Advertisment

ଇସିଙ୍କ ନିଯୁକ୍ତିରୁ କେନ୍ଦ୍ରକୁ ଦୂରେଇ ରଖିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ

ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶକୁ ୨ ଜଣ ନୂଆ କମିଶନର ମିଳିବେ।

sc

sc

Advertisment

ନିର୍ବାଚନ କମିଶନରେ ଖାଲି ପଡ଼ିଥିବା ୨ଟି କମିଶନର ପଦ ପୂରଣ ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସମ୍ଭବତଃ ଆସନ୍ତା ୧୫ ତାରିଖ ସୁଦ୍ଧା ଦେଶକୁ ୨ ଜଣ ନୂଆ କମିଶନର ମିଳିବେ।

Advertisment

କିନ୍ତୁ କମିଶନର ନିଯୁକ୍ତି ପ୍ରକ୍ରିୟା ଠାରୁ କେନ୍ଦ୍ର ସରକାରଙ୍କୁ ଦୂରେଇ ରଖିବା ପାଇଁ ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। କଂଗ୍ରେସ ସାଂସଦ ଜୟା ଠାକୁର ସୋମବାର ଏପରି ଆବେଦନ ସହ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ନିଜର ଆବେଦନରେ ଠାକୁର କହିଛନ୍ତି ଯେ ୨୦୨୩ ମାର୍ଚ୍ଚ ମାସରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳର ନେତାଙ୍କୁ ନେଇ ରହିଥିବା କମିଟି ନିର୍ବାଚନ କମିଶନରଙ୍କୁ ନିଯୁକ୍ତ କରନ୍ତୁ।

Advertisment

ଖୁବଶୀଘ୍ର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ତେଣୁ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ତୁରନ୍ତ ହେବା ଦରକାର। ୨୦୨୩ ମାର୍ଚ୍ଚ ୨ରେ ନିର୍ବାଚନ କମିଶନ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଆଧାରରେ ୨ କମିଶନରଙ୍କୁ ନିଯୁକ୍ତି ଦିଆଯାଉ।

ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ କମିଟି ହିଁ କମିଶନରଙ୍କୁ ନିଯୁକ୍ତି ଦିଅନ୍ତୁ। କେନ୍ଦ୍ର ସରକାର ଏଥିରୁ ଦୂରେଇ ରୁହନ୍ତୁ ବୋଲି ଠାକୁର ନିଜର ଆବେଦନରେ କହିଛନ୍ତି।

ଅନୂପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଓ ଅରୁଣ ଗୋଏଲଙ୍କ ଅଚାନକ ଇସ୍ତଫା ପରେ ୩ ଜଣିଆ ନିର୍ବାଚନ କମିଶନର ପ୍ୟାନେଲରେ ୨ଟି ପଦ ଖାଲି ପଡ଼ିଛି। ଖାଲି ପଦବୀକୁ ପୂରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏପରି ଏକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

Eci Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe