Advertisment

ସେଲିବ୍ରେସନ କଲେଣି ସିଦ୍ଦରମୈୟାଙ୍କ ସମର୍ଥକ, କିନ୍ତୁ ବଡ଼ କଥା କହିଲେ ସୂର୍ଯ୍ୟେୱାଲା

ବିଭିନ୍ନ ଜାତୀୟ ଗଣମାଧ୍ୟମ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଥିବା ରିପୋର୍ଟ ପ୍ରକାଶ କରିଛନ୍ତି।

author-image
Hemant Lenka
Karnataka

Karnataka

କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ନିଷ୍ପତ୍ତି ଏଯାଏ ନେଇପାରିନି କଂଗ୍ରେସ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର କୁହାଯାଉଥିବା ଦୁଇ ବରିଷ୍ଠ ନେତା ସିଦ୍ଦରମୈୟା ଓ ଡିକେ ଶିବକୁମାର ଦିଲ୍ଲୀରେ କଂଗ୍ରେସର ହେଭିୱେଟମାନଙ୍କୁ ଭେଟି ଆଲୋଚନା ମଧ୍ୟ କରୁଛନ୍ତି। ଏସବୁ ଭିତରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ଅଧିକ ରହିଥିବା ରିପୋର୍ଟ ପ୍ରକାଶ କରିଛନ୍ତି।

Advertisment

ଆଜି ସିଦ୍ଦରମୈୟା ଓ ଡିକେ ଶିବକୁମାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଜୋରଧରିଛି। ଏହି ଚର୍ଚ୍ଚା ଭିତରେ ବେଙ୍ଗାଲୁରୁରେ ଥିବା ସିଦ୍ଦରମୈୟାଙ୍କ ବାସଭବନ ଆଗରେ ତାଙ୍କ ସମର୍ଥକଙ୍କ ଭିଡ଼ ଜମିବାରେ ଲାଗିଛି।

ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସେମାନେ ଆଗୁଆ ସେଲିବ୍ରେସନ ଆରମ୍ଭ କରି ଦେଇଛନ୍ତି। ସିଦ୍ଦରମୈୟାଙ୍କ ସମର୍ଥକମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ଉତ୍ସବ ମନାଇଛନ୍ତି। କିନ୍ତୁ କଂଗ୍ରେସ ହାଇକମାଣ୍ଡ ଏଯାଏ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କିଏ ହେବେ, ତା’ର ଘୋଷଣା କରି ନାହାନ୍ତି।

Advertisment

ଅନ୍ୟପକ୍ଷରେ ଆଜି ପୁଣିଥରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଛନ୍ତି ଦଳର ବରିଷ୍ଠ ନେତା କର୍ଣ୍ଣାଟକା କଂଗ୍ରେସ ଦାୟିତ୍ୱରେ ଥିବା ରଣଦୀପ ସୂର୍ଯ୍ୟେୱାଲା। ଏହାପରେ ସେ ଗଣମାଧ୍ୟମକୁ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସବୁ ପ୍ରକାରର ପ୍ରକ୍ରିୟା ଜାରି ରଖିଛନ୍ତି। କଂଗ୍ରେସ ଯେତେବେଳେ ବି ନିଷ୍ପତ୍ତି ନେବ, ସେକଥା ଆପଣମାନେ ଜାଣିପାରିବେ।

ଆସନ୍ତା ୪୮ରୁ ୭୨ ଘଣ୍ଟା ମଧ୍ୟରେ ଆମେ କର୍ଣ୍ଣାଟକାରେ ନୂଆ କ୍ୟାବିନେଟ ଗଠନ କରିବୁ। କଂଗ୍ରେସ ଅଧ୍ୟକ୍ଷ ଆଜି କିମ୍ବା ଆସନ୍ତାକାଲି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବେ। କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ନକଲି ନାଁ ଓ ତାରିଖର ପ୍ରଚାର କରିବା ବନ୍ଦ କରନ୍ତୁ। ଦୟା କରି କାହାର ନାଁ ଘୋଷଣା କରନ୍ତୁ ନାହିଁ। ଏଯାଏ ମୁଖ୍ୟମନ୍ତ୍ରୀ ପଦ ଉପରେ କୌଣସି ପ୍ରକାରର ନିଷ୍ପତ୍ତି ହୋଇନି ହୋଇନି ବୋଲି ସୂର୍ଯ୍ୟେୱାଲା ସୂଚନା ଦେଇଛନ୍ତି। 

ଆଜି ଶିବକୁମାର ୧୦ ଜନପଥରେ ରାହୁଲ ଗାନ୍ଧିଙ୍କୁ ଭେଟିବା ପରେ ପୁଣି ଖଡଗେଙ୍କ ତାଙ୍କ ବାସଭବନରେ ଭେଟିଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ଦ୍ୱନ୍ଦ୍ୱରେ ଥିବା ସ୍ପଷ୍ଟ ହୋଇଛି।

Karnataka Karnataka Polls 2023 Karnataka Assembly Election