ଗୋଟିଏ ବଡିବିଲଡିଂ ପ୍ରତିଯୋଗିତା ଏବେ ରାଜନୀତିକ କୁସ୍ତି ମ୍ୟାଚ୍ରେ ପରିଣତ ହୋଇଛି। ମଧ୍ୟପ୍ରଦେଶର ରତଲମରେ ଆୟୋଜିତ ବଡିବିଲଡିଂ ପ୍ରତିଯୋଗିତାକୁ ନେଇ କଂଗ୍ରେସ ଓ ବିଜେପି କର୍ମୀମାନେ ପିଟାପିଟି ହୋଇଛନ୍ତି। ଷ୍ଟେଜ ଉପରେ ଭଗବାନ ହନୁମାନଙ୍କ ଫଟୋଚିତ୍ର ରଖି ତାଙ୍କ ସାମ୍ନାରେ ମହିଳା ବଡି ବିଲଡର୍ସମାନେ ଛୋଟ ଛୋଟ ଡ୍ରେସ ପିନ୍ଧି ପୋଜ ଦେବାରୁ ଏହାକୁ କଂଗ୍ରେସ ବିରୋଧ କରିଛି।
ଏହାକୁ ବିଜେପି କାଉଣ୍ଟର କରିବାରୁ ମାରପିଟ ଓ ବାକ୍ଯୁଦ୍ଧ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ବିଭିନ୍ନ ମହଲରେ ମଧ୍ୟ ଏପରି ଏକ ବଡିବିଲଡିଂ ପ୍ରତିଯୋଗିତାକୁ ନିନ୍ଦା କରାଯାଇଛି।
ମାର୍ଚ୍ଚ ୩ ଓ ୪ ତାରିଖରେ ରତଲମଠାରେ ରାଜ୍ୟର ୧୩ତମ ମିଷ୍ଟର୍ ଜୁନିୟର୍ ବଡିବିଲ୍ଡିଂ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ହନୁମାନଙ୍କ ଫଟୋଚିତ୍ର ଷ୍ଟେଜ ଉପରେ ରଖା ଯାଇଥିଲା। ଏହି ସମୟରେ ମହିଳା ବଡିବିଲ୍ଡର୍ମାନେ ଛୋଟ ଛୋଟ ପୋଷାକ ପରିଧାନ କରି ବିଭିନ୍ନ ପ୍ରକାରର ପୋଜ୍ ଦେଇଥିଲେ।
हिंदू धर्म और बाल ब्रह्मचारी भगवान बजरंग बली का ऐसा अपमान इतिहास में कभी नहीं हुआ जैसा बीजेपी कर रही है। हनुमान जी की प्रतिमा के सामने नग्नता।
— Piyush Babele||पीयूष बबेले (@BabelePiyush) March 6, 2023
ये तो उन राक्षसों की तरह हो गए हैं जो भगवान से वर पाकर भगवान का ही द्रोह करते हैं।
भाजपा हिंदू धर्म की दुश्मन है। pic.twitter.com/Gaj68RBvF6
ତେବେ ଏହି ପ୍ରତିଯୋଗିତା ଶେଷ ହେବା କ୍ଷଣି କଂଗ୍ରେସ କର୍ମୀମାନେ ଉକ୍ତ ସ୍ଥାନରେ ଗଙ୍ଗାଜଳ ପକାଇବା ସହ ହନୁମାନ ଚାଳିଶା ପଢ଼ିଥିଲେ। ଏହି ସମୟରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ମଧ୍ୟ ଧସ୍ତାଧସ୍ତି ହୋଇଥିଲା। ଉକ୍ତ ବଡି ବିଲଡିଂ ପ୍ରତିଯୋଗିତାକୁ ବିଜେପି ମେୟର ପ୍ରହ୍ଲାଦ ପଟେଲ ଥିବା କମିଟି ଆୟୋଜନ କରିଥିଲା। ଏଥିରେ ରତଲମର ବିଧାୟକ ଚୈତନ୍ୟ କଶ୍ୟପ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।
ପ୍ରତିଯୋଗିତାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମହିଳାମାନେ ବିଭିନ୍ନ ପ୍ରକାରର ପୋଜ ଦେଇ ନିଜର ଅଙ୍ଗ ପ୍ରଦର୍ଶନ କରୁଛନ୍ତି। ଏହାକୁ ନେଇ କଂଗ୍ରେସ କ୍ଷମତାସୀନ ବିଜେପିକୁ ଟାର୍ଗେଟ କରିଛି। ଜିଲ୍ଲା ଯୁବ କଂଗ୍ରେସ କମିଟି ସଭାପତି ମୟଙ୍କ ଜାଟ କହିଛନ୍ତି ଯେ ଯେଉଁମାନେ ଏପରି କାମ କରିଛନ୍ତି, ସେମାନଙ୍କୁ ଭଗବାନ ହନୁମାନ ଦଣ୍ଡ ଦେବେ। ତେବେ ବିଜେପି ଏହାକୁ କାଉଣ୍ଟର କରି ମହିଳା କାର୍ଡ ଖେଳିଛି।
रतलाम महापौर के मुख्य आतिथ्य में भगवान हनुमान जी की मूर्ति रखकर अश्लील प्रदर्शन वह भी मुख्यमंत्री जी के जन्मदिन के मौके पर।सनातन संस्कृति को बेचखाने वाले इस नेता पर क्या कार्यवाही होगी शिवराज जी? @BJP4India @OfficeOfKNath @digvijaya_28 @inc_jpagarwal pic.twitter.com/Xebc6dLKOW
— Bhupendra Gupta Agam (@BhupendraAgam) March 5, 2023
ମହିଳାମାନେ ନିଜର ଦକ୍ଷତା କ୍ରୀଡ଼ା କ୍ଷେତ୍ରରେ ପ୍ରଦର୍ଶନ କରନ୍ତୁ ବୋଲି କଂଗ୍ରେସ ଚାହୁଁନାହିଁ। ଏଥିପାଇଁ ସେମାନେ ଏହାକୁ ବିରୋଧ କରୁଥିବା ବିଜେପି ଦାବି କରିଛି। ଏଥିସହ ବିଜେପି ପକ୍ଷରୁ କଂଗ୍ରେସ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ୍କୁ ଗୋଟିଏ ସ୍ମାରକପତ୍ର ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।