Advertisment

କଂଗ୍ରେସ କର୍ପୋରେଟରଙ୍କ ଝିଅଙ୍କୁ ଛୁରା ମାଡ଼, ବନ୍ଧା ହେଲେ ସାଙ୍ଗ

ନିଜ ସାଙ୍ଗଙ୍କ ଦ୍ୱାରା ଛୁରା ମାଡ଼ର ଶିକାର ହୋଇ ଆଖି ବୁଜିଛନ୍ତି ଜଣେ ୨୩ ବର୍ଷୀୟା ଯୁବତୀ। ଯୁବତୀଜଣକ କଲେଜରେ ଥିବା ବେଳେ ସାଙ୍ଗଙ୍କ ଛୁରା ମାଡ଼ରେ ସେଠାରେ ହିଁ ଟଳି ପଡ଼ିଛନ୍ତି।

Congress Corporator with his daughter (L) ; accused (R)

Congress Corporator with his daughter (L) ; accused (R)

Advertisment

ନିଜ ସାଙ୍ଗଙ୍କ ଦ୍ୱାରା ଛୁରା ମାଡ଼ର ଶିକାର ହୋଇ ଆଖି ବୁଜିଛନ୍ତି ଜଣେ ୨୩ ବର୍ଷୀୟା ଯୁବତୀ। ଯୁବତୀଜଣକ କଲେଜରେ ଥିବା ବେଳେ ସାଙ୍ଗଙ୍କ ଛୁରା ମାଡ଼ରେ ସେଠାରେ ହିଁ ଟଳି ପଡ଼ିଛନ୍ତି। ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀଜଣକ ଜଣେ କଂଗ୍ରେସ କର୍ପୋରେଟରଙ୍କ ଝିଅ ବୋଲି ଜଣାଯାଇଛି। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ହୁବଲିରେ ଘଟିଛି।

Advertisment

ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବତୀଜଣକ ହେଲେ ୨୩ ବର୍ଷୀୟା ନେହା। ସେ କଂଗ୍ରେସ କର୍ପୋରେଟର ନିରଞ୍ଜନ ହିରମାଥ୍‌ଙ୍କ ଝିଅ ବୋଲି ଜଣାଯାଇଛି। ନେହା BVB କଲେଜରେ ପ୍ରଥମ ବର୍ଷ MCA ଛାତ୍ରୀ ଥିଲେ। ଅଭିଯୁକ୍ତଜଣକ ୨୩ ବର୍ଷୀୟ ଫୟାଜ ବୋଲି ଜଣାଯାଇଛି। ପୁଲିସ୍ ତାଙ୍କୁ ଗିରଫ କରିଛି।

ନେହା ଓ ଫୟାଜ ପୂର୍ବରୁ ସାଙ୍ଗ ଥିଲେ । କୌଣସି କାରଣରୁ କିଛି ଦିନ ହେବ ଫୟାଜ ନେହାଙ୍କ ପଛରେ ପଡ଼ି ତାଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଛି। ଘଟଣା ଦିନ ନେହା କଲେଜ କ୍ୟାମ୍ପସ୍‌ରେ ଥିବା ବେଳେ ସେଠାରେ ଫୟାଜ ପହଞ୍ଚିଥିଲେ।

Advertisment

ସେଠାରେ ଉଭୟଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିବା ବେଳେ ଫୟାଜ ନିଜ ସହ ଆଣିଥିବା ଏକ ଛୁରୀରେ ନେହାଙ୍କୁ ବାରମ୍ବାର ଆଘାତ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହାପରେ ଫୟାଜ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ।

ତୁରନ୍ତ କଲେଜ କର୍ତ୍ତୃପକ୍ଷ ନେହାଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ହୁବଲିରୁ ଫୟାଜଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି।

ଝିଅ ମୃତ୍ୟୁ ଖବର ଶୁଣି ସ୍ତବ୍ଧ ହୋଇ ଯାଇଥିବା ନେହାଙ୍କ ମା’ କହିଛନ୍ତି, ଝିଅ ସହ କିଛି ସମୟ ପୂର୍ବରୁ କଥା ହୋଇଥିଲି। ମୁଁ ତାକୁ କଲେଜକୁ ଆଣିବାକୁ ଯିବି ବୋଲି କହିଥିଲି। ହେଲେ ଏହା ମଧ୍ୟରେ ମୋ’ ଝିଅ ଆଉ ନାହିଁ ବୋଲି ବିଶ୍ୱାସ ହେଉନି।

Karnataka Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe