Advertisment

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ଆପ୍‌କୁ ସମର୍ଥନ କରିବ କଂଗ୍ରେସ

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
AAP

AAP

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିବ କଂଗ୍ରେସ। ଏଥିସହ ଦିଲ୍ଲୀର ପୋଷ୍ଟିଂ ଓ ବଦଳି ଉପରେ ଉପ ରାଜ୍ୟପାଳଙ୍କ ଅଧିକାର ଥିବା ନେଇ କେନ୍ଦ୍ର ସରକାର ଜାରି କରିଥିବା ଅଧ୍ୟାଦେଶକୁ ମଧ୍ୟ କଂଗ୍ରେସ ବିରୋଧ କରିବ। ଜୁଲାଇ ମାସରେ ଆରମ୍ଭ ହେବାକୁ ଥିବା ସଂସଦର ମୌସୁମୀ ଅଧିବେଶନରେ କଂଗ୍ରେସ ଏପରି ଆଭିମୁଖ୍ୟ ଗ୍ରହଣ କରିବ ବୋଲି ଜଣାପଡ଼ିଛି।

Advertisment

ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅକାମୀ କରିବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଥିଲେ। ସୁପ୍ରିମକୋର୍ଟ ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ପ୍ରଶାସନିକ ଅଧିକାରୀଙ୍କ ପୋଷ୍ଟିଂ ଓ ବଦଳି ଅଧିକାର ଦେଇଥିଲେ। ହେଲେ ଅଧ୍ୟାଦେଶ ଯୋଗୁ ଏହି ରାୟ ଅକାମୀ ହୋଇଯାଇଛି।

ସଂସଦରେ ଏହାକୁ ବିରୋଧ କରିବା ପାଇଁ ଆପ୍‌ ଅଣ୍ଟା ଭିଡ଼ୁଥିବା ବେଳେ ବିରୋଧୀଙ୍କ ସହାୟତା ମଧ୍ୟ ଲୋଡ଼ିଥିଲା। ଏବେ ସଂସଦର ପ୍ରମୁଖ ବିରୋଧୀ ଦଳ ଭାବେ କଂଗ୍ରେସ ସିଧାସଳଖ ଆପ୍‌କୁ ସମର୍ଥନ କରିବ ବୋଲି ଜଣାପଡ଼ିଛି।

Advertisment

ଆପ ଓ କଂଗ୍ରେସ ମଧ୍ୟରେ ରହିଥିବା ତିକ୍ତତା ସମ୍ପର୍କରେ କାହାକୁ ଅଛପା ନାହିଁ। ହେଲେ ଅଧ୍ୟାଦେଶ ପ୍ରସଙ୍ଗରେ ଦୁଇ ଦଳ ଏକ ହେବାକୁ ଯାଇଛନ୍ତି। ଦିନକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଏହି ପ୍ରସଙ୍ଗରେ କେଜ୍ରିୱାଲଙ୍କୁ ପରାମର୍ଶ ଦେଇ ଶୀଲା ଦୀକ୍ଷିତଙ୍କ ମଡେଲ ଅନୁସରଣ କରିବାକୁ କହିଥିଲେ। ଶୀଲା ଦୀକ୍ଷିତଙ୍କ ଭଳି ଅଫିସରଙ୍କୁ ସମ୍ମାନ ଦେବାକୁ ସେ କହିଥିଲେ।

ଏହି ବୟାନର ଦିନକ ପରେ କଂଗ୍ରେସ ହାଇକମାଣ୍ତଙ୍କ ସୂତ୍ରରୁ ଆପ୍‌ର ସମର୍ଥନ ପାଇଁ ସୂଚନା ଆସିଛି। ଦିଲ୍ଲୀର ନିର୍ବାଚିତ ସରକାରଙ୍କୁ ବଦଳି ଓ ପୋଷ୍ଟିଂର ଅଧିକାର ସୁପ୍ରିମକୋର୍ଟ ଦେଇଥିବାରୁ କଂଗ୍ରେସ ଏହାକୁ ସ୍ୱାଗତ ମଧ୍ୟ କରିଥିଲା।

Bjp Congress AAP