ଖଡଗେ ଓ କେଜ୍ରିୱାଲଙ୍କ ନାଁରେ ଅଭିଯୋଗ ଦାଖଲ, ରାଷ୍ଟ୍ରପତିଙ୍କ ଜାତିକୁ ନେଇ ଦେଇଥିଲେ ବୟାନ

ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଏପରି ଅଭିଯୋଗ ଦାଏର କରିବା ସହ କେଜ୍ରିୱାଲ,ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Congress

Congress

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କ ଜାତିକୁ ନେଇ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବାକୁ ଚେଷ୍ଟା କରିଥିବା ଅଭିଯୋଗକାରୀ ଦାବି କରିଛନ୍ତି।

ସୁପ୍ରିମକୋର୍ଟର ଜଣେ ଓକିଲ ବିନୀତ ଜିନ୍ଦଲ ଏପରି ଅଭିଯୋଗ ଦାଏର କରିବା ସହ କେଜ୍ରିୱାଲ,ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ବିନୀତ ଜିନ୍ଦଲ ତାଙ୍କ ଅଭିଯୋଗରେ କହିଛନ୍ତି ଯେ “ବିଭିନ୍ନ ସଂପ୍ରଦାୟ/ଗ୍ରୁପ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରିବା ଓ ବିଶୃଙ୍ଖଳା ସୃଷ୍ଟି କରି ଭାରତ ସରକାରଙ୍କ ପାଇଁ ଲୋକଙ୍କ ମନରେ ଅବିଶ୍ୱାସ ସୃଷ୍ଟି କରିବା ହିଁ ସେମାନଙ୍କ ବୟାନର ଏକମାତ୍ର ଲକ୍ଷ୍ୟ ଥିଲା। ରାଜନୀତିକ ଫାଇଦା ହାସଲ ପାଇଁ ସେମାନେ ଏପରି ବୟାନ ଦେଇଛନ୍ତି।

ଆପିସିର ଧାରା ୧୨୧, ୧୫୩(ଏ), ୫୦୫ ଓ ୩୪ ଅନୁଯାୟୀ ଏହା ଅପରାଧ। ଖଡଗେ ଓ କେଜ୍ରିୱାଲ ଜାଣିଶୁଣି ସମ୍ମାନୀୟ ରାଷ୍ଟ୍ରପତିଙ୍କ ଜାତି କଥା ନିଜ ବୟାନରେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତ ସରକାର ଜାଣିଶୁଣି ରାଷ୍ଟ୍ରପତିଙ୍କୁ ନୂଆ ସଂସଦ ବିଲଡିଂର ଉଦଘାଟନକୁ ନିମନ୍ତ୍ରଣ କରି ନାହାନ୍ତି ବୋଲି ସେମାନେ ଲୋକଙ୍କ ମଧ୍ୟରେ ଗୋଟିଏ ଧାରଣା ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି।

ସେମାନେ ଦେଇଥିବା ବୟାନ ବିଭିନ୍ନ ଗଣମାଧ୍ୟମ ଓ ସୋଶାଲ ମିଡିଆରେ ପ୍ରକାଶ ପାଇଛି। ଏହା ଏସ୍‌ଟି ଓ ଆଦିବାସୀ ସଂପ୍ରଦାୟର ଲୋକଙ୍କୁ ଉତ୍ତେଜନା ସୃଷ୍ଟି କରିବା ପାଇଁ ପ୍ରୋତ୍ସାହିତ କରିପାରେ। କାରଣ ଆମର ସମ୍ମାନୀୟ ରାଷ୍ଟ୍ରପତି ମଧ୍ୟ ଆଦିବାସୀ ଓ ଏସ୍‌ଟି ସଂପ୍ରଦାୟରୁ ଆସିଛନ୍ତି।

ଲୋକଙ୍କ ଉପରେ ପ୍ରଭାବ ପକାଇବାକୁ ସକ୍ଷମ ହେଉଥିବା ରାଜନେତାମାନଙ୍କର ଜାତିକୁ ନେଇ ଏପରି ବୟାନ ଓ ନିର୍ବାଚିତ ସରକାରଙ୍କ ବିରୋଧରେ ଏପରି ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ। ନିଜର ରାଜନୀତିକ ଫାଇଦା ପାଇଁ ରାଜନେତାମାନେ ସମ୍ବିଧାନର ସର୍ବୋଚ୍ଚ ପଦକୁ ମଧ୍ୟ ଅସମ୍ମାନ କରିବାକୁ ପଛାଉ ନାହାନ୍ତି। ସରକାର ବିରୋଧରେ ଗୋଟିଏ ସଂପ୍ରଦାୟର ଲୋକଙ୍କ ମନରେ ଅବିଶ୍ୱାସକୁ ବୃଦ୍ଧି କରିବାକୁ ମଧ୍ୟ ସେମାନେ ଚେଷ୍ଟା କରିଛନ୍ତି। ଏହା ଏକ ସମ୍ବେଦନଶୀଳ ଘଟଣା।”

ଶ୍ରୀ ଜିନ୍ଦଲ ଅଭିଯୋଗ ଦାଖଲ କରିବା ସହ ଦିଲ୍ଲୀ ପୁଲିସ୍‌ କମିଶନରଙ୍କୁ ଏଫଆଇଆର ରୁଜୁ କରି ଅଭିଯୁକ୍ତ ରାଜନେତାମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Congress Arvind Kejriwal Mallikarjun Kharge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe