Advertisment

'ଭାରତ ଯୋଡୋ ନ୍ୟାୟ ଯାତ୍ରା'କୁ ଅଧାରେ ଛାଡ଼ି ଓ୍ୱାଇନାଡ ଅଭିମୁଖେ ରାହୁଲ

ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡି ଓ୍ୱାଇନାଡ ଅଭିମୁଖେ ବାହାରିଛନ୍ତି ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Rahul Gandhi

Rahul Gandhi

Advertisment

ଜାରି ରହିଛି କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ଏହା ଏବେ ଉତ୍ତରପ୍ରଦେଶରେ ପ୍ରବେଶ କରିସାରିଛି। ଆଜି ବାରାଣସୀରୁ ଏହି ଯାତ୍ର ଆରମ୍ଭ ହୋଇଥାନ୍ତା। ତେବେ ଏହାକୁ ପୁଣି ସ୍ଥଗିତ ରଖାଯାଇଛି। ଭାରତ ଯୋଡୋ ନ୍ୟାୟ ଯାତ୍ରାକୁ ଅଧାରେ ଛାଡି ଓ୍ୱାଇନାଡ ଅଭିମୁଖେ ବାହାରିଛନ୍ତି ରାହୁଲ ଗାନ୍ଧି। ଏନେଇ କଂଗ୍ରେସ ନେତା ଜୟରାମ ରମେଶ ସୂଚନା ଦେଇଛନ୍ତି।

Advertisment

ସୋଶାଲ ମିଡିଆ ହ୍ୟାଣ୍ଡେଲ Xରେ ପୋଷ୍ଟ କରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ' ୱାୟାନାଡରେ ରାହୁଲ ଗାନ୍ଧିଙ୍କ ଉପସ୍ଥିତି ପାଇଁ ଜରୁରୀ ଆବଶ୍ୟକତା ରହିଛି। ସେ ଆଜି ଅପରାହ୍ନ ୫ଟାରେ ବାରାଣାସୀରୁ ବିଦାୟ ନେଉଛନ୍ତି। ଭରତ ଯୋଡୋ ନ୍ୟାୟ ଯାତ୍ରା ଆସନ୍ତାକାଲି ୧୮ ଫେବୃଆରୀ ଦିନ ଅପରାହ୍ନ ୩ଟାରେ ପ୍ରୟାଗରାଜରେ ଆରମ୍ଭ ହେବ।' ତେବେ ରାହୁଲ ଗାନ୍ଧିଙ୍କୁ ହଠାତ୍‌ ୱାୟାନାଡ କାହିଁକି ପଠାଯାଉଛି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।

Advertisment

ଉଲ୍ଲେଖଯୋଗ୍ୟ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ କାଶୀରେ ପହଞ୍ଚିଥିଲା କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା। ତେବେ ଏଠାରୋ ରାହୁଲ ଗାନ୍ଧିଙ୍କ ଏହି ଯାତ୍ରାକୁ ତୀବ୍ର ବିରୋଧ କରାଯାଇଥିଲା। ଯେତେବେଳେ ରାହୁଲ ଗୋଲାଗଡାରୁ ଯାତ୍ରା ଆରମ୍ଭ କରି ହରତିରଥ ଛକ ନିକଟରେ ପହଞ୍ଚିଥିଲେ, ସେତେବେଳେ କିଛି ଯୁବକ ପ୍ରଭୁ ଶ୍ରୀ ରାମଙ୍କ ବ୍ୟାନର, ପତାକା ଏବଂ ଗେରୁଆ ରଙ୍ଗର ଟାୱେଲ ଧରି ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେଇଥିଲେ। ଏଥିସହ ତୀବ୍ର ବିରୋଧ କରିଥିଲେ।

ଶୁକ୍ରବାର ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉତ୍ତରପ୍ରଦେଶ ସୀମାରେ ପହଞ୍ଚିଥିଲା। ଏଠାର ଚନ୍ଦୌଲିରେ ପହଞ୍ଚିବା ପରେ ରାହୁଲ ସରକାରଙ୍କୁ ଜୋରଦାର ଟାର୍ଗେଟ କରିଥିଲେ।

Congress Rahul Gandhi Bharat Jodo Nyay Yatra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe