Advertisment

ଶରଦ ପାୱାରଙ୍କ ବୟାନ ପରେ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କଲା ବିଜେପି

ଶରଦ ପାୱାର ଗୋଟିଏ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ ଆମେରିକାର ଶର୍ଟ ଶେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନି ଗ୍ରୁପ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟ କମିଟି କରୁଥିବା ବେଳେ ଜେପିସି ତଦନ୍ତର ମୂଲ୍ୟ କିଛି ନାହିଁ।

author-image
Hemant Lenka
BJP

BJP

ଆଦାନି ଗ୍ରୁପ ବିବାଦ ପ୍ରସଙ୍ଗରେ ବିରୋଧୀ ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ପାଇଁ ଦାବି କରୁଥିବା ବେଳେ ଏନସିପି ମୁଖ୍ୟ ଶରଦ ପାୱାର ଏହାକୁ ଗ୍ରହଣ କରି ନାହାନ୍ତି। ପାୱାରଙ୍କ ଏପରି ମନ୍ତବ୍ୟ ଉପରେ ବିଜେପି ନିଜର ପ୍ରତିକ୍ରିୟା ରଖିଛି। ଏଥିସହ ରାହୁଲ ଗାନ୍ଧିଙ୍କ ପାଗଳ ଚିନ୍ତାଧାରାକୁ କଂଗ୍ରେସର ସହଯୋଗୀ ହିଁ ଅସ୍ୱୀକାର କରିଥିବା ଦଳ କହିଛି।

Advertisment

ବିଜେପିର ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି, “ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସକୁ ବସ୍‌ ତଳକୁ ଫିଙ୍ଗି ଦେଇଛନ୍ତି। ସୁପ୍ରିମକୋର୍ଟ ଆଦାନି ପ୍ରସଙ୍ଗରେ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି। ଏହାପରେ ମଧ୍ୟ ଜେପିସି ତଦନ୍ତ ପାଇଁ ଦାବି କରିବା ଅଯୁକ୍ତିର ବୋଲି ସେ କହିଛନ୍ତି। ଏହାର ଅର୍ଥ କଂଗ୍ରେସର ସହଯୋଗୀ ମଧ୍ୟ ରାହୁଲ ଗାନ୍ଧିଙ୍କ ପାଗଳ ଚିନ୍ତାଧାରାକୁ ଅସ୍ୱୀକାର କରିଛନ୍ତି। ପୂର୍ବରୁ ସବରକର ପ୍ରସଙ୍ଗରେ ଉଦ୍ଧବ ଗୋଷ୍ଠୀ ମଧ୍ୟ ରାହୁଲ ଗାନ୍ଧିଙ୍କ ସହ ଏକମତ ହୋଇ ନଥିଲା।”

ଶରଦ ପାୱାର ଗୋଟିଏ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଥିଲେ ଯେ ଆମେରିକାର ଶର୍ଟ ଶେଲର ହିଣ୍ଡେନବର୍ଗ ରିସର୍ଚ୍ଚ ଆଦାନି ଗ୍ରୁପ ବିରୋଧରେ ଆଣିଥିବା ଅଭିଯୋଗର ତଦନ୍ତ ସୁପ୍ରିମକୋର୍ଟ କମିଟି କରୁଥିବା ବେଳେ ଜେପିସି ତଦନ୍ତର ମୂଲ୍ୟ କିଛି ନାହିଁ।

Advertisment

ତାଙ୍କର ଏପରି ମତ ଜେପିସି ତଦନ୍ତ ପାଇଁ ଦାବି କରୁଥିବା କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପାଇଁ ଶକ୍ତ ଝଟକା ସଦୃଶ ହୋଇଥିଲା। ଏହା ଉପରେ ପ୍ରତିକ୍ରିୟା ରଖି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, “ଏନସିପିର ସମ୍ଭବତଃ ନିଜସ୍ୱ ମତ ହୋଇଥାଇପାରେ। କିନ୍ତୁ ସମାନ ବିଚାରଧାରାରେ ବିଶ୍ୱାସ ରଖିଥିବା ୧୯ଟି ବିରୋଧୀ ଦଳ ଭଲ ଭାବେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ଓ ଆଦାନି ଗ୍ରୁପ ମଧ୍ୟରେ ଥିବା ଲିଙ୍କ ବାସ୍ତବ ଓ ଏହା ଅତ୍ୟନ୍ତ ସମ୍ବେଦନଶୀଳ।

ଏନସିପି ସମେତ ୨୦ଟି ସମାନ ବିଚାରଧାରା ରଖିଥିବା ଦଳ ଏକାଠି ରହିଛନ୍ତି ଓ ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସ୍ୱର ଉଠାଉଛନ୍ତି। ବିଜେପିର ଆକ୍ରମଣ ଓ ବିଜେପିର ବିଭାଜିତ ଏବଂ ବିଧ୍ୱଂସକାରୀ ରାଜନୀତିକୁ ସମସ୍ତେ ବିରୋଧ କରୁଛନ୍ତି।”

Bjp Congress PM Modi Adani Enterprises NCP