Advertisment

ମୋର ପୁରୁଣା କାର୍ଯ୍ୟଶୈଳୀ ପାଇଁ ୨୦୧୮ରେ କଂଗ୍ରେସ କ୍ଷମତାକୁ ଫେରିଥିଲା: ଅଶୋକ ଗେହଲଟ୍‌

କ୍ଷମତାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଥିବା ବେଳେ ପୂର୍ବରୁ  ଅଶୋକ ଗେହଲଟ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ କରି ସେ ଜଣେ ବିଶ୍ୱାସଘାତକ ଓ ପ୍ରତାରକ ବୋଲି କହିଥିଲେ।

undefined

Ashok Gehlot

Advertisment

ଦଳରେ ଭୀଷଣ ଅନ୍ତକନ୍ଦଳ ଏବଂ ସଚିନ ପାଇଲଟଙ୍କ ସହ ତୀବ୍ର ମତଭେଦ ସତ୍ତ୍ୱେ ରାଜସ୍ଥାନରେ ପୁଣି ଥରେ କଂଗ୍ରେସ କ୍ଷମତାକକୁ ଆସିବ ବୋଲି ଦମ୍ଭୋକ୍ତି ଦେଖାଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌।   ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଗୁରୁବାର କହିଛନ୍ତି ଯେ, ତାଙ୍କର ପୂର୍ବ କାର୍ଯ୍ୟଶୈଳୀ ପାଇଁ ୨୦୧୮ରେ କଂଗ୍ରେସ କ୍ଷମତାକୁ ଫେରିଥିଲା। ତେବେ ଚଳିତ ବର୍ଷ ଶେଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ୧୫୬ଟି ଆସନ ଜିତିବାର ଲକ୍ଷ୍ୟ ସ୍ଥିର କରିସାରିଥିବା ସେ କହିଛନ୍ତି। ଗତ କିଛି ଦିନ ତଳେ  ଶ୍ରୀ ପାଇଲଟ କହିଥିଲେ ଯେ, ୨୦୧୩ରୁ ୨୦୧୮ ମଧ୍ୟରେ ସେ ପିସିସି ମୁଖ୍ୟ ଥିବା ବେଳେ ରାଜ୍ୟରେ ଅନେକ କାମ ହୋଇଥିଲା ସେଥିପାଇଁ  ୨୦୧୮ରେ କଂଗ୍ରେସ କ୍ଷମତାକୁ ଫେରିଥିଲା।  ଦଳରେ ଯୁବନେତାଙ୍କୁ ଅଧିକ ସୁଯୋଗ ଦେବାକୁ ସଚିନ ଗୁରୁତ୍ୱରୋପ କରିଥିଲା। ତେବେ ୨୦୧୩ କଂଗ୍ରେସ ବିଧାୟକ ସଂଖ୍ୟା ୨୧କୁ ହ୍ରାସ ପାଇଥିଲା। କିନ୍ତୁ ସେ ପିସିସି ସଭାପତ ଦାଇତ୍ୱ ନେବା  ପରେ ୨୦୨୩ରେ ବିକ୍ଷାୟକ ସଂଖ୍ୟା ବଢ଼ିଥିବା ସେ ବାରମ୍ବାର ଦୋହରାଇଥିଲେ।

Advertisment

କ୍ଷମତାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଜାରି ରହିଥିବା ବେଳେ ପୂର୍ବରୁ  ଅଶୋକ ଗେହଲଟ ସଚିନ ପାଇଲଟଙ୍କ ପ୍ରତି ଆକ୍ଷେପ କରି ସେ ଜଣେ ବିଶ୍ୱାସଘାତକ ଓ ପ୍ରତାରକ। ସେ କେବେହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏହି ବ୍ୟକ୍ତି (ସଚିନ)ଙ୍କ ପାଖରେ ୧୦ଜଣ ବିଧାୟକଙ୍କ ସମର୍ଥନ ନାହିଁ । ତେଣୁ ସେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ଗେହଲଟଙ୍କ ଏପରି ଆକ୍ଷେପ ଉପରେ ଜବାବ ଦେଇ ସଚିନ କହିଛନ୍ତି ଯେ ତାଙ୍କ ସମ୍ପର୍କରେ ଦିଆଯାଇଥିବା ମନ୍ତବ୍ୟ ମିଥ୍ୟା ଓ ଭିତ୍ତିହୀନ। ଅନ୍ୟପଟେ ଶ୍ରୀ ଗେହଲଟ କହିଛନ୍ତି ଯେ ତାଙ୍କ ସରକାର ବିରୋଧରେ ବିଜେପିର କୌଣସି ପ୍ରସଙ୍ଗ ନାହିଁ। ସରକାରଙ୍କ ବିରୋଧରେ ଲୋକଙ୍କର ବି ଅସନ୍ତୋଷ ନାହିଁ।  ସେ କହିଛନ୍ତି ଯେ ରାଜସ୍ଥାନର ଚିରଞ୍ଜୀବୀ ସ୍ୱାସ୍ଥ୍ୟ ବୀମା ଯୋଜନା  ଦେଶରେ ମଡେଲ ହୋଇପାରିଛି। ପୁରୁଣା ପେନସନ୍ ଯୋଜନାର କର୍ମଚାରୀମାନେ ଖୁସି ଅଛନ୍ତି। ସେ କହିଛନ୍ତି, "ଆମର ରାସ୍ତା ସ୍ପଷ୍ଟ।

ଯେତେବେଳେ ୧୯୯୮ ରେ ଆମ ସରକାର ଆସିଲା, ସେତେବେଳେ ୧୫୬ ଟି ଆସନ ଥିଲା।  ସେତେବେଳେ ମୁଁ ପିସିସି ମୁଖ୍ୟ ଥିଲି। ମୁଁ ମିଶନ ୧୫୬ ସହିତ ଆଗକୁ ବଢ଼ିଥିଲି। ଆମେ ସେହି ଦିଗରେ କାମ ଆରମ୍ଭ କରିସାରିଛୁ। ସେ କହିଛନ୍ତି ଯେ ଲୋକଙ୍କ ସେବା କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ତାଙ୍କର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ଏହା ଜାରି ରଖିବେ। ସେ କହିଛନ୍ତି ଏଥର ଜନସାଧାରଣଙ୍କ ମଧ୍ୟରେ ସରକାରଙ୍କ ଉପରେ ଅସନ୍ତୋଷ ନାହିଁ। ପୂର୍ବରୁ ଥିବା ମୋଦୀ ୱେଭ ମଧ୍ୟ ନାହିଁ। ମୁଁ ଆଶା କରୁଛି ଲୋକମାନେ ମୋତେ ସମର୍ଥନ କରିବେ ବୋଲି ସେ କହିଛନ୍ତି।

Advertisment
Rajstan Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe