Advertisment

‘ଖୁବ୍‌ ଶୀଘ୍ର ମୋ’ ଘରେ ପଶିବ ଇଡି, ଚା’ ଓ ବିସ୍କୁଟ ନିହାତି ଦେବି’

ରାହୁଲ କହିଛନ୍ତି, ମୋର ଚକ୍ରବ୍ୟୁହ ଭାଷଣ  ସେମାନଙ୍କୁ ପସନ୍ଦ ଆସିନି। ତେଣୁ ସେମାନେ ମୋ’ଠୁ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି।

Rahul Gandhi

Rahul Gandhi

Advertisment

‘ଏକବିଂଶ ଶତାବ୍ଦୀରେ ଭାରତକୁ ଚକ୍ରବ୍ୟୁହରେ ଫସାଯାଇଛି। ବର୍ତ୍ତମାନ ଦେଶ ଭୟର ବାତାବରଣରେ ବଞ୍ଚିଛି। ଏହି ଭୟ ପ୍ରତି କୋଣକୁ ବ୍ୟାପି ଯାଇଛି।’ ଗତ ୨୯ ତାରିଖରେ ଲୋକସଭାରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଏପରି ମନ୍ତବ୍ୟ ଦେଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଥିଲା ଝଡ଼ । ଏବେ ଏହି ବୟାନକୁ ନେଇ ବିଜେପି ତାଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିବା କହିଛନ୍ତି ରାହୁଲ।

Advertisment

ରାହୁଲ କହିଛନ୍ତି, ମୋର ଚକ୍ରବ୍ୟୁହ ଭାଷଣ  ସେମାନଙ୍କୁ ପସନ୍ଦ ଆସିନି। ତେଣୁ ସେମାନେ ମୋ’ଠୁ ପ୍ରତିଶୋଧ ନେବାକୁ ଯୋଜନା କରୁଛନ୍ତି।  ଇଡି ଦ୍ୱାରା ମୋ’ ଘରେ ରେଡ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକଥା ମୁଁ ନୁହେଁ, ଇଡିରେ କାର୍ଯ୍ୟରତ କିଛି ଖାସ ଲୋକ ମୋତେ ସୂଚନା ଦେଇଛନ୍ତି।

ନିଜ ସୋଶାଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇ ସେ କହିଛନ୍ତି, କିଛି ବିଶ୍ୱସ୍ତ ଲୋକଙ୍କ ସୂତ୍ରରୁ ଜାଣିବାକୁ ପାଇଛି, ମୋ’ ଘର ଉପରେ ରେଡ କରିବା ନିମନ୍ତେ ଇଡି ଯୋଜନା କରୁଛି। ମୁଁ ଇଡିକୁ ସ୍ୱାଗତ କରିବାକୁ ଅନାଇ ବସିଛି, ଚା’ ଓ ବିସ୍କୁଟ ମୋ’ ତରଫରୁ ନିହାତି ଭାବେ ଦେବି।

Advertisment

ଗତ ୨୯ ତାରିଖରେ ଲୋକସଭାରେ ରାହୁଲ ଗାନ୍ଧି ମହାଭାରତର ଚକ୍ରବ୍ୟୁହ ଉଦାହରଣ ଦେଇ କହିଥିଲେ, ଅଭିମନ୍ୟୁଙ୍କ ଭଳି ଭାରତକୁ ପଦ୍ମବ୍ୟୁହରେ ଫସା ଯାଇଛି ।  ବିଜେପି ପଦ୍ମବ୍ୟୁହ କରି ଭାରତକୁ ଫସାଇଛି, ଇଣ୍ଡିଆ ବ୍ଲକ୍ ଏହାକୁ ଭାଙ୍ଗିବ। ଇଣ୍ଡିଆ ମେଣ୍ଟ ଜାତିଗତ ଜନଗଣନା କରି ବିଜେପିର ପଦ୍ମବ୍ୟୁହକୁ ଭାଙ୍ଗିବ ।  

କେନ୍ଦ୍ର ବଜେଟକୁ ମଧ୍ୟ ସମାଲୋଚନା କରି ରାହୁଲ ଗାନ୍ଧି କହିଥିଲେ, ବଜେଟରେ ଟିକସ ଟେରୋରିଜିମ ସମସ୍ୟାର ସମାଧାନ ହୋଇନାହିଁ । ଏହି ବଜେଟ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ହିତକର ନୁହେଁ ।

ସେ କହିଥିଲେ, "ମୋର ଆଶା ଥିଲା ଏହି ବଜେଟ୍ 'ଚକ୍ରବ୍ୟୁହ 'ର ଶକ୍ତି ଦୁର୍ବଳ କରିବ । ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ, ଯୁବକମାନଙ୍କୁ ସାହାଯ୍ୟ କରିବ, ଶ୍ରମିକମାନଙ୍କୁ ଏବଂ କ୍ଷୁଦ୍ର ବ୍ୟବସାୟକୁ ସାହାଯ୍ୟ କରିବ। କିନ୍ତୁ ମୁଁ ଯାହା ଦେଖୁଛି, ଏହି ବଜେଟର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଏକଚାଟିଆ ବ୍ୟବସାୟ ଢାଞ୍ଚାକୁ ଦୃଢ କରିବା।

ଏଥିସହ ସେ କହିଥିଲେ, ବିଜେପିରେ କେବଳ ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିବାକୁ ଅନୁମତି ଦିଆଯାଇଛି। ଯଦି ପ୍ରତିରକ୍ଷା ମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା କରିବେ, ତେବେ ବଡ଼ ସମସ୍ୟା ହୋଇଯିବ। ଏଥିପାଇଁ ସେ ମଧ୍ୟ ଭୟରେ ଅଛନ୍ତି। ଏହି ଭୟ ସାରା ଦେଶରେ ବ୍ୟାପିଛି ବୋଲି ରାହୁଲ ଗାନ୍ଧି କହିଛନ୍ତି। 

ଏହାପରେ ବିଜେପି ଆକ୍ରାତ୍ମକ ହୋଇ ଯାଇଥିବା ବେଳେ ପ୍ରତିଶୋଧ ନେବାକୁ ତାଙ୍କୁ ଇଡି ଜାଲରେ ପକାଇ ହଇରାଣ କରିବାକୁ ଚେଷ୍ଟା କରୁଛି ବୋଲି କହିଛନ୍ତି ରାହୁଲ ଗାନ୍ଧି।

Rahul Gandhi ED Raid Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe