Advertisment

ବଜରଙ୍ଗବାଲୀଙ୍କୁ କଂଗ୍ରେସ ତାଲା ପକାଇ ଦେବାକୁ ଚାହୁଁଛି ବୋଲି କହିଲେ ମୋଦି

କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳ କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ହନୁମାନ ବା ବଜରଙ୍ଗବାଲୀଙ୍କ କଥା କହିଛନ୍ତି।

PM Modi

PM Modi

Advertisment

କର୍ଣ୍ଣାଟକାରେ କଂଗ୍ରେସ କ୍ଷମତାକୁ ଆସିଲେ ପିଏଫଆଇ ଓ ବଜରଙ୍ଗ ଦଳ ଭଳି ସାମାଜରେ ବିଦ୍ୱେଷ ସୃଷ୍ଟି କରୁଥିବା ସଂଗଠନଗୁଡ଼ିକୁ ବ୍ୟାନ କରିବ ବୋଲି କହିଛି। ଏହାକୁ ଦଳ ତା’ର ନିର୍ବାଚନୀ ହିସ୍ତାହାରରେ ମଧ୍ୟ ସାମିଲି କରିଛି। କଂଗ୍ରେସ ତା’ର ଇସ୍ତାହାରରେ ବଜରଙ୍ଗ ଦଳ କଥା କହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭଗବାନ ହନୁମାନ ବା ବଜରଙ୍ଗବାଲୀଙ୍କ କଥା କହିଛନ୍ତି। ଏହି ପ୍ରସଙ୍ଗରେ ସେ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି।

Advertisment

କର୍ଣ୍ଣାଟକାର ହୋସପେଟରେ ଆୟୋଜିତ ନିର୍ବାଚନ ରାଲିରେ ମୋଦି କହିଛନ୍ତି, “ପୂର୍ବରୁ ଭଗବାନ ରାମଙ୍କୁ ନେଇ କଂଗ୍ରେସର ସମସ୍ୟା ଥିଲେ। ଏବେ ଦଳ ଜୟ ବଜରଙ୍ଗବାଲୀ କହୁଥିବା ଲୋକଙ୍କ ଉପରେ ରୋକ ଲଗାଇବାକୁ ଚାହୁଁଛି।

ଭଗବାନ ହନୁମାନଙ୍କ ମାଟିରେ ମୁଁ ଯେତେବେଳେ ମୋ ସମ୍ମାନ ଜଣାଇବାକୁ ଆସିଛି ସେତେବେଳେ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାରରେ ବଜରଙ୍ଗବାଲୀଙ୍କୁ ଲକ କରିବାକୁ ନିଷ୍ପତ୍ତି ନେଇଛି। ଆମେ କେବେ ହେଲେ କାହାକୁ କର୍ଣ୍ଣାଟକାର ସମ୍ମାନ ଓ ସଂସ୍କୃତିକୁ କ୍ଷତି ପହଞ୍ଚାଇବାକୁ ଦେବୁ ନାହିଁ।”

Advertisment

ମେ’ ୧୦ ତାରିଖ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ଇସ୍ତାହାର ଜାରି କରାଯାଇଛି। କଂଗ୍ରେସ ପାର୍ଟି ଜାତି ଓ ଧର୍ମକୁ ନେଇ ଲୋକଙ୍କ ମଧ୍ୟରେ ଘୃଣା କିମ୍ବା ବିଦ୍ୱେଷ ସୃଷ୍ଟି କରୁଥିବା ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସମ୍ବିଧାନରେ ପ୍ରଦତ୍ତ ଆଇନ ଆମେ ବିଶ୍ୱାସ କରୁ। କୌଣସି ବ୍ୟକ୍ତିବିଶେଷ କିମ୍ବା ବଜରଙ୍ଗ ଦଳ, ପିଏଫଆଇ ଭଳି ସଂଗଠନ ଆଇନକୁ ଭାଙ୍ଗି ଘୃଣା ସୃଷ୍ଟି କରିପାରିବେ ନାହିଁ। ସେଭଳି ସଂଗଠନକୁ କଂଗ୍ରେସ କ୍ଷମତାକୁ ଆସିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବ୍ୟାନ ମଧ୍ୟ କରିବ ବୋଲି କଂଗ୍ରେସ କହିଛି। 

ଦିନକ ପୂର୍ବରୁ ବିଜେପି ମଧ୍ୟ କର୍ଣ୍ଣାଟକା ନିର୍ବାଚନକୁ ଦୃଷ୍ଟିରେ ରଖି ତା’ର ଇସ୍ତାହାର ଜାରି କରିଥିଲେ। ଏହି ଇସ୍ତାହାର ଦ୍ୱାରା ବିଜେପି କର୍ଣ୍ଣାଟକାକୁ ଭାରତର ୧ ନମ୍ବର ରାଜ୍ୟ ଭାବେ ଗଢ଼ି ତୋଳିବା ପାଇଁ ଯୋଜନା ପ୍ରସ୍ତୁତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

ବିଜେପି ତା’ର ଇସ୍ତାହାରରେ ଏକକ ନାଗରିକ ସଂହିତା, ଏନଆରସି, ଉତ୍ପାଦନ କ୍ଷେତ୍ରରେ ୧୦ ଲକ୍ଷ ନିଯୁକ୍ତି, ପ୍ରତିଦିନ ବିପିଏଲ ପରିବାରକୁ ମାଗଣାରେ ହାଫ ଲିଟର କ୍ଷୀର ଦେବ ବୋଲି ମଧ୍ୟ କହିଛି।

Karnataka Karnataka Polls 2023
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe