Advertisment

କଙ୍ଗନାଙ୍କୁ ଟକ୍କର୍‌ ଦେବେ ବିକ୍ରିମାଦିତ୍ୟ

ମଣ୍ଡି ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବିକ୍ରମାଦିତ୍ୟ।

author-image
Madhupriya Mistry
kangana and vikaramaditya singh

kangana and vikaramaditya singh

ହିମାଚଳ ପ୍ରଦେଶରେ ଜୋରଦାର ହେବ ନିର୍ବାଚନ ଲଢ଼େଇ। ବିଜେପି ଟିକେଟ୍‌ରେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କୁ ଟକ୍କର ଦେବେ କଂଗ୍ରେସର ବିକ୍ରମାଦିତ୍ୟ ସିଂହ। ମଣ୍ଡି ଲୋକସଭା ଆସନରୁ ବିକ୍ରମାଦିତ୍ୟ ନିର୍ବାଚନ ଲଢ଼ିବେ। ଏନେଇ ତାଙ୍କ ମା' ତଥା ହିମାଚଳ ପ୍ରଦେଶ ମୁଖ୍ୟ ପ୍ରତିଭା ସିଂହ ଘୋଷଣା କରିଛନ୍ତି। ତେବେ ଦଳ ପକ୍ଷର ଅଫିସିଆଲ ଭାବେ ତାଙ୍କ ନାଁ ଘୋଷଣା ହେବା ବାକି ଅଛି।

Advertisment

ସେପଟେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଏନେଇ ସଂକେତ ଦେଇଛନ୍ତି। ସେ କହିଛନ୍ତି, 'ଏହା ସୁନିଶ୍ଚିତ ଯେ, ମଣ୍ଡି ଆସନରୁ ଆମକୁ ଜଣେ ଯୁବ ନେତା ମିଳିବ।' ଅନ୍ୟପଟେ କଙ୍ଗନା କ’ଣ କରୁଛନ୍ତି କିମ୍ବା କ’ଣ କହୁଛନ୍ତି, ସେଥିପ୍ରତି ଆମେ ଗୁରୁତ୍ୱ ଦେଉନାହୁଁ। ମାଣ୍ଡିର ଲୋକମାନେ ସର୍ବଦା ଆମ ସହିତ ଅଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ମୁଁ ଏହି ଆସନ ଜିତିଛି। ବିକ୍ରିମାଦିତ୍ୟ ଜଣେ ଟାଣୁଣା ପ୍ରାର୍ଥୀ ବୋଲି କହିଛନ୍ତି ପ୍ରତିଭା ସିଂହ।

ବର୍ତ୍ତମାନ ମଣ୍ଡି ଆସନରୁ ପ୍ରତିଭା ସିଂହ ସାଂସଦ ଅଛନ୍ତି। ପୂର୍ବରୁ ହିଁ ସେ ନିର୍ବାଚନୀ ରେସ୍‌ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ତାଙ୍କ ପୁଅ ଏହି ଆସନରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। ଯଦି ବିକ୍ରମଦିତ୍ୟ ସିଂହଙ୍କୁ ମାଣ୍ଡିରୁ ପ୍ରାର୍ଥୀ କରାଯାଏ, ତେବେ ଏହା କଂଗ୍ରେସ ମଧ୍ୟରେ ଚାଲିଥିବା ମତଭେଦକୁ ଦୂର କରିବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି।

Advertisment

ସେପଟେ ପ୍ରଥମ ଥର ପାଇଁ ଅଭିନୟରୁ ରାଜନୀତିକୁ ଏଣ୍ଟ୍ରି କରିଥିବା କଙ୍ଗନା ଏହି ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ବିଜେପି ତାଙ୍କୁ ମଣ୍ଡିରୁ ପ୍ରାର୍ଥୀ କରିଛି। ନିର୍ବାଚନ ପାଇଁ ସେ ଜୋରସୋର୍‌ରେ ପ୍ରଚାର ପ୍ରସାରରେ ବ୍ୟସ୍ତ ଅଛନ୍ତି। ଯେବେଠୁ ବିଜେପି କଙ୍ଗନାଙ୍କୁ ଟିକେଟ୍‌ ଦେଇଛି ସେବେଠାରୁ ବିକ୍ରିମାଦିତ୍ୟ କଙ୍ଗନାଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଉଭୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଛି। ଏବେ ଯଦି ମଣ୍ଡିରୁ ବିକ୍ରମାଦିତ୍ୟ ପ୍ରାର୍ଥୀ ହୁଅନ୍ତି ତେବେ ନିର୍ବାଚନୀ ମୈଇଦାନରେ ମଧ୍ୟ ଉଭୟଙ୍କ ଲଢ଼େଇ ଦେଖିବାକୁ ମିଳିବ।  

Bjp Congress Kangana Ranaut Himachal Pradesh Loksabha Election 2024 Vikramaditya Singh