Advertisment

Discussion on Vande Mataram: ଲୋକସଭାରେ ବନ୍ଦେ ମାତରମ ବିତର୍କ: କଂଗ୍ରେସ ଓ ନେହରୁଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି

‘ବନ୍ଦେ ମାତରମ’କୁ କଂଗ୍ରେସ ଖଣ୍ଡଖଣ୍ଡ କରିଥିବା ବେଳେ ପାକିସ୍ତାନ ଗଠନର ସୂତ୍ର ଧର ମହମ୍ମଦ ଅଲୀ ଜିହ୍ନାଙ୍କ କଥାରେ ପଣ୍ଡିତ ନେହରୁ ଏକମତ ହୋଇଥିଲେ। ଏଥିସହ ‘ବନ୍ଦେ ମାତରମ’ ମୁସଲିମାନଙ୍କୁ ଉତ୍ତେଜିତ କରିପାରେ ବୋଲି କୁଆଡ଼େ ନେହରୁ ଦାବି କରିଥିଲେ ବୋଲି ମୋଦି ଲୋକସଭାରେ କହିଛନ୍ତି।

author-image
Hemant Lenka
PM-Modi

ପ୍ରଧାନମନ୍ତ୍ରୀ ମୋଦି

ଜାତୀୟ ଗୀତ ‘ବନ୍ଦେ ମାତରମ’କୁ ନେଇ ଆଜି ଲୋକସଭାରେ ବିତର୍କ ଆରମ୍ଭ ହୋଇଛି। ଦୀର୍ଘ ଘଣ୍ଟା ଧରି ଚାଲିବାକୁ ଥିବା ଏହି ବିତର୍କର ପ୍ରଥମ ବକ୍ତା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହକୁ ସମ୍ବୋଧନ କରିଛନ୍ତି। ସେ ‘ବନ୍ଦେ ମା’ତରମ’ ଅପେକ୍ଷା କଂଗ୍ରେସ ଓ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହରୁଙ୍କ ଉପରେ ବେଶୀ ଫୋକସ କରିଛନ୍ତି।

Advertisment

‘ବନ୍ଦେ ମାତରମ’କୁ କଂଗ୍ରେସ ଖଣ୍ଡଖଣ୍ଡ କରିଥିବା ବେଳେ ପାକିସ୍ତାନ ଗଠନର ସୂତ୍ର ଧର ମହମ୍ମଦ ଅଲୀ ଜିନ୍ନାଙ୍କ କଥାରେ ପଣ୍ଡିତ ନେହରୁ ଏକମତ ହୋଇଥିଲେ। ଏଥିସହ ‘ବନ୍ଦେ ମା’ତରମ’ ମୁସଲିମାନଙ୍କୁ ଉତ୍ତେଜିତ କରିପାରେ ବୋଲି କୁଆଡ଼େ ନେହରୁ ଦାବି କରିଥିଲେ ବୋଲି ମୋଦି ଲୋକସଭାରେ କହିଛନ୍ତି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi) ଦାବି କରିଛନ୍ତି ଯେ “ବନ୍ଦେ ମାତରମ ପ୍ରଥମେ ବିଖଣ୍ଡିତ ହୋଇଥିଲା ଓ ଏହାପରେ ୧୯୪୭ରେ ଦେଶ ବିଭାଜିତ ହୋଇଥିଲା। କଂଗ୍ରେସ ବନ୍ଦେ ମାତରମକୁ ନେଇ ବୁଝାମଣା କରିଥିଲା। ନେହରୁ ବନ୍ଦେ ମାତରମର ଟୁକଡେ ଟୁକଡେ କରିଥିଲେ।” 

Advertisment

ଲୋକସଭା( Lok Sabha)ରେ ଲଜ୍ଜା ଲଜ୍ଜା ନାରା ଶୁଭିବାରୁ ମୋଦି କହିଥିଲେ ଯେ “ କିଛ ତତ୍ତ୍ୱ ଜାତୀୟ ଗୀତ ସହ ଗତ ଶତାବ୍ଦୀରେ ବିଶ୍ୱାସ ଘାତକତା କରିଥିଲେ। ଏହା କିଏ କରିଥିଲେ, ସେକଥା ଆମର ପରବର୍ତ୍ତୀ ପିଢ଼ିଙ୍କୁ ଅବଗତ କରାଇବା ଆମର ଦାୟିତ୍ୱ। ମୁସଲିମ ଲିଗର ନେତୃତ୍ୱ ନେଉଥିବା ମହମ୍ମଦ ଅଲୀ ଜିହ୍ନା ୧୯୩୭ରେ ବନ୍ଦେ ମା’ ତରମ ବିରୋଧରେ ଗୋଟିଏ ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ କଂଗ୍ରେସ ଓ ଜବାହର ଲାଲ ନେହରୁ ଏହାକୁ ବିରୋଧ କରିବା ବଦଳରେ ବନ୍ଦେ ମା’ତରମକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। 

 ବନ୍ଦେ ମାତରମକୁ ଜିହ୍ନା ବିରୋଧ କରିବାରୁ ପଣ୍ଡିତ ଜବାହର ଲାଲ ନେହରୁ ଗୋଟିଏ ଚିଠି ସୁଭାଷ ଚନ୍ଦ୍ର ବୋଷଙ୍କୁ ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ସେ(ନେହରୁ) ବନ୍ଦେ ମାତରମର ବ୍ୟାକଗ୍ରାଉଣ୍ଡକୁ ପଢ଼ିଛନ୍ତି ଓ ଭାବୁଛନ୍ତି ଯେ ଏହା ମୁସଲିମାନଙ୍କୁ ଉତ୍ତେଜିତ କରିପାରେ।

 ବନ୍ଦେ ମାତରମର ବ୍ୟବହାରକୁ ସେମାନେ ପରୀକ୍ଷା କରିବେ ଓ ଏହା ପୁଣି ବଙ୍କି ଚନ୍ଦ୍ରଙ୍କ ବେଙ୍ଗଲରେ ବୋଲି ନେହରୁ ଚିଠିରେ ଉଲ୍ଲେଖ କରିଥିଲେ। କଂଗ୍ରେସ ଦଳ ବନ୍ଦେ ମା’ତରମକୁ ଅପମାନିତ କରିଥିଲା ଓ ମୁସଲିମ ଲିଗ ଆଗରେ ଆତ୍ମସମର୍ପଣ କରିଥିଲା। କଂଗ୍ରେସ ଏବେ ବି ବନ୍ଦେ ମା’ତରମକୁ ଅପମାନିତ କରୁଛି।”

ଏମର୍ଜେନ୍ସିକୁ ନେଇ କଂଗ୍ରେସକୁ ଲୋକସଭାରେ ଟାର୍ଗେଟ କରିବାକୁ ମଧ୍ୟ ପଛାଇ ନାହାନ୍ତି ମୋଦି। ସେ କହିଛନ୍ତି, “ବନ୍ଦେ ମା’ତରମ ୫୦ ବର୍ଷ ପୂର୍ତ୍ତି ପୂରଣ କରିବା ବେଳେ ଭାରତ ବ୍ରିଟିଶ ଶାସନ ଅଧୀନରେ ଥିଲା। ବନ୍ଦେ ମା’ତରମ ୧୦୦ ବର୍ଷ ପୂର୍ତ୍ତ ସମୟରେ ଭାରତ ଏମର୍ଜେନ୍ସି ମଧ୍ୟରେ ରହିଥିଲା। ୧୫୦ ବର୍ଷ ପୂର୍ତ୍ତି ବେଳେ ଏହାର ମହାନତା ପ୍ରଦର୍ଶିତ କରିବା ଭଳି ସୁଯୋଗ ଆମ ପାଖରେ ରହିଛି।”

ବନ୍ଦେ ମା’ତରମ ସମ୍ପର୍କରେ ମୋଦି କହିଛନ୍ତି, “ ଆମେ ଯେତେବେଳେ ବନ୍ଦେ ମା’ତରମ କହିଥାଉ ସେତେବେଳେ ବେଦ କଳା କଥା ମନେପଡ଼େ। ଏହି ମାଟି ଆମ ମା’ ଓ ମୁଁ ଏହି ମାଟିର ପୁଅ ବୋଲି ବନ୍ଦେ ମା’ତରମ ମନେ ପକାଇ ଦିଏ। ବନ୍ଦେ ମା’ତରମ ସହ ସମାନ ହେବା ଭଳି ବିଶ୍ୱରେ କୌଣସି ଗୀତ ନାହିଁ। ଲଣ୍ଡନରେ ଥିବା ଇଣ୍ଡିଆ ହାଉସରେ ମଧ୍ୟ ଏହା ଗୁଞ୍ଜରିତ ହୋଇଥିଲା।

ବ୍ରିଟିଶରମାନେ ବାଧ୍ୟ ହୋଇ ବନ୍ଦେ ମା’ତରମ ଉପରେ ବ୍ୟାନ ଲଗାଇଥିଲେ। ଏପରି କି ସେମାନେ ଆଇନ ଦ୍ୱାରା ଏହି କବିତାର ପ୍ରିଣ୍ଟିଂ ଓ ପ୍ରଚାର ଉପରେ ରୋକ ଲଗାଇଥିଲେ। ବିଭିନ୍ନ ବିଚାରଧାରାର ସ୍ୱାଧୀନତା ସଂଗ୍ରାମୀଙ୍କୁ ବନ୍ଦେ ମା’ତରମ ଯୋଡ଼ିଥିଲା। ସେମାନେ ବନ୍ଦେ ମା’ତରମ ନାରା ଦେଇ ବ୍ରିଟିଶଙ୍କ ବିରୋଧରେ ଏକାଠି ଲଢ଼ିଥିଲେ।

ବନ୍ଦେ ମାତରମ କେବଳ ଗୋଟିଏ ରାଜନୀତିକ ସ୍ୱାଧୀନ ମନ୍ତ୍ର ନଥିଲା, ବରଂ ଏହା ଗୋଟିଏ ପବିତ୍ର ଯୁଦ୍ଧ ଧ୍ୱନୀ ଥିଲା। ଭାରତ ମାତାକୁ ଔପନିବେଶବାଦରୁ ମୁକ୍ତ ପାଇଁ ଏହା ଆହ୍ୱାନ ଦେଇଥିଲା। 

ବେଙ୍ଗଲର ବିଭାଜନ ବେଳେ ବନ୍ଦେ ମାତରମ ଗୋଟିଏ ପଥର ଭାବେ ଛିଡ଼ା ହୋଇଥିଲା। ବନ୍ଦେ ମାତରମ ଏମିତି ଏକ ମନ୍ତ୍ର ଓ ନାରେ ଯାହା ଶକ୍ତି, ପ୍ରେରଣା ଓ ବଳିଦାନର ମାର୍ଗକୁ ଦର୍ଶାଏ। ବ୍ରିଟିଶ ଶାସକମାନେ ସେମାନଙ୍କ ସ୍ଲୋଗାନ ‘ଗଡ ସେଭ ଦ କୁଇନ’କୁ ପ୍ରତିଟି ଘରେ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ବନ୍ଦେ ମାତରମ ଲେଖାଯାଇଥିଲା। ସମସ୍ତ ଭାରତୀୟଙ୍କ ପାଇଁ ବନ୍ଦେ ମା’ତରମ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ ସାଜିଥିଲା। ବନ୍ଦେ ମା’ତରମରୁ ମିଳିଥିବା ପ୍ରେରଣା ଯୋଗୁ ବ୍ରିଟିଶଙ୍କ ଠାରୁ ଭାରତ ସ୍ୱାଧୀନତା ପାଇଥିଲା। 

ଲକ୍ଷାଧିକ ଲୋକ ବନ୍ଦେ ମାତରମ ନାରା ଦେବା ଦେଇଥିଲେ ଓ ସ୍ୱାଧୀନତା ପାଇଁ ଲଢ଼ିଥିବାରୁ ଆଜି ଆମେ ଏଠାରେ ବସିଛୁ। ସ୍ୱାଧୀନତା ସଂଗ୍ରାମ ବେଳେ ବନ୍ଦେ ମା’ତରମର ମନ୍ତ୍ର ପୂରା ଦେଶକୁ ଶକ୍ତି ଓ ପ୍ରେରଣା ଯୋଗାଇଥିଲା। ଆମେ ବନ୍ଦେ ମା’ତରମର ୧୫୦ତମ ବର୍ଷ ପୂର୍ତ୍ତି ପାଳନ କରିବା ଗୋଟିଏ ଗର୍ବର ମୁହୂର୍ତ୍ତ।” 

Lok Sabha PM Modi