Advertisment

ତିରୁପତି ଲଡ଼ୁ ବିବାଦ: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା

ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି।

Jagan Mohan Reddy

Jagan Mohan Reddy

Advertisment

ଘନଉଛି ତିରୁପତି ଲଡ଼ୁ ବିବାଦ। ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ତିରୁପତି 'ଲଡୁ ପ୍ରସାଦମ୍'ରେ ବ୍ୟବହୃତ ଘିଅରେ ଅମିଶ୍ରିତ ମାମଲା ସାମ୍ନାକୁ ଆସିବା ପରେ ଏହାକୁ ଚାରିଆଡୁ ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି।

Advertisment

ଓ୍ୱାଇ ଏସ୍‌ ଜଗନମୋହନ ରେଡ୍ଡୀ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି। ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍‌ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

କରୁଣା ସାଗର କହିଛନ୍ତି ଯେ ଏହି ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଘଟଣାର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି। ଶ୍ରୀ ଭେଙ୍କଟେଶ୍ୱରା ସ୍ୱାମୀ ମନ୍ଦିରକୁ ଅପମାନିତ କରିବା ଏବଂ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

Advertisment

ସେପଟେ ଏହି ମାମଲାରେ ହାଇଦ୍ରାବାଦ ପୁଲିସ କହିଛି ଯେ, ଏହି ମାମଲା ଆନ୍ଧ୍ରପ୍ରଦେଶର। ତେଣୁ ସେମାନେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ନେଉଛନ୍ତି। ଆଇନଗତ ମତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଶୁକ୍ରବାର ଦିନ କହିଛି ଯେ ଅପମିଶ୍ରିତ ଅଭିଯୋଗ ଆସିବା ପରେ ଘିଅର ମାନ ପରୀକ୍ଷା ପାଇଁ ପଠାଯାଇଛି। କହିରଖୁ ଯେ, ଦୁଇ ଦିନ ପୂର୍ବୋ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶିଥିବା ଅଭିଯୋଗ କରିଥିଲେ।

YS Jagan Mohan Reddy Tirupati Balaji Temple Tirupati Laddu Row
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe