Advertisment

କଂଗ୍ରେସକୁ ଦୁର୍ନୀତିର ପ୍ରତୀକ କହିଲେ ବିଆରଏସ୍‌ର କେଟି ରାମା ରାଓ

ରାହୁଲ ଗାନ୍ଧିଙ୍କ ବୟାନକୁ ଭିତ୍ତିହୀନ ବୋଲି ରାମା ରାଓ କହିବା ସହ ଅତୀତରେ କଂଗ୍ରେସ କରିଥିବା ଦୁର୍ନୀତିକୁ ଲୋକମାନେ କେବେ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି।

BRS

BRS

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧି ତେଲେଙ୍ଗାର କ୍ଷମତାସୀନ ବିଆରଏସ୍‌କୁ ବିଜେପିର ବି’ ଟିମ୍‌ କହିବା ପରେ ଏହାର ଜବାବ ଦେଇଛନ୍ତି ଦଳର କାର୍ଯ୍ୟକାରୀ ସଭାପତି ତଥା ମନ୍ତ୍ରୀ କେଟି ରାମା ରାଓ। ସେ କଂଗ୍ରେସକୁ ଦୁର୍ନୀତିର ପ୍ରତୀକ ବୋଲି କହିବା ସହ ଏଆଇସିସିକୁ ସର୍ବଭାରତୀୟ ଦୁର୍ନୀତି କମିଟି କହି ତାଚ୍ଛଲ୍ୟ କରିଛନ୍ତି।

Advertisment

ରାହୁଲ ଗାନ୍ଧିଙ୍କ ବୟାନକୁ ଭିତ୍ତିହୀନ ବୋଲି ରାମା ରାଓ କହିବା ସହ ଅତୀତରେ କଂଗ୍ରେସ କରିଥିବା ଦୁର୍ନୀତିକୁ ଲୋକମାନେ କେବେ ଭୁଲି ପାରିବେ ନାହିଁ ବୋଲି ସେ କହିଛନ୍ତି। ବିଆରଏସ୍‌ ଏମିତି ଏକ ସଂଗଠନ ଯିଏ ଉଭୟ ବିଜେପି ଓ କଂଗ୍ରେସ ସହ ଲଢ଼େଇ କରିବାକୁ ସକ୍ଷମ ବୋଲି ଦମ୍ଭୋକ୍ତି କରିଛନ୍ତି।

ତେଲେଙ୍ଗାନାର ଖାମ୍ମାମରେ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବଜାଇ କ୍ଷମତାସୀନ ବିଆରଏସ୍‌କୁ ସମାଲୋଚନା କରିଥିଲେ। କଂଗ୍ରେସ ଏଠାରେ କ୍ଷମତାକୁ ଆସିଲେ ବରିଷ୍ଠ ନାଗରିକ ଓ ବିଧବାମାନଙ୍କୁ ମାସିକ ୪ ହଜାର ଟଙ୍କାର ପେନସନ ଓ ଆଦିବାସୀଙ୍କୁ ଜମି ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଏହି ସମୟରେ ସେ ବିଆରଏସ୍‌ ସରକାରକୁ ବିଜେପିର ବି ଟିମ ଓ ମୁଖ୍ୟମନ୍ତ୍ରୀ କେସିଆର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରିମୋଟ ଦ୍ୱାରା ପରିଚାଳିତ ବୋଲି ଅଭିଯୋଗ କରିଥିଲେ।

ଏହାର ଜବାବ କେଟି ରାମା ରାଓ ଗୋଟିଏ ଲମ୍ବା ଟ୍ୱିଟ ଦ୍ୱାରା ଦେଇଛନ୍ତି। ସେ କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତିର ଉତ୍ତରଦାୟୀ ଉପରେ ପ୍ରଶ୍ନ ଉଠାଇଛନ୍ତି। କର୍ଣ୍ଣାଟକାରେ କୌଣସି ବିକଳ୍ପ ନଥିବାରୁ କଂଗ୍ରେସ ଜିତିବାକୁ ସକ୍ଷମ ହୋଇ ଥିଲା। ନିଜ ଦକ୍ଷତା ଯୋଗୁ ଦଳ ଜିତି ନାହିଁ ବୋଲି ସେ କହିଛନ୍ତି।

Rahul Gandhi Congress Brs Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe