Advertisment

ମନି ଲଣ୍ଡ୍ରିଂ ମାମଲା, ବନ୍ଧା ହେଲେ କଂଗ୍ରେସ ନେତା

ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ବିକାଶ ନିଗମ ଲିମିଟେଡରେ ହୋଇଥିବା ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

Arrest

Arrest

Advertisment

କର୍ଣ୍ଣାଟକା ବାଲ୍ମିକି କର୍ପୋରେସନ ସ୍କାମ ମାମଲାରେ ଇଡି କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ବି ନାଗେନ୍ଦ୍ରଙ୍କୁ ବାନ୍ଧିଛି। ମହର୍ଷି ବାଲ୍ମିକି ଅନୁସୂଚିତ ଜନଜାତି ବିକାଶ ନିଗମ ଲିମିଟେଡରେ ହୋଇଥିବା ଦୁର୍ନୀତିରେ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା ।

Advertisment

ଇଡି ପକ୍ଷରୁ ଗତକାଲି ତାଙ୍କୁ ୧୩ ଘଣ୍ଟା କାଳ ପଚରାଉଚରା ପରେ ରାତି ପ୍ରାୟ ସାଢେ ୧୦ଟାରେ ଗିରଫ କରାଯାଇଛି। ଆଜି ତାଙ୍କୁ ପିଏମଏଲଏ କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ଇଡି ତାଙ୍କୁ ରିମାଣ୍ଡରେ ମାଗିପାରେ ବୋଲି ଜଣାଯାଇଛି।

ଏହି ମାମଲାରେ ଗୁରୁବାର କର୍ଣ୍ଣାଟକା ସମେତ ୪ ରାଜ୍ୟରେ ଇଡି ରେଡ କରିବା ସହ ୫୦ ଲକ୍ଷ ଟଙ୍କା ସମେତ ବହୁ ଡକ୍ୟୁମେଣ୍ଟ ଜବତ କରିଛି।

Advertisment

ବାଲ୍ମିକି କର୍ପୋରେସନରେ ମନି ଲଣ୍ଡ୍ରିଂ ମାମଲା ସେତେବେଳେ ସାମନାକୁ ଆସିଥିଲା ଯେତେବେଳେ କର୍ପୋରେସନର ଲେଖା ଅଧିକ୍ଷକ ପି ଚନ୍ଦ୍ରଶେଖରନ ଗତ ମେ’ ୨ରେ ଆତ୍ମହତ୍ୟା କରିଥିଲେ। ବରିଷ୍ଠ ଅଧିକାରୀ ୮୭ କୋଟି ଟଙ୍କା ହେରାଫେରି କରିଥିବା ବେଳେ ଏଥିରେ ଫସିବା ଆଶଙ୍କାରେ ପି ଚନ୍ଦ୍ରଶେଖରନ ଆତ୍ମହତ୍ୟା କରିଥିବା ଉଲ୍ଲେଖ କରିଥିଲେ। ଏପରିକି ଏଥିପାଇଁ ୨ ଜଣ ଅଧିକାରୀଙ୍କୁ ସେ ଦାୟୀ କରି ସେମାନଙ୍କ ନାମ ଉଲ୍ଲେଖ କରିଥିଲେ।

ଏହି ମାମଲାକୁ କର୍ଣ୍ଣାଟକା ସରକାର ଗୁରୁତର ସହ ନେଇ ଏହାର ଖୋଳତାଡ଼ ନିମନ୍ତେ SIT ଟିମ୍‌ ଗଠନ କରିଥିଲେ। ଏହି ମାମଲାରେ ସମ୍ପୃକ୍ତି ଅଭିଯୋଗରେ SIT ଟିମ୍‌  ପୂର୍ବରୁ ବି. ନାଗେନ୍ଦ୍ରଙ୍କୁ ପଚରାଉଚରା କରିଥିଲା । ପରେ ଏହି ମାମଲାରେ ଇଡି ଗତକାଲି ତାଙ୍କୁ ବାନ୍ଧିଛି ।

Karnataka Arrest Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe