Advertisment

‘ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଛି ବିଜେପି’

କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀଙ୍କ ଭଲ ପାଇବା ଦେଇ ବିଳିବିଳେଇ ଉଠିଥିବା ବିଜେପି ରଚିଛି ଏପରି ସାଂଘତିକ ଷଡଯନ୍ତ୍ର । ପ୍ରଧାନମନ୍ତ୍ରୀ ମୋଦି ଙ୍କ ଖାସ୍‌ ଅନୁଗତ ଏଥିନିମନ୍ତେ ପ୍ରସ୍ତୁତ କରିଛନ୍ତି ଯୋଜନା ।

author-image
Niharika Rout
Randeep Singh Surjewala

Randeep Singh Surjewala

‘କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଯୋଜନା କରୁଛି ବିଜେପି। ପ୍ରଧାନମନ୍ତ୍ରୀ ମୋଦି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ୍‌ ଅନୁଗତ ଏଥିନିମନ୍ତେ ପ୍ରସ୍ତୁତ କରୁଛନ୍ତି ଯୋଜନା । କଂଗ୍ରେସ ପ୍ରତି କର୍ଣ୍ଣାଟକବାସୀଙ୍କ ଭଲ ପାଇବା ଦେଇ ବିଳିବିଳେଇ ଉଠିଥିବା ବିଜେପି ରଚିଛି ଏପରି ସାଂଘତିକ ଷଡଯନ୍ତ୍ର ।’ କଂଗ୍ରେସ ନେତା ରଣଦୀପ ସିଂ ସୁରଜେୱାଲା ଆଜି ଏକ ସାମ୍ବଦିକ ସମ୍ମିଳନୀରେ ଏପରି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏଥିସହ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବା ନିମନ୍ତେ ହୋଇଥିବା ଷଡଯନ୍ତ୍ରର ଏକ ଅଡିଓ ଟେପ ମଧ୍ୟ ସର୍ବସମ୍ମୁଖରେ ରଖିଛନ୍ତି।

Advertisment

ଖଡଗେଙ୍କ ପରିବାରକୁ ସମୂଳେ ବିନାଶ କରିବାକୁ କର୍ଣ୍ଣାଟକର ଚିତ୍ତପୁରର ବିଜେପି ପ୍ରାର୍ଥୀ ମଣିକାନ୍ତ ରାଥୋଡ ଷଡଯନ୍ତ୍ର ରଚିଥିବା ଖୁଲମଖୁଲା କହିଛନ୍ତି ରଣଦୀପ ସିଂ ସୁରଜେୱାଲା ।  ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାରକୁ ହତ୍ୟା କରିବାକୁ ଷଡଯନ୍ତ୍ର ରଚୁଥିବା ବ୍ୟକ୍ତି ମଣିକାନ୍ତ ରାଥୋଡ ବୋଲି ଦାବି କରିଛନ୍ତି ରଣଦୀପ ସିଂ ସୁରଜୱାଲା।

ଚିତ୍ତପୁର ବିଧାନସଭା ଆସନରେ ଏବେ ବିଧାୟକ ଭାବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେ କ୍ଷମତାସୀନ ଅଛନ୍ତି। ତାଙ୍କୁ ଗାଦିଚୁତ୍ୟ କରିବାକୁ ତଥା ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରିବାକୁ ବିଜେପି ସାଂଘାତିକ ଯୋଜନା କରୁଥିବା ସୂଚନା ଦେଇଛି କଂଗ୍ରେସ।

Advertisment

ଏହା ଅତ୍ୟନ୍ତ ଘୃଣ୍ୟ ରାଜନୀତି। ଏଥର ବିଧାନସଭା ନିର୍ବାଚନରେ କର୍ଣ୍ଣାଟକ ବାସିନ୍ଦା କଂଗ୍ରେସକୁ ଖୁବ୍‌ ଭଲ ପାଇବା ଦେଉଥିବା ଦେଖି ବିଜେପି ଭୟଭୀତ ହୋଇ ପଡ଼ିଛି। ତେଣୁ ଏପରି ଷଡଯନ୍ତ୍ର ରଚୁଥିବା କଂଗ୍ରେସ ତରଫରୁ କୁହାଯାଇଛି।

ଚିତ୍ତପୁରର ବିଜେପି ବିଧାୟକ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ମୋଦି ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଖାସ ଅନୁଗତ ହୋଇଥିବା ବେଳେ ତାଙ୍କ ଅଡିଓରୁ ବିଜେପିର ଘୃଣ୍ୟ ଚିନ୍ତାଧାରା ଲୋକଙ୍କ ସମ୍ମୁଖକୁ ଆସିଛି। କର୍ଣ୍ଣାଟକ ମାଟିର ପୁଅ ଖଡଗେଙ୍କ ପ୍ରତି ଏପରି ଘୃଣା ମନୋଭାବ ସୃଷ୍ଟି କରିବାକୁ ବିଜେପି ସୁଚିନ୍ତିତ ଷଡଯନ୍ତ୍ର ରଚୁଛି ବୋଲି କଂଗ୍ରେସ ନେତା ରଣଦୀପ ସିଂ ସୁରଜୱାଲା କହିଛନ୍ତି।

ଏହି ଅଡିଓ ପ୍ରଘଟ ହେବା ସତ୍ତ୍ୱେ ପ୍ରଧାନମନ୍ତ୍ରୀଙ୍କ ସମେତ, କର୍ଣ୍ଣାଟକ ପୁଲିସ୍‌ ଓ ନିର୍ବାଚନ ଆୟୋଗ ବି ଏହା ଉପରେ ନୀରବତା ଅବଲମ୍ବନ କରିଛନ୍ତି। କିନ୍ତୁ କର୍ଣ୍ଣାଟକବାସୀ ଚୁପ୍‌ ରହିବେନି । ସେମାନେ ଏହାର ମୁହଁତୋଡ଼ ଜବାବ ଦେବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରିୟଙ୍କ ଖଡଗେଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଗତ ବର୍ଷ ନଭେମ୍ବର ୧୩ ତାରିଖରେ ମଣିକାନ୍ତ ରାଠୋଡଙ୍କୁ ଗିରଫ କରାଯାଇଥିଲା। ପରେ ସେ ଜାମିନରେ ମୁକୁଳି ଏବେ ନିର୍ବାଚନ ଲଢ଼ୁଛନ୍ତି।

Bjp Congress