରମ୍ଭ କରିଛନ୍ତି। ୨ ହଜାର ଟଙ୍କିଆ ନୋଟକୁ ଲୋକମାନେ ବ୍ୟାଙ୍କରେ ବଦଳ କରିପାରିବେ। ଏଥିପାଇଁ ସେପ୍ଟେମ୍ବର ୩୦ ଯାଏ ସମୟ ରହିଛି।

Advertisment

ଏଥିସହ ଏହା ଆଇନତଃ ବୈଧ। ଏହାକୁ ଗ୍ରହଣ କରିବାକୁ କେହି ବି ମନା କରିପାରିବେ ନାହିଁ। ତଥାପି ଅନେକ ସ୍ଥାନରେ ଲୋକମାନେ ୨ ହଜାର ଟଙ୍କିଆ ନୋଟ୍‌ ଗ୍ରହଣ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।

ବ୍ୟାଙ୍କ ବଦଳରେ ଲୋକମାନେ ପେଟ୍ରୋଲ ପମ୍ପ ଓ ବଡ଼ବଡ଼ ଦୋକାନରେ ୨ ହଜାର ଟଙ୍କିଆ ନୋଟକୁ ବଦଳାଇବାକୁ ଚାହୁଁଛନ୍ତି। ଫଳରେ କିଛି ପେଟ୍ରୋଲ ପମ୍ପ ଆଉ ୨ ହଜାର ଟଙ୍କିଆ ନୋଟ ଗ୍ରହଣ କରିବାକୁ ମନା କରି ଦେଉଛନ୍ତି। ଏବେ ଦିଲ୍ଲୀର ସାଉଥ ଏକ୍ସଟେସନ ପାର୍ଟ -୧ରେ ଥିବା ଗୋଟିଏ ପେଟ୍ରୋଲ ପମ୍ପରୁ ସମାନ ଅଭିଯୋଗ ଆସିଛି।

Advertisment

ଏଠାରେ କାର୍ଯ୍ୟରତ ଜଣେ ପେଟ୍ରୋଲ ପମ୍ପ ଆଟେଡାଣ୍ଟଙ୍କୁ ଜଣେ ବ୍ୟକ୍ତି ୨ ହଜାର ଟଙ୍କିଆ ନୋଟ ଦେଇଥିବା ବେଳେ ସେ ଏହାକୁ ଗ୍ରହଣ କରିନାହାନ୍ତି। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଶେଷରେ ବ୍ୟକ୍ତି ଜଣଙ୍କ ଏନେଇ କୋଟଲା ପୁଲିସ୍‌ ଷ୍ଟେସନରେ ବିଧିବଦ୍ଧ ଭାବେ ଅଭିଯୋଗ ମଧ୍ୟ କରିଛନ୍ତି। ଅଭିଯୋଗକାରୀ କହିଛନ୍ତି ଯେ ସେ ସାଉଥ ଏକ୍ସଟେସନ ପାର୍ଟ-୧ରେ ଥିବା ଗୋଟିଏ ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏଠାରେ ସେ ତାଙ୍କ ଗାଡ଼ିରେ ୪ ଶହ ଟଙ୍କାର ତେଲ ପକାଇଥିଲେ। ବିଲ୍‌ ବାବଦରେ ସେ ପେଟ୍ରୋଲ ପମ୍ପ ଏଜେଣ୍ଟଙ୍କୁ ୨ ହଜାର ଟଙ୍କିଆ ନୋଟ ଦେଇଥିଲେ।

କିନ୍ତୁ ପେଟ୍ରୋଲ ପମ୍ପ ଏଜେଣ୍ଟ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶେଷରେ ବ୍ୟକ୍ତି ଜଣଙ୍କ ଉକ୍ତ ଏଜେଣ୍ଟଙ୍କ ବିରୋଧରେ ପୁଲିସ୍‌ରେ ବିଧିବଦ୍ଧ ଭାବେ ଅଭିଯୋଗ କରିଥିଲେ। ପୁଲିସ୍‌ ତାଙ୍କ ଅଭିଯୋଗରେ କେତେ ସତ୍ୟତା ରହିଛି, ତା’ର ଯାଞ୍ଚ କରିବା ସହ ପେଟ୍ରୋଲ ପମ୍ପ ଏଜେଣ୍ଟକୁ ଡାକି ଅଧିକ ପଚରାଉଚରା କରିଥିବା ଜଣାପଡ଼ିଛି।

RBI 2000 Notes RS 2000