Advertisment

ପ୍ରଚାରର ନୂଆ ଫଣ୍ଡା, ଘର ଘର ବୁଲି କଣ୍ଡୋମ ପ୍ୟାକେଟ୍‌ ବାଣ୍ଟୁଛନ୍ତି ରାଜନେତା

ସୋଶାଲ ମିଡିଆରେ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍‌ର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Condom packs with party name

Condom packs with party name

ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏଥିପାଇଁ ପ୍ରଚାର ପ୍ରସାରରେ ଲାଗିପଡିଛନ୍ତି ସମସ୍ତ ରାଜନୈତିକ ଦଳ। ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ରାଜନେତା। ନିର୍ବାଚନ ସମୟରେ ଭୋଟ୍ ପାଇବା ଆଶାରେ ଭୋଟରଙ୍କ ମଧ୍ୟରେ ଲାପଟପ୍, ଟାବଲେଟ୍ ଏବଂ ସାଇକେଲ୍ ଭଳି ଜିନିଷ ବଣ୍ଟନ କରିବା ରାଜନୈତିକ ଦଳର ଏକ ସାଧାରଣ କଥା। କିନ୍ତୁ ଅନ୍ଧ୍ରପ୍ରଦେଶରେ ଦୁଇ ରାନୈତିକ ଦଳ ନିର୍ବାଚନକୁ ଦୃଷ୍ଟିରେ ରଖି ବାଣ୍ଟୁଛନ୍ତି କଣ୍ଡୋମ। ଏହାକୁ ନେଇ ବିବାଦ ଉପୁଜିଛି।

Advertisment

ଘର ଘର ବୁଲି ରାଜନେତାମାନେ କଣ୍ଡୋମ ପ୍ୟାକେଟ୍‌ ବାଣ୍ଟୁଛନ୍ତି । ପ୍ରଚାର ପ୍ରସାର ପାଇଁ ଏଭଳି ନୂଆ ଫଣ୍ଡା ଆପଣାଇଛନ୍ତି ରାଜେନାତା। ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ, ଏଠାକାର ପ୍ରମୁଖ ଦଳଗୁଡିକ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍‌ ବଣ୍ଟନ କରୁଛନ୍ତି। ସୋଶାଲ ମିଡିଆରେ ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍‌ର ଫଟୋ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।

ଆନ୍ଧ୍ରପ୍ରଦେଶର ଉଭୟ ଶାସକ ଦଳ YSR କଂଗ୍ରେସ ଓ ମୁଖ୍ୟ ବିରୋଧୀ ଦଳ ତେଲୁଗୁ ଦେଶମ ପାର୍ଟିର(ଟିଡିପି) ନିର୍ବାଚନ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟଗୁଡିକୁ କଥିତ ରୂପେ ଦଳର କର୍ମୀଙ୍କ ଦ୍ୱାରା ଭୋଟରଙ୍କ ମଧ୍ୟରେ ବଣ୍ଟା ଯାଉଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ, ଲୋକସଭା ନିର୍ବାଚନ ପାଇଁ ଘର ଘର ବୁଲି ପ୍ରଚାର କରୁଥିବା ଦଳୀୟ ନେତାମାନେ ମଧ୍ୟ କଣ୍ଡୋମ ପ୍ୟାକେଟ୍‌ ବାଣ୍ଟୁଛନ୍ତି।

Advertisment

ସେପଟେ ଏହାକୁ ନେଇ ଉଭୟ ଦଳ ପରସ୍ପରକୁ ସମାଲୋଚନା କରିଛନ୍ତି। YSR କଂଗ୍ରେସ ସୋଶାଲ ମିଡିଆରେ ଟିଡିପିକୁ ଟାର୍ଗେଟ କରିଛି। ଦଳ ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି। ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳ ମାଇକ୍ରୋ ବ୍ଲଗିଂ ସାଇଟ୍‌ Xରେ ଏକ ପୋଷ୍ଟ କରି କହିଛି ଯେ, କଣ୍ଡୋମ ବଣ୍ଟନ ସହିତ ଏହି କାମ ବନ୍ଦ ହେବ ନା ଦଳ ଜନସାଧାରଣଙ୍କ ମଧ୍ୟରେ ଭାଏଗ୍ରା ମଧ୍ୟ ବିତରଣ କରିବା ଆରମ୍ଭ କରିବ?

ଏହାର ଜବାବରେ, ଟିଡିପି ମଧ୍ୟ YSRCP ର ନିର୍ବାଚନ ପ୍ରତୀକ ଥିବା ସମାନ କଣ୍ଡୋମ ପ୍ୟାକେଟ ପୋଷ୍ଟ କରି ପଚାରିଛି ଯେ ଜଗନ୍ନ ମୋହନ ରେଡ୍ଡୀଙ୍କ ଦଳ ଏହା ବିଷୟରେ କହୁଛନ୍ତି କି?

ଉଭୟ ଦଳ ପରସ୍ପରକୁ ସମାଲୋଚନା କରିଥିଲେ ମଧ୍ୟ କଣ୍ଡୋମ ବଣ୍ଟନ କାର୍ଯ୍ୟ ଜାରି ରଖିଥିବା କୁହାଯାଉଛି।

Andhra Pradesh YSR Congress TDP Loksabha Election 2024