Advertisment

ଜାମିନ ପାଇଲେ କଂଗ୍ରେସ ନେତା ଦିଗବିଜୟ ସିଂହ

ବ୍ୟାପମ ସ୍କାମ ମାମଲାରେ ବିଜେପି ନେତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ଦିଗବିଜୟ ସିଂହ।

author-image
Tapas Behera
Digvijaya Singh

Digvijaya Singh

ବ୍ୟାପମ ସ୍କାମ ମାମଲାରେ ବିଜେପି ନେତାଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିବା କଂଗ୍ରେସ ନେତା ଦିଗବିଜୟ ସିଂହଙ୍କୁ ଜାମିନ ମିଳିଛି। ଶନିବାର ସ୍ୱତନ୍ତ୍ର କୋର୍ଟ ରାଜ୍ୟସଭା ସଦସ୍ୟ ଦିଗବିଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ୨୦୧୩ରେ ହୋଇଥିବା ବ୍ୟାପମ ସ୍କାମରେ ଜଣେ ବିଜେପି  ନେତାଙ୍କ ସମ୍ପୃକ୍ତି ଥିବା ଖୋଲାଖୋଲି ଅଭିଯୋଗ କରିଥିଲେ ଦିଗବିଜୟ।  ବିଧାୟକ ଏବଂ ସାଂସଦଙ୍କ ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର କୋର୍ଟ  ଦିଗବିଜୟ ସିଂହଙ୍କୁ ଗିରଫଦାରିକୁ ମୁକ୍ତି ଦେଛନ୍ତି। ୨୦୧୪ରେ ବିଜେପି ନେତା ଜଣକ ଦିଗବିଜୟ ସିଂହଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିଛି। ସରକାରୀ ମେଡିକାଲ କଲେଜ ଆଡମିଶନ ଏବଂ ପୁଲିସ ନିଯୁକ୍ତି କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କାର କାରବାର  ହୋଇଥିବା  ଅଭିଯୋଗ ହୋଇଥିଲା।  ମଧ୍ୟପ୍ରଦେଶ ବ୍ୟବସାୟିକ ପରୀକ୍ଷା ମଣ୍ଡଳ (ବ୍ୟାପମ) ପକ୍ଷରୁ ଏହି ସ୍କାମ ହୋଇଥିବା ଅଭିଯୋଗ ହୋଇଥିଲା ।

Advertisment

ଏହି  ସ୍କାମରେ ବିଜେପିର ଭିଡି ଶର୍ମାଙ୍କ ନାମରେ ଦିଜବିଜୟ ସିଂହ ଅଭିଯଯୋଗ ଆଣିଥିଲେ। ଏହା ପରେ ୨୦୧୪ରେ ଭିଡି ଶର୍ମା ଦିଗବିଜୟଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। ମଧ୍ୟପ୍ରଦେଶରେ ପୁଲିସ କନେଷ୍ଟବଲ ନିଯୁକ୍ତିରେ ହୋଇଥିବା ବ୍ୟାପମ ଦୁର୍ନୀତି ମାମଲାରେ ୨୦୧୯ରେ ସିବିଆଇ କୋର୍ଟ ଦୋଷୀମାନଙ୍କ ବିରୁଦ୍ଧରେ ଦଣ୍ଡ ଘୋଷଣା କରିଥିଲେ  । ଜଣେ ଦୋଷୀକୁ ୧୦ ବର୍ଷ ଏବଂ ଅନ୍ୟ ୩୦ଜଣଙ୍କୁ ୭ ବର୍ଷ ଲେଖାଁଏ କରାଦଣ୍ଡାଦେଶ ଶୁଣାଇଛନ୍ତି । ଏହି ୩୧ ଜଣ ଅଭିଯୁକ୍ତଙ୍କୁ ଅଦାଲତ ନଭେମ୍ବର ୨୧ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ।
ସିବିଆଇ ପକ୍ଷରୁ ଏହି ୩୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ଏହି ମାମଲାରେ ୨୦୧୪ରୁ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଥିଲା। ୨୦୧୩ରେ ପୁଲିସ କନେଷ୍ଟବଲ ନିଯୁକ୍ତିରେ ସାମିଲ ଆବେଦନକାରୀ, ଦଲାଲ, ଏବଂ ଆବେଦନକାରୀଙ୍କ ସ୍ଥାନରେ ପରୀକ୍ଷା ଦେଇଥିବା ସମସ୍ତଙ୍କୁ କୋର୍ଟ ଦୋଷୀ ବିବେଚନା କରିଥିଲେ।

India