Advertisment

କଂଗ୍ରେସର ଅଭିଯୋଗ: ସ୍ଲୋ ହେଉଛି କାଉଟିଂ

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ହରିୟାଣାର ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Jayram Ramesh

Jayram Ramesh

ସ୍ଲୋ ହେଉଛି କାଉଟିଂ। ହରିୟାଣା ବିଧାନସଭା ନିର୍ବାଚନ ଭୋଟ୍‌ ଗଣତିରେ ହେଉଛି ବିଳମ୍ବ। କେବଳ ସେତିକି ନୁହେଁ ନିର୍ବାଚନ ଆୟୋଗର ଅଫିସିଆଲ୍ ୱେବସାଇଟରେ ଫଳାଫଳ ଦେଖାଇବାରେ ମଧ୍ୟ ବିଳମ୍ବ ହେଉଛି। ଏଭଳି କିଛି ଅଭିଯୋଗ ଆଣିଛି କଂଗ୍ରେସ। ଏନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ସେ ଖୁବଶୀଘ୍ର ଲିଖିତ ଅଭିଯୋଗ କରିବ ବୋଲି କହିଛି।

Advertisment

ସେପଟେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ଆମେ ଏକ ସ୍ମାରକପତ୍ର ଦାଖଲ କରି ଅଭିଯୋଗ କରୁଛୁ। ଆମେ ଆଶା କରୁଛୁ ECI ଆମ ପ୍ରଶ୍ନର ଉତ୍ତର ଦେବେ। କାରଣ ୧୧-୧୨ ରାଉଣ୍ଡର ଫଳାଫଳ ଆସିଛି କିନ୍ତୁ ଯାହା ଅପଡେଟ୍ ହୋଇଛି ତାହା କେବଳ ୪ରୁ୫ ରାଉଣ୍ଡ ଦେଖାଯାଉଛି। ଲୋକସଭା ନିର୍ବାଚନ ବେଳେ ​​ମଧ୍ୟ ଏହା ଘଟିଥିଲା।

ଆମେ ଆଶା କରୁଛୁ ଯେ ECI ଯିଏକି ଏକ ସାମ୍ବିଧାନିକ ଅନୁଷ୍ଠାନ ଓ ନିରପେକ୍ଷ ସଂସ୍ଥା। ସେ ପ୍ରଶାସନ ଉପରେ ଚାପ ପକାଇବ ନାହିଁ। ନିରାଶ ହେବାର ଆବଶ୍ୟକତା ନାହିଁ। ଏସବୁ ମାଇଣ୍ଡ ଗେମ୍‌। ଆମକୁ ନିହାତି ଜନାଦେଶ ମିଳିବ ଓ ଆମେ ନିଶ୍ଚିତ ସରକାର ଗଢ଼ିବୁ ବୋଲି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଦାବି କରିଛନ୍ତି।

Advertisment

ସେପଟେ ହରିୟାଣାରେ କଂଗ୍ରେସ ଟ୍ରେଣ୍ଡରେ ପଛୁଆ ପଡିଯାଇଥିବା ବେଳେ ଆଗରେ ରହିଛି ବିଜେପି। ଏହାକୁ ନେଇ ଏବେ କଂଗ୍ରେସକୁ ବାଣ ମାରିଛି ବିଜେପି। କଂଗ୍ରେସ ନେତା ଜୟରାମ ରମେଶଙ୍କୁ କାଉଣ୍ଟର କରି ବିଜେପି ନେତା ସୁଧାଂଶୁ ତ୍ରିବେଦୀ କହିଛନ୍ତି 'ହରିୟାଣାରେ ବିଜୟ ମୁହାଁ ବିଜେପି। କଂଗ୍ରେସକୁ ନିଜ ହାର ମାନି ନେବା ଉଚିତ। ନିର୍ବଚନ ଆୟୋଗଙ୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିବା ଅର୍ଥ ସେମାନେ ଏବେଠୁ ନିଜ ହାର ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି।'

ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ହରିୟାଣାର ୯୦ ଆସନରୁ ବିଜେପି ୪୯ଟି ଆସନରେ ଆଗୁଆ ଥିବାବେଳେ, କଂଗ୍ରେସ କେବଳ ୩୫ ଆସନରେ ଆଗୁଆ ଅଛି। ତେଣୁ ଏଠାରେ ଆସୁଥିବା ଟ୍ରେଣ୍ଡ ଯଦି ରେଜଲ୍ଟରେ ବଦଳେ, ତେବେ ପୁଣିଥରେ ବିଜେପି ସେଠାରେ ପୂର୍ଣ୍ଣ ବହୁମତର ସରକାର ଗଢିବ। ଆଉ ରାଜ୍ୟରେ ଲଗାତାର ୩ୟ ଥର ପାଇଁ ସରକାର ଗଢ଼ିବ। 

Bjp Haryana Election Result Congress Haryana Assembly Election Result