Advertisment

ଅମିତ ଶାହଙ୍କ ବିରୋଧରେ ଥାନାକୁ ଗଲା କଂଗ୍ରେସ

କିଛି ଦିନ ପୂର୍ବେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ଅମିତ ଶାହ ଦେଇଥିବା ବିବାଦୀୟ ତଥା ଉତ୍ତେଜନାମୂଳକ ବୟାନ ନିମନ୍ତେ ଥାନାରେ ଲିଖିତ ଅଭିଯୋଗ କରିଛି କଂଗ୍ରେସ ଟିମ୍‌।

ଅଦ୍ୟତନ ହୋଇଛି
congress

congress

Advertisment

ଉତ୍ତେଜନାମୂଳକ ଭାଷଣ ଦେବା ତଥା ଦଙ୍ଗାକୁ ଉସକାଇବା ଅଭିଯୋଗରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛି କଂଗ୍ରେସ। କିଛି ଦିନ ପୂର୍ବେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିରେ ଅମିତ ଶାହ ଦେଇଥିବା ବିବାଦୀୟ ତଥା ଉତ୍ତେଜନାମୂଳକ ବୟାନ ନିମନ୍ତେ ଥାନାରେ ଲିଖିତ ଅଭିଯୋଗ କରିଛି କଂଗ୍ରେସ।ଏନେଇ କଂଗ୍ରେସ ପକ୍ଷରୁ ବେଙ୍ଗାଲୁରୁର ହାଇଗ୍ରାଉଣ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଛି। 

Advertisment

ଗତ ମଙ୍ଗଳବାର କର୍ଣ୍ଣାଟକର ବେଲଗାବି ଅଞ୍ଚଳରେ ଏକ ଜନସଭାକୁ ସମ୍ବୋଧନ କରି ଅମିତ ଶାହ କହିଥିଲେ, ଯଦି ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିବ ତେବେ ରାଜ୍ୟର ବିକାଶ ‘ରିଭର୍ସ ଗିୟର’ କୁ ଚାଲିଯିବ। ଏଥିସହ ବଂଶବାଦ ରାଜନୀତି ଶୀର୍ଷରେ ପହଞ୍ଚିବ ଓ କର୍ଣ୍ଣାଟକରେ ଦଙ୍ଗା ହେବ ।  ଏହାକୁ ତୀବ୍ର ବିରୋଧ କରି କଂଗ୍ରେସ ନ୍ୟାୟ ପାଇଁ ଥାନା ମୁହାଁ ହେବା ସହ ନିର୍ବାଚନ କମିଶନରଙ୍କ ନିକଟରେ ବି ଅଭିଯୋଗ କରିଛି।

କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର କହିଛନ୍ତି, ଯଦି ଜଣେ ସାଧାରଣ ଲୋକ ଏପରି ବୟାନ ଦେଇଥାନ୍ତା, ତା’ହେଲେ ସେ ନିହାତି ଭାବେ ଗିରଫ ହୋଇ ଏବେ ଜେଲରେ ଥାଆନ୍ତା। ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ଭାଷଣ ଉତ୍ତେଜନା ବଢ଼ାଇବା ସହ ଦଙ୍ଗା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ। ତେଣୁ ତାଙ୍କ ବିରୋଧରେ ନିୟମ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା କଥା।

Advertisment

ଏଥିସହ ସେ କହିଛନ୍ତି, ଜଣେ ସ୍ୱରାଷ୍ଟ୍ର ମନ୍ତ୍ରୀ ଏପରି ଉତ୍ତେଜନାମୂଳକ ଭାଷଣ ଦେବା ଉଚିତ ନୁହେଁ। ସେ ଭୁଲିବା ଉଚିତ ନୁହେଁ ଯେ, ସେ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ, ବିଜେପିର ଷ୍ଟାର ପ୍ରଚାରକ ନୁହନ୍ତି।

Amit Shah Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe