Advertisment

Congress-BJP Alliance: କଂଗ୍ରେସ-ବିଜେପି ମେଣ୍ଟକୁ ନେଇ ହଇଚଇ ଓ ସ୍ପଷ୍ଟୀକରଣ

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାକୁ ହଟାଇ ଅମ୍ବେରନାଥ ପୌର ପରିଷଦରେ କ୍ଷମତା ଦଖଲ କରିବାକୁ କଂଗ୍ରେସ-ବିଜେପି ମେଣ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Congress

କଂଗ୍ରେସ-ବିଜେପି

Advertisment

ମହାରାଷ୍ଟ୍ରର ଅମ୍ବେରନାଥ ପୌର ପରିଷଦ ନିର୍ବାଚନରେ ଦୁଇ ପାରମ୍ପରିକ ରାଜନୀତିକ ପ୍ରତିଦ୍ୱନ୍ଦ୍ୱୀ ବିଜେପି(Bjp) ଓ କଂଗ୍ରେସ(Congress) ମେଣ୍ଟ କରିବାକୁ ଯାଉଥିବା ଚର୍ଚ୍ଚା ଜୋର ଧରିଛି। ବିଜେପି ଓ କଂଗ୍ରେସ ମେଣ୍ଟ ଖବର ସାମ୍ନାକୁ ଆସିବା ପରେ ବେଶ ହଇଚଇ ଦେଖିବାକୁ ମିଳିଛି। ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାକୁ ହଟାଇ ଅମ୍ବେରନାଥ ପୌର ପରିଷଦରେ କ୍ଷମତା ଦଖଲ କରିବାକୁ କଂଗ୍ରେସ-ବିଜେପି ମେଣ୍ଟ କରିଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ଏହି ବିରଳ ମେଣ୍ଟ ସମ୍ପର୍କରେ ଖବର ପ୍ରକାଶ ପାଇବା ପରେ କଂଗ୍ରେସ ନେତା ସଚିନ ସାୱନ୍ତ ଏହାପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ ବିଜେପି-କଂଗ୍ରେସ ମେଣ୍ଟ ରିପୋର୍ଟକୁ ଖଣ୍ଡନ କରିଛନ୍ତି। ସାୱନ୍ତ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ବିଜେପି ଓ କଂଗ୍ରେସର ମେଣ୍ଟ ନୁହେଁ, ବରଂ ବିଭିନ୍ନ ରାଜନୀତିକ ଦଳର ନେତାମାନେ ଶିବସେନାର ଦୁର୍ନୀତି ବିରୋଧରେ ଲଢ଼ିବାକୁ ଏକାଠି ହୋଇଛନ୍ତି।

ସେ କହିଛନ୍ତି, “ଅମ୍ବେରନାଥରେ ଦଳ ଓ ଚିହ୍ନକୁ ସାଇଡରେ ରଖି ବିଭିନ୍ନ ଦଳର କର୍ମୀମାନେ ମିଳିତ ଭାବେ ଅମ୍ବେରନାଥ ବିକାଶ ଫ୍ରଣ୍ଟ ଗଠନ କରିଛନ୍ତି। ସ୍ଥାନୀୟ ସିନ୍ଦେ ସେନାର ଦୁର୍ନୀତି ବିରୋଧରେ ଲଢ଼େଇ କରିବାକୁ ସମସ୍ତେ ଏକାଠି ହୋଇଛନ୍ତି। ସ୍ୱାଧୀନ ପ୍ରାର୍ଥୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ତେଣୁ କେବଳ କଂଗ୍ରେସ-ବିଜେପି ଏକାଠି ହୋଇଥିବା ରିପୋର୍ଟ ଭୁଲ। ଏହାକୁ ସମସ୍ତେ ଧ୍ୟାନ ଦିଅନ୍ତୁ।”

Advertisment

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଏକାଠି ସରକାରରେ ଥିବା ବେଳେ ଅମ୍ବେରନାଥ ପୌର ପରିଷଦ ନିର୍ବାଚନରେ ଏପରି ମେଣ୍ଟ ଖବର ସମସ୍ତଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସିନ୍ଦେ ସେନାର ବିଧାୟକ ବାଲାଜୀ କିନିକାର ଏହାକୁ ଅପବିତ୍ର ମେଣ୍ଟ କହିବା ସହ ବିଜେପି ଧୋକା ଦେଇଥିବା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ଦଳ(ବିଜେପି) ସବୁବେଳେ କଂଗ୍ରେସ ମୁକ୍ତ ଭାରତ କଥା କହୁଛି। କିନ୍ତୁ ଏବେ କଂଗ୍ରେସ ସହ ମିଶି ଶାସନ କରିବାକୁ ଆଗେଇ ଆସିଛି। ଏହା ଶିବସେନାକୁ ପଛରୁ ଛୁରୀ ମାଡ଼ କରିବା ଛଡ଼ା ଆଉ କିଛି ନୁହେଁ।” 

Bjp Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe