Advertisment

ସ୍କୁଲକୁ ନାମ ଲେଖାଇବାକୁ ଯାଇଥିବା ନାବାଳିକାକୁ ମାରିଲା କରେଣ୍ଟ, ସବୁ ଷ୍ଟାଫ୍‌ ସସ୍‌ପେଣ୍ଡ

ନିଜ ପରିଜନଙ୍କ ସହ ସ୍କୁଲକୁ ନାମ ଲେଖାଇବାକୁ ଯାଇଥିଲେ ୫ ବର୍ଷୀୟା ନାବାଳିକା। ମାତ୍ର ପ୍ରଥମ ଦିନରେ ହିଁ ଘଟିଲା ଅଘଟଣ ଓ ଅକାଳରେ ଚାଲିଗଲା ଜୀବନ ।

author-image
Niharika Rout
ଅଦ୍ୟତନ ହୋଇଛି
Dead due to current

Dead due to current

ନିଜ ପରିଜନଙ୍କ ସହ ସ୍କୁଲକୁ ନାମ ଲେଖାଇବାକୁ ଯାଇଥିଲେ ୫ ବର୍ଷୀୟା ନାବାଳିକା। ମାତ୍ର ପ୍ରଥମ ଦିନରେ ହିଁ ଘଟିଲା ଅଘଟଣ ଓ ଅକାଳରେ ଚାଲିଗଲା ଜୀବନ । ସ୍କୁଲରେ କରେଣ୍ଟ ସଂସ୍ପର୍ଶରେ ଆସିବାରୁ ଟଳି ପଡ଼ିଲେ ଛାତ୍ରୀ। ଏହାକୁ ନେଇ ପ୍ରବଳ ଉତ୍ତେଜନା ଦେଖାଦେବାରୁ ତୁରନ୍ତ ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ସମସ୍ତ ୬ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି।

Advertisment

ଏପରି ଏକ ଘଟଣା ଉତ୍ତରପ୍ରଦେଶର ଗାଜିପୁର ଜିଲ୍ଲାର ଏକ ସ୍କୁଲରେ ଘଟିଛି। ମୃତ ଶିଶୁ ୫ ବର୍ଷୀୟା ରାଗିଣୀ ବୋଲି ଜଣାଯାଇଛି। ରାଗିଣୀ ଆଡମିଶନ ନିମନ୍ତେ ନିଜ ପରିବାର ଲୋକଙ୍କ ସହ ସ୍କୁଲକୁ ଯାଇଥିଲେ। ସେଠାରେ ସେ ବୁଲାବୁଲି କରୁଥିବା ବେଳେ ହଠାତ୍‌ ତାଙ୍କୁ କରେଣ୍ଟ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ।

ପରିବାର ଲୋକେ ତୁରନ୍ତ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ସ୍କୁଲ ଘେରିବାରୁ ଶିକ୍ଷା ବିଭାଗ ଅଧିକାରୀ ପହଞ୍ଚିଥିଲେ। ଏହାପରେ ଦାୟିତ୍ୱରେ ଅବହେଳା କରିବା ଅଭିଯୋଗରେ ତୁରନ୍ତ ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ସମସ୍ତ ୬ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

Advertisment

ଏଥିସହ ଏହି ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଘଟଣାରେ ଦୋଷୀ ସାବ୍ୟସ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

Uttar Pradesh