Advertisment

'ବାଂଲାଦେଶ ଭଳି ମୋଦିଙ୍କ ଘରେ ମଧ୍ୟ ପଶିଯିବେ ଲୋକେ'

କଂଗ୍ରେସ ନେତାଙ୍କ ଏହି ବିବାଦୀୟ ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Congress leader on  Modi

Congress leader on Modi

'ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଭାରତର ମଧ୍ୟ ଅବସ୍ଥା ହେବ। ଶେଖ ହସିନାଙ୍କ ଘରେ ଯେପରି ଲୋକେ ପଶିଲେ ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘରେ ମଧ୍ୟ ସାଧାରଣ ଜନତା ପଶିବେ।' ଏଭଳି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ମଧ୍ୟପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ସଜ୍ଜନ ସିଂହ ବର୍ମା।

Advertisment

ନିକଟରେ ଏକ ସଭାକୁ ସମ୍ବୋଧିକ କରି ମଞ୍ଚ ଉପରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟପ୍ରଦେଶର ପୂର୍ବତନ କ୍ୟାବିନେଟ୍‌ ମନ୍ତ୍ରୀ ତଥା କଂଗ୍ରେସ ନେତା ସଞ୍ଜନ ସିଂହ ବର୍ମା ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଭାରତରେ ମଧ୍ୟ ବାଂଲାଦେଶ ଭଳି ସ୍ଥିତି ଉପୁଜିବାକୁ ଯାଉଛି।

କଂଗ୍ରେସ ନେତା କହିଛନ୍ତି, 'ପ୍ରଥମେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ଘରେ ପଶିଲେ। ପରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଘରେ ପଶିଲେ ଲୋକେ। ଏବେ ଭାରତର ପାଳି ଆସିବାକୁ ଯାଉଛି। କାରଣ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁଲ ନୀତି ଯୋଗୁଁ ଭାରତର ଲୋକମାନେ ମଧ୍ୟ କ୍ରୋଧିତ ଅଛନ୍ତି। ମୋଦିଙ୍କ ଘରେ ମଧ୍ୟ ଲୋକେ ପଶି ତାକୁ କବ୍‌ଜା କରି ନେବେ।'

Advertisment

କଂଗ୍ରେସ ନେତାଙ୍କ ଏହି ବିବାଦୀୟ ବୟାନର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସଜ୍ଜନ ସିଂହଙ୍କ ଏହି ବୟାନକୁ ନେଇ ବିଜେପି ଏବଂ ମଧ୍ୟପ୍ରଦେଶ ସରକାରର ମନ୍ତ୍ରୀମାନେ ରାଗିଛନ୍ତି। ଏହି ବୟାନକୁ ବିରୋଧ କରି ସେମାନେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି।

ପିଡବ୍ଲ୍ୟୁଡି ମନ୍ତ୍ରୀ ରାକେଶ ସିଂ କହିଛନ୍ତି ଯେ ଏହା ଏକ ଦୁର୍ଭାଗ୍ୟଜନକ ଏବଂ ବକ୍‌ବାସ ବକ୍ତବ୍ୟ। କଂଗ୍ରେସର ଜାତୀୟ ସଭାପତି କ୍ଷମା ମାଗିବା ଉଚିତ୍। ବିଜେପିର ବିରୋଧୀମାନେ ଏବେ ଦେଶ ବିରୋଧୀ ଦଳରେ ପରିଣତ ହୋଇଯାଇଛନ୍ତି।

ସେପଟେ ଆଉ ଜଣେ ମଧ୍ୟପ୍ରଦେଶର ମନ୍ତ୍ରୀ କହିଛନ୍ତି, କଂଗ୍ରେସ ନେତାମାନେ ଦେଶର ଜଳବାୟୁକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏହାଠାରୁ ଅଧିକ ଆପତ୍ତିଜନକ ଆଉ କ’ଣ ହୋଇପାରେ? ଏହା ହେଉଛି କଂଗ୍ରେସର ସଂସ୍କାର। ଏଥିରେ କୌଣସି ସନ୍ଦେହ ନାହିଁ। ଯେତେବେଳେ ବି ଦେଶରେ ଦଙ୍ଗା ହୁଏ, ସେଥିରେ କଂଗ୍ରେସର ହାତ ରହିଥାଏ।

ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି, କଗ୍ରେସର ନିଜ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଉପରେ କଣ୍ଟ୍ରୋଲ ନାହିଁ। କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାମାନେ ଜମାତ-ଇ-ଇସଲାମିର କର୍ମୀ ପାଲଟି ଯାଇଛନ୍ତି। ଏମାନେ ଦେଶ ପାଇଁ କ୍ଷମା ମାଗିବା ଉଚିତ।

Congress PM Modi Bangladesh Violence