Advertisment

ନିର୍ବାଚନ ନିୟମରେ ସଂଶୋଧନ: ସୁପ୍ରିମକୋର୍ଟରେ ପହଞ୍ଚିଲା କଂଗ୍ରେସ

ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ।

SC

SC

Advertisment

ନିର୍ବାଚନ କମିଶନଙ୍କ ସୁପାରିସ ଆଧାରରେ କେନ୍ଦ୍ର ସରକାର ନିକଟରେ ନିର୍ବାଚନ ପରିଚାଳନା ନିୟମ ୧୯୬୧ରେ ସଂଶୋଧନ କରିଛନ୍ତି। କିନ୍ତୁ ଏହାକୁ ବିରୋଧ କରି କଂଗ୍ରେସ ଗୋଟିଏ ପିଟିସନ ସୁପ୍ରିମକୋର୍ଟରେ ଦାଏର କରିଛି। କେନ୍ଦ୍ର ସରକାର କରିଥିବା ସଂଶୋଧନ ଦ୍ୱାରା ନିର୍ବାଚନ ପ୍ରକ୍ରିୟା ବିଶ୍ୱସନୀୟତା ହରାଉଥିବା କଂଗ୍ରେସ ଅଭିଯୋଗ କରିଛି।

Advertisment

ନିର୍ବାଚନ କମିସନଙ୍କ ସୁପାରିସ ଆଧାରରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଶୁକ୍ରବାର ନିର୍ବାଚନ ପରିଚାଳନା ନିୟମ ୧୯୬୧ର ନିୟମ ୯୩(୨)(ଏ)ରେ ବଡ଼ ସଂଶୋଧନ କରିଥିଲେ। ସର୍ବସାଧାରଣ ଯାଞ୍ଚ ପାଇଁ ସିସିଟିଭି ଫୁଟେଜ୍‌ ମଗାଯିବା ଉପରେ ସଂଶୋଧନ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି। ଏଣିକି ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଇଲେକ୍‌ଟ୍ରୋନିକ୍‌ ରେକର୍ଡ ସର୍ବସାଧାରଣରେ ତନଖି ପାଇଁ ଉପଲବ୍ଧ ହେବ ନାହିଁ।

ସିସିଟିଭି କ୍ୟାମେରା ଓ ୱେବକାଷ୍ଟିଂ ଫୁଟେଜ୍ ଭଳି କେତେକ ଇଲେକ୍ଟ୍ରୋନିକ୍ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ସହ ପ୍ରାର୍ଥୀଙ୍କ ଭିଡିଓ ରେକର୍ଡିଂକୁ ରୋକିବା ପାଇଁ ସରକାର ନିର୍ବାଚନ ନିୟମରେ ସଂଶୋଧନ ଆଣିଛନ୍ତି।

Advertisment

ପୂର୍ବରୁ ଥିବା ନିୟମ ୯୩ ଅନୁଯାୟୀ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ସର୍ବସାଧାରଣଙ୍କ ଯାଞ୍ଚ ପାଇଁ ଖୋଲା ରହିଥିଲା। ହେଲେ ସଂଶୋଧନ ପ୍ରକ୍ରିୟାରେ ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜଗୁଡ଼ିକୁ ନିର୍ଦ୍ଦିଷ୍ଟ ଯାଞ୍ଚ ପ୍ରକ୍ରିୟାରୁ ବାଦ ଦିଆଯାଇଛି।

କେତେକ ଅସ୍ପଷ୍ଟତା ଦୂର କରିବା, ମତଦାନ ଗୋପନୀୟତା ଉଲ୍ଲଂଘନକୁ ରୋକିବା ଓ ଏଆଇ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ଦ୍ୱାରା ମତଦାନ କେନ୍ଦ୍ର ଭିତରର ସିସିଟିଭି ଫୁଟେଜର ସମ୍ଭାବ୍ୟ ଅପବ୍ୟବହାର ଭଳି ଗମ୍ଭୀର ପ୍ରସଙ୍ଗକୁ ବିଚାର କରି ନିୟମକୁ ସଂଶୋଧନ କରାଯାଇଥିବା ନିର୍ବାଚନ କମିଶନ କହିଛନ୍ତି।

ସଂଶୋଧନ ଦ୍ୱାରା କେବଳ ନିୟମରେ ଉଲ୍ଲେଖ ଥିବା ରେକର୍ଡ ସର୍ବସାଧାରଣ ଯାଞ୍ଚ ପାଇଁ ଉପଲବ୍ଧ ହେବ ଓ କୌଣସି ଇଲେକ୍‌ଟ୍ରୋନିକ୍‌ ଦସ୍ତାବିଜର ସର୍ବସାଧାରଣ ଯାଞ୍ଚ ନିମନ୍ତେ ଅନୁମତି ଦିଆଯିବ ନାହିଁ ବୋଲି ବ୍ୟବସ୍ଥା କରାଯାଇଛି।

ତେବେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ନିର୍ବାଚନ କମିଶନ ମୁକ୍ତ ଓ ଅବଧା ନିର୍ବାଚନ କରିବାର ଅଧିକାର ପାଇଛନ୍ତି। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ଆଇନକୁ ଏକତରଫା ଭାବେ ବଦଳାଇବାକୁ ଅନୁମତି ମିଳିପାରିବ ନାହିଁ। ଏନେଇ ଗୋଟିଏ ରିଟ ପିଟିସନ ସୁପ୍ରିମକୋର୍ଟରେ ଫାଇଲ କରାଯାଇଛି। ନିକଟରେ ନିର୍ବାଚନ ପରିଚାଳନା ଆଇନ ୧୯୬୧ରେ ହୋଇଥିବା ସଂଶୋଧନକୁ ଚ୍ୟାଲେଞ୍ଜ କରାଯାଇଛି।

ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା। ମୁକ୍ତ ଓ ଅବଧା ନିର୍ବାଚନ ପାଇଁ ସେ ଦାୟିତ୍ୱ ନେଇଛନ୍ତି। ଏପରି ସ୍ଥିତିରେ ଲୋକଙ୍କ ବିଚାରବିମର୍ଶ ନ କରି ଏକତରଫା ଭାବେ ଗୁରୁତ୍ୱପୂର୍ଣ୍ଣ ଆଇନରେ ପରିବର୍ତ୍ତନ କରିବା ଆଦୌ ଠିକ ନୁହେଁ ବୋଲି ସେ କହିଛନ୍ତି।

Congress Supreme Court Election Commission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe