Advertisment

ମୋଦି ବିରୋଧୀ ବୟାନ ପାଇଁ ଜୁନିୟନର ଖଡେଗଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ

ପ୍ରିୟଙ୍କ ଦେଇଥିବା ବୟାନ ଅତ୍ୟନ୍ତ ଅସଭ୍ୟ ଓ ପ୍ରାଥମିକ ଭାବେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା କମିଶନ ନୋଟିସରେ କହିଛନ୍ତି।

author-image
Hemant Lenka
Priyank Kharge

Priyank Kharge

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡେଙ୍କ ଅଡ଼ୁଆ ବଢ଼ିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ‘ନାଲାୟକ ବା ଅଯୋଗ୍ୟ ବା ଅପର୍ଦାଥ ପୁଅ’ ଶବ୍ଦର ବ୍ୟବହାର କରିଥିଲେ। ଏହାକୁ ନେଇ ନିର୍ବାଚନ କମିଶନ ପ୍ରିୟଙ୍କ ଖଡଗେଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Advertisment

ପ୍ରିୟଙ୍କ ଦେଇଥିବା ବୟାନ ଅତ୍ୟନ୍ତ ଅସଭ୍ୟ ଓ ପ୍ରାଥମିକ ଭାବେ ଏହା ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା କମିଶନ ନୋଟିସରେ କହିଛନ୍ତି। ଯଦି ସେ ନୋଟିସର କୌଣସି ଜବାବ ନ ଦେବେ, ତା’ହେଲେ ନିର୍ବାଚନ କମିଶନ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହ କରିବେ। ପ୍ରିୟଙ୍କ ଖଡଗେଙ୍କୁ ଆସନ୍ତାକାଲି ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି।

ଗତ ସପ୍ତାହରେ କାଲାବର୍ଗିରେ ଆୟୋଜିତ ଗୋଟିଏ ରାଲିରେ ପ୍ରିୟଙ୍କ ଖଡଗେ କହିଥିଲେ ଯେ “ପ୍ରଧାନମନ୍ତ୍ରୀ ମୋଦି ଯେତେବେଳେ ଏଠାକୁ ଆସିଥିଲେ ସେତେବେଳେ କହିଥିଲେ ଯେ ‘ଆପଣମାନେ ସମସ୍ତେ ଡରନ୍ତୁ ନାହିଁ। ବଞ୍ଜାରା ସଂପ୍ରଦାୟର ଜଣେ ପୁଅ ଦିଲ୍ଲୀରେ ବସିଛନ୍ତି।’ ହେଲେ ଏମିତି ଅଯୋଗ୍ୟ ବା ନାଲାୟକ ପୁଅ ବସିବ ଯଦି, ତା’ହେଲେ ଘର କେମିତି ଚାଲିବ?”

Advertisment

ପ୍ରିୟଙ୍କ ଏଥର କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ଚିତ୍ତାପୁର ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି। ତେବେ ତାଙ୍କର ନାଲାୟକ ପୁଅ ବୟାନକୁ ନେଇ ଏବେ ବିବାଦ ସୃଷ୍ଟି ହୋଇଛି। ବିଜେପି ଏହି ବୟାନକୁ ବିରୋଧ କୀ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଏହାପରେ କମିଶନ ଆଜି ନୋଟିସ କରିଛନ୍ତି।

PM Modi Congress Mallikarjun Kharge