Advertisment

ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବ ପାଇଁ ୧୧ ବିରୋଧୀ ନେତାଙ୍କୁ ନିମନ୍ତ୍ରଣ

ଶପଥ ପାଠ ଉତ୍ସବରେ କଂଗ୍ରେସ ମଧ୍ୟ ବିରୋଧୀଙ୍କ ଶକ୍ତିପ୍ରଦର୍ଶନ କରିବ। ଏଥିପାଇଁ ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୧୧ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।

author-image
Hemant Lenka
Congress

Congress

କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଭାବେ ଆସନ୍ତା ୨୦ ତାରିଖରେ ଶପଥ ନେବେ ସିଦ୍ଦରମୈୟା। ଏଥିସହ ଡିକେ ଶିବକୁମାର ମଧ୍ୟ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଶପଥ ପାଠ ଉତ୍ସବକୁ ବେଶ ଧୂମଧାମରେ ପାଳନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି କଂଗ୍ରେସ।

Advertisment

ଶପଥ ପାଠ ଉତ୍ସବରେ କଂଗ୍ରେସ ମଧ୍ୟ ବିରୋଧୀଙ୍କ ଶକ୍ତିପ୍ରଦର୍ଶନ କରିବ। ଏଥିପାଇଁ ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବକୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ୧୧ଟି ବିରୋଧୀ ଦଳର ନେତାଙ୍କୁ ନିମନ୍ତ୍ରଣ କରିଛନ୍ତି।

କଂଗ୍ରେସ କର୍ଣ୍ଣାଟକାରୁ ବିରୋଧୀଙ୍କ ଏକତା ଓ ଶକ୍ତି ପ୍ରଦର୍ଶନର ସଙ୍କେତ ପୂରା ଦେଶକୁ ଦେବା ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର, ଆରଜେଡିର ତେଜସ୍ୱୀ ଯାଦବ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଏନସିପି ସୁପ୍ରିମୋ ଶରଦ ପାୱାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ପିଡିପି ମୁଖ୍ୟ ମେହବୁବା ମୁଫତି, ସିପିଆଇର ଡି ରାଜା, ସିପିଏମର ସୀତାରାମ ୟେଚୁରୀ ଓ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନିମନ୍ତ୍ରଣ କରିଛି।

Advertisment

କଂଗ୍ରେସ ବିରୋଧୀ ଏକତା କଥା କହୁଥିଲେ ହେଁ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଓ ଆମ ଆଦ୍‌ମୀ ପାର୍ଟି ବା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିନାହିଁ।

ଶନିବାର ସିଦ୍ଦରମୈୟାଙ୍କ ଶପଥ ପାଠ ଉତ୍ସବକୁ ଅଭିନେତା କମଲ ହାସନଙ୍କୁ ନିମନ୍ତ୍ରଣ କରାଯାଇଛି। ସେ ନିର୍ବାଚନ ବେଳେ ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଭାରତ ଯୋଡ଼ୋ ଯାତ୍ରା ବେଳେ କମଲ ହାସନଙ୍କୁ ଦେଖିବାକୁ ମିଳିଥିଲା।

କର୍ଣ୍ଣାଟକାରେ କଂଗ୍ରେସ ରେକର୍ଡ ୧୩୫ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ୧୩ ତାରିଖରେ ରେଜଲ୍ଟ ଘୋଷଣା କରାଯାଇଥିଲେ ହେଁ ଆଜି ମଧ୍ୟାହ୍ନ ଯାଏ କଂଗ୍ରେସ କାହାକୁ ମୁଖ୍ୟମନ୍ତ୍ରୀ କରିବ, ତା’କୁ ନେଇ ସସପେନ୍ସ ଜାରି ରହିଥିଲା। ଶେଷରେ ଆଜି ଦଳ ସିଦ୍ଦରମୈୟାଙ୍କୁ ମୁଖ୍ୟମନ୍ତ୍ରୀ ଓ ଶିବକୁମାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି।

Congress Karnataka Karnataka Polls 2023