Advertisment

ଜେଜେଙ୍କୁ ମନ୍ତ୍ରୀ ପଦ ଦେବା ପାଇଁ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ନାତୁଣୀ

ତୁମକର ଜିଲ୍ଲାର ସିରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଟିବି ଜୟଚନ୍ଦ୍ରଙ୍କ ନାତୁଣୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି।

Congress

Congress

Advertisment

କର୍ଣ୍ଣାଟକାରେ କଂଗ୍ରେସ ସରକାର ଗଠନ କରିବା ସହ ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ସାରିଛି। ଏବେ ଧାର୍ଯ୍ୟ ସୀମା ୩୪ ଜଣ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ମନ୍ତ୍ରିମଣ୍ଡଳରେ ରହିଛନ୍ତି।

Advertisment

ତଥାପି ମନ୍ତ୍ରୀ ପଦକୁ ନେଇ ଆଶାୟୀଙ୍କ ବିବାଦ ଥମିବାର ନାଁ ଧରୁନି। ଏହିକ୍ରମରେ ନିଜ ଜେଜେବାପାଙ୍କୁ କଂଗ୍ରେସ ସରକାରରେ ମନ୍ତ୍ରୀ ପଦ ମିଳୁ ବୋଲି ତାଙ୍କ ନାତୁଣୀ ସିଧା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି।

ତୁମକର ଜିଲ୍ଲାର ସିରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଟିବି ଜୟଚନ୍ଦ୍ରଙ୍କ ନାତୁଣୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଜେଜେବାପାଙ୍କୁ ମନ୍ତ୍ରୀ ପଦ ଦିଆଯାଉ ବୋଲି ବେଶ ବିନମ୍ରତାର ସହ ଅନୁରୋଧ କରିଛନ୍ତି।

Advertisment

ଜୟଚନ୍ଦ୍ରଙ୍କ ନାତୁଣୀ ଅର୍ଣ୍ଣା ସନ୍ଦୀପ ତାଙ୍କ ଚିଠିରେ ଲେଖିଛନ୍ତି ଯେ “ପ୍ରିୟ ରାହୁଲ ଗାନ୍ଧି, ମୁଁ ଟିବି ଜୟଚନ୍ଦ୍ରଙ୍କ ନାତୁଣୀ। ମୋ ଜେଜେବାପା ମନ୍ତ୍ରୀ ହୋଇ ନଥିବାରୁ ମୁଁ ଦୁଃଖିତ। ମୁଁ ଚାହୁଁଛି ସେ ମନ୍ତ୍ରୀ ହୁଅନ୍ତୁ। କାରଣ ସେ ଦୟାଳୁ, ଦକ୍ଷ ଓ କଠିନ ପରିଶ୍ରମୀ।” ସେ ତାଙ୍କ ଚିଠିରେ ଗୋଟିଏ ସ୍ମାଇଲ ଇମୋଜି ଦେଇ ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଏହା ଲେଖିଛନ୍ତି।

କର୍ଣ୍ଣାଟକା ବିଧାନସଭା ନିର୍ବାଚନରେ ​​ଟିବି ଜୟଚନ୍ଦ୍ର ସିରା ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୯,୨୫୦ ଖଣ୍ଡ ଭୋଟ ବ୍ୟବଧାନରେ ଜେଡିଏସର କେଆର ଉଗ୍ରେଶଙ୍କୁ ପରାସ୍ତ କରିଥିଲେ। ଜୟଚନ୍ଦ୍ର ୮୬,୦୮୪ ଖଣ୍ଡ ଭୋଟ ପାଇଥିବା ବେଳେ ଉଗ୍ରେଶଙ୍କୁ ୫୬,୮୩୪ ଖଣ୍ଡ ଭୋଟ ମିଳିଥିଲା। ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବିଜେପିର ସିଏମ ରାଜେଶ ଗୌଡା ୪୨,୩୨୯ ଖଣ୍ଡ ପାଇଥିଲେ।

ଜୟଚନ୍ଦ୍ର ନିର୍ବାଚନ ଜିତିଥିବାରୁ କଂଗ୍ରେସ ସରକାରରେ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରିଥିଲେ। ହେଲେ ଶନିବାର ହୋଇଥିବା କର୍ଣ୍ଣାଟକା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ଶପଥ ନେଇଥିବା ୨୪ ଜଣ ବିଧାୟକଙ୍କ ମଧ୍ୟରେ ତାଙ୍କ ନାଁ ନଥିଲା।

ତେଣୁ ସେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ତାଙ୍କ ସମର୍ଥକମାନେ ମଧ୍ୟ ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ।

Congress Rahul Gandhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe